ଆଖି ବୁଜିବା ଆଗରୁ ଆଉ ୨ ଜଣଙ୍କୁ ଦେଇଗଲେ ଜୀବନ, ଅର୍ଗାନ ଡୋନେଟ୍ କରି ସାଉଁଟିଲେ ପ୍ରଶଂସା

Published By : Prameya-News7 Bureau | March 01, 2024 IST

କଟକ ୦୧/୦୩: ଆଖି ବୁଜିବା ଆଗରୁ କଲେ ଅର୍ଗାନ ଡୋନେଟ । ୧୮ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ଅର୍ଗାନ ଡୋନେଟ କଲେ ପରିବାର ବର୍ଗ । ଦୁଇଟି କିଡ଼ନୀ ଡୋନେଟ କଲେ ମୃତ ଛାତ୍ରଙ୍କ ପରିବାର । ଏସସିବି ମେଡ଼ିକାଲରେ ହେଲା କାର୍ଯ୍ୟ ସମ୍ପନ୍ନ । ମୃତ ଛାତ୍ର ହେଲେ ସାଇ ଶିବୁ ଦାସ । କେନ୍ଦ୍ରାପଡା କଲେଜରେ ପଢୁଥିଲେ ସେ ।

ବ୍ରେନ ଟ୍ୟୁମରରେ ପୀଡିତ ଥିଲେ ଓଁ ଅସମୟରେ ଆଖି ବୁଜିଦେଲେ କଲେଜ ଛାତ୍ର ଜଣକ । କିନ୍ତୁ ଆଖି ବୁଜିବା ଆଗରୁ ଆଉ ୨ ଜଣଙ୍କୁ ଜୀବନଦାନ କରିଯାଇଛନ୍ତି ୧୮ ବର୍ଷିୟ କଲେଜ ଛାତ୍ର ସାଇ ଶିବୁ ଦାସ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ତାଇ ଅଞ୍ଚଳର କଲେଜ ଛାତ୍ର ସାଇ ଶିବୁ, ବ୍ରେନ ଟ୍ୟୁମର ରୋଗରେ ପୀଡିତ ହୋଇ ଏସ ସି ବି ମେଡିକାଲରେ ଚିକିତ୍ସିତ ହେଉଥିଲେ ।

୨ ଦିନ ତଳୁ ତାଙ୍କର ବ୍ରେନ ଡେଡ୍ ହୋଇ ସାରିଥିଲା , ଏବଂ ହେଲେ ଏବେ ସେ ଚିର ନୀଦ୍ରାରେ ଶୋଇଯାଇଛନ୍ତି । କିନ୍ତୁ ତା ପୂର୍ବରୁ ତାଙ୍କର ୨ ଟି କିଡନୀ ଦାନ କରିବାଲାଗି ପରିବାର ଲୋକ ସମ୍ମତି ପ୍ରଦାନ କରିଥିଲେ । ଯାହା ସଫଳତାର ସହ ସମ୍ପର୍ଣ୍ଣ ହୋଇଛି । ମୃତ୍ୟୁ ପୂର୍ବରୁ ଅର୍ଗାନ ଡୋନେଟ କରି ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ମୃତ ଛାତ୍ରଙ୍କ ପରିବାର ଲୋକେ ।

ଏସସିବି କର୍ତ୍ତୃପକ୍ଷ ସସମ୍ମାନେ ମୃତଦେହକୁ ପଟ୍ଟାମୁଣ୍ତାଇ ପଠାଇଛନ୍ତି । ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ମୃତ ଛାତ୍ରଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ । କେନ୍ଦ୍ରାପଡା କଲେଜରେ ପଢୁଥିବା ସାଇ ଶିବୁ ଜଣେ ମେଧାବୀ ଚାତ୍ର ଥିଲେ । ସ୍ବଭାବରେ ମଧ୍ୟ ଖୁବ ଶାନ୍ତ ଏବଂ ଶିଷ୍ଟ ଥିଲେ ସାଇ ଶିବୁ । କିନ୍ତୁ ବ୍ରେନ ଟ୍ୟୁମର ହୋଇଥିବା ଜଣାପଡିବା ପରେ , ଏସ ସି ବି ମେଡିକାଲର ନ୍ୟୁରୋ ସର୍ଜରି ବିଭାଗରେ ତାଙ୍କର ଅସ୍ତୋପଚାର କରାଯାଇଥିଲା ।

କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ବିଫଳ ହେଲା । ସାଇ ଶିବୁଙ୍କର ବ୍ରେନ ଡେଡ୍ ହୋଇ ସାରିଛି ବୋଲି ୨ ଦିନ ତଳୁ ଡାକ୍ତର ଘୋଷଣା କରିଥିଲେ । ଏପରି ଅବସ୍ଥାରେ ପରିବାର ଲୋକ ଅର୍ଗାନ ଡୋନେଟ କରିବାକୁ ଆଗ୍ରହ ଦେଖାଇଲେ । ସାଇଙ୍କର ୨ ଟି କିଡନୀ ଦାନ କରିବା ଲାଗି ପରିବାରରୁ ସମ୍ମତି ମିଳିବା ପରେ ୟୁରୋଲୋଜି ଏବଂ ନେଫ୍ରୋଲୋଜି ବିଭାଗର ଏକ ଡାକ୍ତରୀ ଟିମ୍ ଅପରେସନ ଆରମ୍ଭ କରିଥିଲେ ।

କଢାଯାଇଥିବା ୨ ଟି କିଡନୀ ମଧ୍ୟରୁ ଗୋଟିଏ ଏସ ସି ବି ମେଡିକାଲରେ ଚିକିତ୍ସତ ହେଉଥିବା ରୋଗୀଙ୍କ ଠାରେ ଲାଗିବ । ଅନ୍ୟଟି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ରୋଗୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ବାଇଟ୍- ପ୍ରଫେସର ସମୀର ସ୍ଭାଇଁ , ବିଭାଗୀୟ ମୁଖ୍ୟ, ୟୁରୋଲୋଜି ବିଭାଗ , ଏସ ସି ବି ମେଡିକାଲ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.