ଅଜବ ଗଜବ: କରୋନା ଟିକାର ଦ୍ୱିତୀୟ ଡୋଜ ନେବା ପରେ ବରିଷ୍ଠଙ୍କ ଶରୀରରେ ଲାଗି ରହୁଛି ଲୁହା ସାମଗ୍ରୀ

Published By : Prameya-News7 Bureau | June 11, 2021 IST

ମହାରାଷ୍ଟ୍ର ୧୧/୬: ନାସିକ୍ ଜିଲ୍ଲାରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏଠାରେ ଏକ ପରିବାର ଦାବି କରିଛନ୍ତି ଯେ କରୋନା ଟିକା ଦ୍ୱିତୀୟ ଡୋଜ ନେବା ପରେ ସେମାନଙ୍କ ପରିବାରର ଜଣେ ବୃଦ୍ଧଙ୍କ ଶରୀରରେ ଚୁମ୍ବକୀୟ ଶକ୍ତି ଉତ୍ପନ୍ନ ହୋଇଛି । ଏହାର ମାତ୍ରା ଗ୍ରହଣ କରିବା ପରେ ଚାମଚ, ଷ୍ଟିଲ୍ ଏବଂ ଲୁହା ବାସନ ଏବଂ ମୁଦ୍ରା ତାଙ୍କ ଶରୀରରେ ଲାଗିରହୁଛି ।

ଏହି ଘଟଣାର ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ଏ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗୁରୁବାର ଦିନ ସେ କହିଛନ୍ତି ଯେ ଏହି ଘଟଣାର ସତ୍ୟତା ସମସ୍ତଙ୍କ ସାମ୍ନାରେ ଆସିବା ଉଚିତ । ଏହା ପଛରେ କୌଣସି ଚିକିତ୍ସା କାରଣ ଅଛି ନା ଅନ୍ୟ କିଛି ଏହି ସତ୍ୟ ଜଣାପଡିବା ଦରକାର । ସେଥିପାଇଁ ଆମେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛୁ । ସେପଟେ ଏହାକୁ ପ୍ରମାଣ କରିବା ପାଇଁ ପରିବାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ଯେଉଁଥିରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି ଯେ ଘରେ ବ୍ୟବହୃତ ଚାମଚ, ଛୋଟ ଥାଳି ଏବଂ ଛୋଟ ବାସନ ଏବଂ ଚାମଚ ବୃଦ୍ଧ ଅରବିନ୍ଦ ସୋନାରଙ୍କ ଶରୀରରେ ଲାଗି ରହୁଛି । ଯାଞ୍ଚ ନିର୍ଦ୍ଦେଶ ପରେ ଅନୁସନ୍ଧାନ ପାଇଁ ପ୍ରଶାସନର ଏକ ଟିମ୍ ଏଠାରେ ପହଞ୍ଚିଛନ୍ତି । ଏହା ଦେଖି ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅରବିନ୍ଦ ସୋନାର ଅନୁସନ୍ଧାନ କରିବାକୁ ଆସିଥିବା ଡକ୍ଟର ଅଶୋକ ଥୋରାଟ କହିଛନ୍ତି ଯେ ଏହି ମାମଲାରେ ତଦନ୍ତ ଚାଲିଛି । ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.