ପାଟନା ୧୦।୮: ଜେଡିୟୁ ନେତା ନୀତୀଶ କୁମାର ବୁଧବାର ଅଷ୍ଟମବାର ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ଶପଥପାଠ ପରେ ଗଣମାଧ୍ୟମ ସହ ଆଲୋଚନାରେ ନୀତୀଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୨୦୨୪ ସାଧାରଣ ନିର୍ବାଚନରେ ଚାଲେଞ୍ଜ କରିଛନ୍ତି। ୨୦୧୪ର ବୀର ୨୦୨୪ରେ ବିଜୟ ଦୋହରାଇ ପାରିବେ କି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମେତ ଏହିପରି କୌଣସି ପଦପଦବୀର ସେ ପ୍ରାର୍ଥୀ ନୁହନ୍ତି। ତେବେ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଦେଶରେ ବିରୋଧୀଙ୍କୁ ଏକଜୁଟ କରିବାକୁ ସେ ଚାହାନ୍ତି ବୋଲି କହିଛନ୍ତି।
{"id":668967,"sizeSlug":"full","linkDestination":"none"}ନୀତୀଶଙ୍କ ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ବିଜେପି ସହ ବନ୍ଧୁତ୍ୱ ଭାଙ୍ଗିବା ପଛରେ ତାଙ୍କର ପ୍ରଧାନମନ୍ତ୍ରୀ ହେବାର ମହତ୍ୱକାଙକ୍ଷା ନେଇ ଚର୍ଚ୍ଚା ଚାଲିଛି। ନୀତୀଶ ୨୨ ବର୍ଷରେ ୮ ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ତେବେ ବିଜେପିରୁ ପୃଥକ ହେବା ସମ୍ପର୍କରେ ଯାହା ସୂଚନା ଆସୁଛି ୨୦୨୦ ବିଧାନସଭା ନିର୍ବାଚନ ପରେ ସରକାର ଗଠନ ଠାରୁ ରାଜ୍ୟରେ ଜେଡିୟୁ ଓ ବିଜେପି ମଧ୍ୟରେ କିଛି ଠିକଠାକ ଚାଲିନଥିଲା।
{"id":668968,"sizeSlug":"full","linkDestination":"none"}ସ୍ଥାନୀୟ ନେତାଙ୍କ ଅନୁସାରେ ନିର୍ବାଚନରେ ଜେଡିୟୁକୁ ହରାଇବା ପାଇଁ ତଥା ଅଧିକ ସିଟରୁ ବଞ୍ଚିତ କରିବା ପାଇଁ ବିଜେପି ଚିରାଗ ପାଶ୍ୱାନଙ୍କୁ ଆଗକୁ କରିଥିଲା। ବିଧାନସଭା ନିର୍ବାଚନରେ ଚିରାଗ ପାଶ୍ୱାନଙ୍କ ଯୋଗୁ ଜେଡିୟୁକୁ ଆସନ କ୍ଷତିର ସମ୍ମୁଖୀନ ହେବାକୁ ପଡିଥିଲା। ନିର୍ବାଚନର ଏହି ଷଡ଼ଯନ୍ତ୍ର ନୀତୀଶଙ୍କ ମନରେ ଥିଲା। ଏହା ଛଡା ବିଧାନସଭା ବାଚସ୍ପତି ବିଜୟ କୁମାରଙ୍କ ସହ ନୀତୀଶଙ୍କ ବିବାଦ ଦୁଇ ଦଳଙ୍କ ସମ୍ପର୍କରେ ଫାଟ ଭଳି କାମ କରିଥିଲା। ଏଥିରେ ଆର.ପି.ସିଂହଙ୍କ ପ୍ରକରଣ ମେଣ୍ଟରୁ ଅଲଗା ହେବା ଲାଗି ନୀତୀଶଙ୍କ ଲାଗି ଏକ କାରଣ ହୋଇଥିଲା।