ସିଙ୍ଗାପୁର ପରେ ହଂକଂ ବ୍ୟାନ୍ କଲା ଏମ୍‌ଡିଏଚ୍‌ ଓ ଏଭରେଷ୍ଟ ମସଲା

Published By : Prameya-News7 Bureau | April 22, 2024 IST

indiatoday

ନୂଆଦିଲ୍ଲୀ: ସିଙ୍ଗାପୁର ପରେ ଏବେ ହଂକଂ ମଧ୍ୟ ଭାରତର ଏମ୍‌ଡିଏଚ୍‌ କରି ମସଲାକୁ ବ୍ୟାନ୍ କରିଛି। କେବଳ ଏମ୍‌ଡିଏଚ୍‌ ନୁହେଁ, ଏଭରେଷ୍ଟ ମସଲା ମଧ୍ୟ ବ୍ୟାନ୍ କରିଛି ଏହି ଦେଶ। ମସଲାରେ କର୍କଟ ରୋଗର ବାହକ କ୍ୟାମିକାଲ ମିଳିବାରୁ ଏଗୁଡ଼ିକୁ ବ୍ୟାନ୍ କରାଯାଇଛି ବୋଲି ହଂକଂ ଖାଦ୍ୟ ସୁରକ୍ଷା ବିଭାଗ କହିଛି। 

ହଂକଂର କେନ୍ଦ୍ର ଖାଦ୍ୟ ସୁରକ୍ଷା ବିଭାଗ(ସିଏଫ୍‌ଏସ୍‌) ଏପ୍ରିଲ ୫ ତାରିଖରେ ଏମ୍‌ଡିଏଚ୍‌ର ୩ଟି ପ୍ରଡକ୍ଟ-ମଡ୍ରାସ କରି ପାଉଡର, ମିକ୍ସିଡ୍‌ ମସଲା ପାୱଡର ଏବଂ ସାମ୍ବର ମସଲା ଏବଂ ଏଭରେଷ୍ଟ ଫିସ୍ କରି ମସଲାରେ ଇଥିଲିନ ଅକ୍ସାଇଡ୍‌ ନାମକ ଏକ କିଟନାଶକ ପାଇଥିଲା। ଯାହାକୁ କାର୍‌ସିନୋଜେନ୍‌(କ୍ୟାନ୍‌ସର ବାହକ) ଭାବେ ଚିହ୍ନଟ କରାଯାଏ।

ଏନେଇ ସିଏଫ୍‌ଏସ୍‌ କହିଛି ଯେ ନିୟମିତ ଖାଦ୍ୟ ଯାଞ୍ଚ କାର୍ଯ୍ୟକ୍ରମରେ ଏହି ୪ଟି ପ୍ରଡକ୍ଟର ସାମ୍ପଲ ସଂଗ୍ରହ କରାଯାଇଥିଲା। ଏଥିରେ ଇଥିଲିନ୍ ଅକ୍ସାଇଡ୍‌ର ମାତ୍ର ଅଧିକ ମିଳିଛି। ଯାହା ମଣିଷ ଖାଇବା ଅନୁପଯୋଗୀ। ହଂକଂର ଖାଦ୍ୟ ସୁରକ୍ଷା ନୀତି, ନିରାପଦ ସୀମା ଠାରୁ ଅଧିକ କୀଟନାଶକ ଥିବା କୌଣସି ଖାଦ୍ୟକୁ ଅନୁମତି ଦିଏ ନାହିଁ। ଏହା ସମ୍ପୂର୍ଣ୍ଣ ନିଷେଧ ବୋଲି ସିଏସ୍‌ଏଫ୍ କହିଛି।

ପଢ଼ନ୍ତୁ- ପାଣି ବୋତଲକୁ ନେଇ ଖୁବ୍‌ଶୀଘ୍ର ନୂଆ ନିୟମ; ବଜାରରୁ ଗାୟବ ହୋଇଯାଇ ପାରେ ଏହିସବୁ ବୋତଲ

ଏଣୁ ସିଏସ୍‌ଏଫ୍ ସମସ୍ତ ଦୋକାନୀମାନଙ୍କୁ ଏହି ୪ଟି ମସଲା ବିକ୍ରି ନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଘଟଣାରେ ତଦନ୍ତ ଆରମ୍ଭ କରିଛି। ଏଥିସହିତ କ୍ୟାନସର ବାହକ କ୍ୟାମିକାଲ ମିଳିବା ପରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ହଂକଂ କହିଛି। ଏହା ପୂର୍ବରୁ ସିଙ୍ଗାପୁର ଖାଦ୍ୟ ସୁରକ୍ଷା ଏଜେନ୍ସି ମଧ୍ୟ ଏମ୍‌ଡିଏଚ୍‌ ଫିସ୍ ମସଲାରେ ଇଥିଲିନ ଅଧିକ ପରିମାଣରେ ଥିବା କହିଥିଲା। ତେବେ ଏହା ଖାଇଲେ ଯଦିଓ ହଠାତ୍‌ ସମସ୍ୟା ହେବନି, ତେବେ ଦୀର୍ଘଦିନ ଖାଇଲେ କ୍ୟାନ୍‌ସର କାରଣ ହେବ ବୋଲି ସିଙ୍ଗାପୁର କହିଥିଲା। ତେବେ ଏମ୍‌ଡିଏଚ୍‌ ଓ ଏଭରେଷ୍ଟ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.