ଶାମିଙ୍କ ରେକର୍ଡ ପରେ ବଦଳିଗଲା ହସିନ୍‌ ଜାହାଁଙ୍କ ହୃଦୟ, କହିଲେ-'ତେରେ ନାମ ସେ ହିଁ ମୁଝକୋ….'

Published By : Prameya-News7 Bureau | November 17, 2023 IST

ମୁମ୍ଵାଇ ୧୭।୧୧: ବର୍ତ୍ତମାନ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚାରେ କ୍ରିକେଟର ମହମ୍ମଦ ଶାମି । ବିଶ୍ୱକପ୍ ସେମିଫାଇନାଲ ମ୍ୟାଚ୍ ସମୟରେ ସେ ୭ ୱିକେଟ୍ ନେଇଥିଲେ । ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଖେଳାଳି ଭାବେ ଘୋଷଣା କରାଯାଇଥିଲା । ତାଙ୍କୁ ଚଳିତ ବର୍ଷ ବିଶ୍ୱକପ୍‌ର ସବୁଠାରୁ ସଫଳ ଖେଳାଳି ଭାବରେ କୁହାଯାଇଛି। ଅନେକ ଲୋକ ଏହି ସେମିଫାଇନାଲ ମ୍ୟାଚକୁ 'ଶାମି ଫାଇନାଲ' ବୋଲି ଘୋଷଣା କରିଛନ୍ତି । ଯେଉଁଠାରେ ଗୋଟିଏ ପଟେ ଶାମିଙ୍କୁ ଏତେ ପ୍ରଶଂସା କରୁଛନ୍ତି । ସେପଟେ ତାଙ୍କ ପତ୍ନୀ ହସିନ ଜାହାଁଙ୍କ ଏକ ଭିଡିଓ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ରିପୋର୍ଟରେ ଦାବି କରାଯାଉଛି କି ହସିନ୍ କେବଳ ଶାମିଙ୍କ ପାଇଁ ଏହି ଭିଡିଓ ସେୟାର କରିଛନ୍ତି।

ନିକଟରେ  ହସିନ୍ ଏକ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ଏବଂ ଇନଷ୍ଟାଗ୍ରାମରେ ବହୁତ ଆକ୍ଟିଭ୍‌ ।  ଯେତେବେଳେ ଶାମି ୭ ୱିକେଟ୍ ନେଇ ରେକର୍ଡ ସୃଷ୍ଟି କରିଥିଲେ। ହସିନ୍ ସେତେବେଳେ ଏହି ଭିଡିଓ ସେୟାର କରିଛନ୍ତି। ହସିନଙ୍କ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ କହିଛନ୍ତି ଏହା ଶାମି ପାଇଁ ଏକ କ୍ରିପ୍ଟିକ୍ ମେସେଜ୍ । ହସିନ୍ ବ୍ୟବହାର କରିଥିବା ଗୀତର ଲାଇନ୍‌ ଅଛି ତେରେ ନାମ୍‌ ସେ ହି ମୁଝକୋ ଦୁନିଆ ୱାଲେ ଜାନେଙ୍ଗେ… ତେରି ସୁରତ୍‌ ଦେଖକର ହିଁ ଲୋଗ ମୁଝେ ପେହଚାନେଙ୍ଗେ…. ଏହାର କ୍ୟାପସନରେ ହସିନ୍ ଲେଖିଛନ୍ତି- 'ଶୁଦ୍ଧ ପ୍ରେମ' ।  

wp:html
/wp:html

କହିବାକୁ ଗଲେ ମହମ୍ମଦ ଶାମି ଏବଂ ତାଙ୍କ ପତ୍ନୀ ହସିନ ଜାହାଁ ବହୁ ପୂର୍ବରୁ ଅଲଗା ହୋଇ ଯାଇଥିଲେ ମଧ୍ୟ ଦୁହେଁ ଏପର୍ଯ୍ୟନ୍ତ ଛାଡପତ୍ର ନେଇ ନାହାଁନ୍ତି। ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି ମାମଲା କୋର୍ଟରୁ ମିଡିଆ ଟ୍ରାଏଲରେ ପହଞ୍ଚିଥିଲା। ଏହି ସମୟରେ, ବର୍ତ୍ତମାନ ଲୋକମାନେ ଏହି ଭିଡିଓର ଖୋଳତାଡ଼ କରୁଥିବା ଜଣାପଡିଛି। ଅନେକ ଲୋକ ହସିନଙ୍କୁ ଟ୍ରୋଲ କରିବାକୁ ଚେଷ୍ଟା କରିଥିବାବେଳେ ଅନେକ ଲୋକ ଚାହୁଁଛନ୍ତି ଯେ ଉଭୟଙ୍କ ମଧ୍ୟରେ ବିବାଦ ଶେଷ ହୋଇଯାଉ।

wp:embed {"url":"https://www.prameyanews7.com/masaba-gupta-slams-ramiz-raja-neena-gupta-vivian-richards/","type":"wp-embed","providerNameSlug":"prameya-news-7"}
https://www.prameyanews7.com/masaba-gupta-slams-ramiz-raja-neena-gupta-vivian-richards/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.