ଲକ୍ଷ୍ନୌ: ଆର୍ଜେଡି ନେତାଙ୍କ ପରେ ଏବେ ସମାଜବାଦୀ ପାର୍ଟିର ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ରାମ ଚରିତମାନସକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଧର୍ମ ଆଳରେ ଜାତିଗତ ଅପମାନକୁ ବରଦାସ୍ତ କରାଯିବ ନାହିଁ। ଏହାକୁ ବିରୋଧ କରାଯିବା ଦରକାର ବୋଲି ଶ୍ରୀ ମୌର୍ଯ୍ୟ କହିଛନ୍ତି। କୋଟି କୋଟି ଲୋକ ରାମଚରିତମାନସ ପଢ଼ି ନାହାନ୍ତି କି ପଢ଼ନ୍ତି ନାହିଁ ବୋଲି ମୌର୍ଯ୍ୟ କହିଛନ୍ତି।
ଏହା ପୂର୍ବରୁ ବିହାର ଶିକ୍ଷାମନ୍ତ୍ରୀ ଚନ୍ଦ୍ର ଶେଖର ମଧ୍ୟ ରାମଚରିତମାନସକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ। ରାମାୟଣ ଆଧାରିତ ଏକ ହିନ୍ଦୁ ଧର୍ମ ବହି ସମାଜରେ ଘୃଣା ବଢ଼ାଉଛି ବୋଲି ସେ କହିଥିଲେ। ଏବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ରାମଚରିତମାନସରେ ଥିବା କିଛି ଶ୍ଲୋକ ଉପରେ ଆପତ୍ତି ଉଠାଇଛନ୍ତି। ଏଗୁଡ଼ିକ ରାମଚରିତମାନସରୁ ହଟାଇ ଦିଆଯାଉ ନହେଲେ ଧାଡ଼ିଗୁଡ଼ିକୁ ସମ୍ପୂର୍ଣ୍ଣ ବ୍ୟାନ୍ କରିଦିଆଯାଉ ବୋଲି ଶ୍ରୀ ମୌର୍ଯ୍ୟ କହିଛନ୍ତି।
wp:html/wp:html#WATCH | I don't have any issue with Ramcharitramanas but a few parts of Ramcharitramanas have insulting comments & sarcasm specifying particular castes & sects, those should be banned...: SP leader Swami Prasad Maurya pic.twitter.com/FhgcwoXOjs
— ANI UP/Uttarakhand (@ANINewsUP) January 22, 2023
ରାମଚରିତ ମାନସରେ ଶୁଦ୍ର, ଓ ନାରୀଙ୍କୁ ପଶୁ ବର୍ଗରେ ରଖାଯାଇଛି। ତାଙ୍କୁ ପ୍ରତାରଣା ତାଡ଼ନା ଦେବା କଥା କୁହାଯାଇଛି। ସମସ୍ତେ ଗୋଟିଏ ଧର୍ମରେ ହୋଇଥିବା ବେଳେ ଏମାନଙ୍କୁ ଦଣ୍ଡିତ କରିବା କଥା କୁହାଯାଇଛି। ଯାହା ଭୁଲ୍ ବୋଲି ମୌର୍ଯ୍ୟ କହିଛନ୍ତି। ଧର୍ମ ମାନବଜାତିର କଲ୍ୟାଣ ଓ ମାନବତା ପାଇଁ ହୋଇଥାଏ। ମାନବିକତାକୁ ନଷ୍ଟ କରୁଥିବା ଧର୍ମ, ଧର୍ମ ନୁହେଁ ବୋଲି ସେ ମୌର୍ଯ୍ୟ କହିଛନ୍ତି।
ରାମଚରିତ ମାନସରେ ଗୋଟିଏ ପରେ ଗୋଟିଏ ପଂକ୍ତି ପଢ଼ି କିଭଳି ସେଥିରେ ଭୁଲ୍ ରହିଛି ତାହା ଉଦାହରଣ ଦେଇଛନ୍ତି ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ମୁଁ ଏହାକୁ ଧାର୍ମିକ ପୁସ୍ତକ ମାନେନି। ତୁଳସୀ ଦାସଙ୍କ ଲେଖିବାର କୌଣସି ସମସ୍ୟା ନାହିଁ। କିନ୍ତୁ କୌଣସି ଜାତିକୁ ଇଙ୍ଗିତ କରାଯାଇଥିବା ଲାଇନ୍କୁ ହଟାଇ ଦିଆଯାଉ ବୋଲି ସେ ଦାବି କରିଛନ୍ତି।
ଏହା ପୂର୍ବରୁ ବିହାର ଶିକ୍ଷାମନ୍ତ୍ରୀଙ୍କର ରାମଚରିତମାନସକୁ ନେଇ ଆସିଥିବା ବୟାନକୁ ନେଇ ପ୍ରବଳ ହୋହଲ୍ଲା ହୋଇଛି। ବିଜେପି ଏହାକୁ ବିରୋଧ କରି ତାଙ୍କ ବିରୋଧରେ ମାମଲା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି।