ନାଇକୁ ପରେ ବୁରହାନ୍ ୱାନି ଗ୍ରୁପ ମୁଖ୍ୟ ଡ. ସୈଫୁଲ୍ଲା ହୋଇପାରେ ହିଜବୁଲ୍ କମାଣ୍ଡର୍

Published By : Prameya-News7 Bureau | May 08, 2020 IST

ଶ୍ରୀନଗର ୦୮/୦୫ : କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ବିରୋଧରେ ୨୭ ଅପରେସନ କରାଯାଇଛି | ଅପରେସନରେ ୬୪ ଆତଙ୍କବାଦୀ ନିହତ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ହିଜବୁଲ କମାଣ୍ଡର ରିୟାଜ ନାଇକୁ ମଧ୍ୟ ସାମିଲ | ଏ ସମ୍ପର୍କରେ ଜାମ୍ମୁ କାଶ୍ମୀର ପୋଲିସର ଇନ୍ସପେକ୍ଟର ବିଜୟ କୁମାର ଗୁରୁବାର ଦିନ ସୂଚନା ଦେଇଛନ୍ତି |

ଭାରତୀୟ ସୁରକ୍ଷାବଳ ସୀମାରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି | ଏବେ ସୁଦ୍ଧା ୨୫ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି | ହିଜବୁଲ କମାଣ୍ଡର ରିୟାଜ ନାଇକୁକୁ ପୋଲିସ ଗତ ୬ ମାସ ହେଲା ଖୋଜୁଥିଲା | ୬ ମାସର ସର୍ଚ୍ଚ ଅପରେସନ ପରେ ରାଇଙ୍କୁକୁ ଟ୍ରାସ କରିବାରେ ଜାମ୍ମୁ ପୋଲିସ ସଫଳ ହୋଇଥିଲା | ବୁଧବାର ଦିନ ବେଘପୁରା ଅଞ୍ଚଳରେ ଏନକାଉଣ୍ଟର ପରେ ରାଇକୁର କିଛି ସମର୍ଥକ ହିଂସା ପରିସ୍ଥିତି ସୃଷ୍ଟି କରିଥିଲେ | ଏହାପରେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଆଇନ ବ୍ୟବସ୍ଥା ଲାଗୁ କରାଯାଇଥିଲା | ସୁରକ୍ଷାକର୍ମୀଙ୍କ ଗୁଳିରେ କିଛି ଆତଙ୍କବାଦୀ ନିହତ ମଧ୍ୟ ହୋଇଥିଲେ | ୨୦୧୨ ମସିହାରେ ଆତଙ୍କବାଦୀ ହୋଇଥିବା ନାଇକୁ ଗତ ବୁଧବାର ଦିନ ଏନକାଉଣ୍ଟରରେ ନିହତ ହୋଇଛି |

ରିୟାଜ ନାଇକୁର ମୃତ୍ୟୁ ପରେ ହିଜବୁଲ ଆତଙ୍କବାଦୀ ସଂଗଠନରେ ଭାଳେଣି ପଡିଯାଇଛି ଯେ ବର୍ତ୍ତମାନ ସଂଗଠନର କମାଣ୍ଡର କିଏ ହେବ | ଡ. ସୈଫୁଲ୍ଲାକୁ ହିଜବୂଲ କମାଣ୍ଡର କରିବା ପାଇଁ ମନୋନୀତ କରାଯାଇଛି | ଡ. ସୈଫୁଲ୍ଲା ପୁଲୱାମା ମଲଙ୍ଗପୁରା ନିବାସୀ ଯିଏ ବୁରହାନ ୱାନି ଗ୍ରୁପର ଜଣେ ଆତଙ୍କବାଦୀ | ଏହି ଗ୍ରୁପରେ ୧୨ ଆତଙ୍କବାଦୀ ଅଛନ୍ତି | ୨୦୧୮ ମସିହାରେ ହୁରିୟାତ ଗିଲାନି ଆତଙ୍କବାଦୀ ସଂଗଠନର ମୁଖ୍ୟ ଜୁନେଦ ସେହରାଇ ଏହି ଗ୍ରୁପରେ ସାମିଲ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.