ଚାକିରି କରୁଥିବା ୫୦ ହଜାର ଅବସରପ୍ରାପ୍ତ କର୍ମଚାରୀ ହେବେ ଛଟେଇ, ପୁନଃନିଯୁକ୍ତି ଉପରେ ରୋକ୍
4/09/2018 at 5:04 AM

ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ରୋକ୍ ଲାଗାଇଛନ୍ତି ସରକାର । ଫଳରେ ୪ବର୍ଷ ଧରି ପୁନଃ ନିଯୁକ୍ତି ପାଇ ଚାକିରି କରୁଥିବା ୫୦ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ । ସରକାରଙ୍କ ଏଭଳି ନଷ୍ପତ୍ତିକୁ ସବୁଆଡୁ ସ୍ବାଗତ କରାଯାଇଛି । ବିରୋଧୀ କିନ୍ତୁ ଏଥିରୁ ରାଜନୀତିର ଗନ୍ଧ ବାରିଛନ୍ତି । ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଯୁବବର୍ଗଙ୍କୁ ଭୁଲାଇବାକୁ ସରକାରଙ୍କର ଏହା ଚାଲ୍ ବୋଲି କହିଛନ୍ତି ସେମାନେ ।