ଧାରା ୩୭୦ ଉଚ୍ଛେଦ ପରେ କୁଳଭୂଷଣ ମାମଲାରେ ଭାରତଠୁ ଏମିତି ପ୍ରତିଶୋଧ ନେଲା ପାକିସ୍ତାନ

Published By : Prameya-News7 Bureau | August 08, 2019 IST

ନୂଆଦିଲ୍ଲୀ୮|୮: କୁଳଭୂଷଣଙ୍କ ମାମଲାରେ ନିଃସର୍ତ୍ତ ଭାବେ କଂନସୁଲାର ଏକ୍ସେସ ଦେବା ପାଇଁ ଭାରତର ଦାବିକୁ  ପାକିସ୍ତାନ ଖାରଜ କରିଛି।ଏହାପୂର୍ବରୁ ପାକିସ୍ତାନ ପକ୍ଷରୁ କୁଳଭୂଷଣଙ୍କୁ ସର୍ତ୍ତମୂଳକ କଂନସୁଲାର ଆକ୍ସେସ ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତବକୁ ଭାରତ ପ୍ରତ୍ୟାଖାନ କରିଥିଲା।

ହେଗ୍‌ ସ୍ଥିତ ଆଇସିଜେ କୋର୍ଟ ଜୁଲାଇ ୧୭ ତାରିଖରେ କୁଳଭୂଷଣ ଯାଦବଙ୍କ ମାମଲାର ଶୁଣାଣୀ କରିଥିଲେ।କୁଳଳଭୂଷଣଙ୍କ ଫାଶୀ ଦଣ୍ଡର ପୁନଃ ସମୀକ୍ଷା କରିବା ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ । େଥିସହ ଭିଆନା ଚୁକ୍ତି ଆଧାରରେ କନସୁଲାର ଏକ୍ସେସ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।ହେଲେ ଏହାପରେ ଭାରତ କୁଳଭୂଷଣଙ୍କ କଂନସୁଲାର ଏକ୍ସେସ ପାଇଁ ପାକିସ୍ତାନକୁ ଦାବି କରିଥିଲା।

ସୂଚନାମୁତାବକ ପାକିସ୍ତାନ ପକ୍ଷରୁ କଂନସୁଲାର ଆକ୍ସେସ ପାଇଁ ଭାରତକୁ ଚିଠି କରାଯାଇଥିଲା। ତେବେ ଏହାସହ ସର୍ତ୍ତମୂଳକ ଏକ୍ସେସ ପାଇଁ ଆଉ ଏକ ଚିଠି ମଧ୍ୟ ଭାରତକୁ ପଠାଯାଇଥିଲା।ଏଭଳି ପ୍ରସ୍ତାବକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସମୀକ୍ଷା କରିଥିଲା ସର୍ତ୍ତମୂଳକ କନସୁଲାର ଏକ୍ସେସ ଆଇସିଜେଙ୍କ ନିର୍ଦ୍ଦେଶର ଉଲ୍ଲଂଘନ । ଭିଆନା ଚୁକ୍ତିର ୩୬ ଧାରା ଅନୁସାରେ ନିଃସର୍ତ୍ତ କନସୁଲାର ଆକ୍ସେସ  ଦିଆଯିବା କଥା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.