ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ, କଟକ SCBରୁ ହେଲେ ଡିସଚାର୍ଜ

29/08/2022 at 4:48 PM

କଟକ: ସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । ସୁସ୍ଥ ହେବା ପରେ କଟକ SCBରୁ ଡିସଚାର୍ଜ ହୋଇଛନ୍ତି। ଆଉ କିଛି ସମୟ ମଧ୍ୟରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କୋରାପୁଟ ଫେରିବେ। କିଡନୀରେ ସମସ୍ୟା ଓ ଶାରୀରିକ ଅସୁସ୍ଥତା ଯୋଗୁଁ ପ୍ରଥମେ ଜୟପୁର ଓ ପରେ କଟକ SCB କୁ ସ୍ଥାନାନ୍ତର ହୋଇଥିଲେ କମଳା। ଗତ ବୁଧବାର ଠାରୁ କଟକ SCBରେ ସେ ଚିକିତ୍ସିତ ହେଉଥିଲେ। ୧୧ ଜଣିଆ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା SCB ରେ କରୁଥିଲେ। ଏଣିକି ପ୍ରତି ୩ ମାସରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କଟକ SCB ରେ ହେବ।

ସୂଚନା ଥାଉକି, କିଛି ଦିନ ତଳେ ଖାଦ୍ୟ ପାନୀୟରେ ଏପଟ ସେପଟ ସହ ଜ୍ୱର ହେବା ପରେ ଟିକେ ଅସୁସ୍ଥ ଅନୁଭବ କରି ଘରେ ଥିଲେ । କିନ୍ତୁ ରବିବାର ସକାଳ ଠାରୁ ଲଗାତର ଭାବେ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ନଆସିବା ପରେ ପରିବାର ପକ୍ଷରୁ ସ୍ଥାନୀୟ ଏଏନଏମ ଦିଦିଙ୍କୁ ଯୋଗାଯୋଗ କରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜୟପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ  ଉନ୍ନତ ଚିକିତ୍ସା ପାଇଁ ବୁଧବାର ରାତିରେ ତାଙ୍କୁ ସ୍ଵତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲ ଅଣାଯାଇଥିଲା।

   Related Posts