ରାହୁଲ ଗାନ୍ଧୀ ଅଯୋଗ୍ୟ ଘୋଷଣା ହେବା ପରେ ବର୍ଷିଲେ ବିରୋଧୀ; କିଏ କଣ କହିଲେ ଜାଣନ୍ତୁ
24/03/2023 at 10:19 PM

ନୂଆଦିଲ୍ଲୀ: ମାନହାନୀ ମକଦ୍ଦମାରେ ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଛି। ସେ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏହାକୁ ନେଇ ଦେଶର ବିଭିନ୍ନ ବିରୋଧୀ ଦଳର ନେତାମାନେ ପ୍ରତିକ୍ରିୟା ପ୍ରକାଶ କରି ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଆସନ୍ତୁ ଶର୍ଟ୍ରେ ଜାଣିବା କିଏ କଣ କହିଛନ୍ତି।
ଅରବିନ୍ଦ କେଜରିୱାଲ୍- ଲୋକସଭାରୁ ରାହୁଲ ଗନ୍ଧୀ ଜୀଙ୍କର ବହିଷ୍କାର ଆଶ୍ଚର୍ଯ୍ୟକର। ଦେଶ ବହୁତ କଠିନ୍ନ ପରିସ୍ଥିତି ଦେଇ ଗତି କରୁଛି। ପୂରା ଦେଶକୁ ଏମାନେ ଡରାଇ ରଖିଛନ୍ତି। ୧୩୦ କୋଟି ଲୋକଙ୍କୁ ଏମାନଙ୍କର ଅହଂକାରୀ ସତ୍ତା ବିରୋଧରେ ଏକତ୍ର ହେବା ଉଚିତ୍। ଦେଶରେ ଏମାନେ ୱାନ ନେସନ ୱାନ ପାର୍ଟି ଏବଂ ୱାନ ନେସନ ୱାନ ନେତାର ମାହୋଲ ବନାଉଛନ୍ତି।
आज देश में जो चल रहा है बहुत ख़तरनाक है। विपक्ष को ख़त्म करके ये लोग वन-नेशन वन-पार्टी का माहौल बनाना चाहते हैं, इसी को तो तानाशाही कहते हैं।
— Arvind Kejriwal (@ArvindKejriwal) March 24, 2023
मेरी देशवासियों से अपील है- हमें मिलकर आगे आना होगा, जनतंत्र बचाना है, देश बचाना है। pic.twitter.com/rp4qX6QN3P
ମମତା ବାନାର୍ଜୀ(ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ )- ପ୍ରଧାନମନ୍ତ୍ରୀଙ୍କର ନୂଆ ଭାରତରେ ବିରୋଧୀ ଦଳନେତାମାନେ ବିଜେପିର ପ୍ରଧାନ ଟାର୍ଗେଟ୍। ଅପରପକ୍ଷରେ ଅପରାଧିକ ପୃଷ୍ଠଭୂମି ଥିବା ବିଜେପି ନେତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ୍ କରାଯାଉଛି। ଆଜି ବିରୋଧୀ ଦଳର ନେତାମାନେ ତାଙ୍କ ଭାସଣ ଯୋଗୁ ଅଯୋଗ୍ୟ ଘୋଷିତ ହେଉଛନ୍ତି। ଆମେ ଆମ ସାମ୍ବିଧାନିକ ଗଣତନ୍ତ୍ରର ଏକ ନିମ୍ନ ସ୍ତର ଦେଖୁଛୁ।
In PM Modi’s New India, Opposition leaders have become the prime target of BJP!
— Mamata Banerjee (@MamataOfficial) March 24, 2023
While BJP leaders with criminal antecedents are inducted into the cabinet, Opposition leaders are disqualified for their speeches.
Today, we have witnessed a new low for our constitutional democracy
କେ.ସି.ଆର୍(ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ)- ରାହୁଲଙ୍କ ଗିରଫଦାରୀ ନରେନ୍ଦ୍ର ମୋଦୀଙ୍କ ଅହଂକାରୀ ଓ ଏକଛତ୍ରବାଦୀ ବ୍ୟବହାର ପରାକାଷ୍ଠା। ଗଣତନ୍ତ୍ର ପାଇଁ ଆଜି କଳା ଦିନ। ଯେଉଁମାନେ ଗଣତନ୍ତ୍ରକୁ ସମର୍ଥନ କରୁଛନ୍ତି ସେମାନେ ଏନ୍ଡିଏର ଏଭଳି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିବା ଦରକାର। କେନ୍ଦ୍ର ସରକାର କେବଳ ଗଣତନ୍ତ୍ରୀକ ସଂସ୍ଥାର ଦୁରୁପଯୋଗ କରୁ ନାହାନ୍ତି ବରଂ ସଂସଦର ଦୁରୁପଯୋଗ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ପଦକ୍ଷେପ।
The disqualification of @RahulGandhi as MP before he could go for an appeal is death knell for democracy.
— M.K.Stalin (@mkstalin) March 24, 2023
The metamorphosis of BJP’s vindictive politics into autocracy is happening at an alarming pace. If one goes by history, it is very clear what is in store for such autocrats. pic.twitter.com/oTW4PMXi6X
ଏମ୍.କେ.ଷ୍ଟାଲିନ(ତାମିଲନାଡୁ ମୁଖ୍ୟମନ୍ତ୍ରୀ)-ପ୍ରଗତିଶୀଳ ଗଣତନ୍ତ୍ରୀକ ଶକ୍ତି ଉପରେ ଆକ୍ରମଣ। ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବାର ଫାସୀବାଦୀ ନିଷ୍ପତ୍ତିକୁ ମୁଁ କଡ଼ା ନିନ୍ଦା କରୁଛି। ଏଭଳି କାର୍ଯ୍ୟାନୁଷ୍ଠାନ ଏହା ଦର୍ଶାଉଛି ଯେ ବିରୋଧୀ ଦଳର ନେତାମାନଙ୍କର ନିଜ ସ୍ୱର ଉଠାଇବାର ଅଧିକାର ନାହିଁ। ଭାରତ ଯୋଡ଼ ଯାତ୍ରାର ସଫଳତା ପରେ ବିଜେପି ରାହୁଲ ଗାନ୍ଧୀଙ୍କୁ ଡରୁଛି।
ମନୋଜ କୁମାର ଝା- ଆର୍ଜେଡି ନେତା ମନୋଜ ଝା ଟ୍ୱିଟ୍ କରି ଲେଖିଛନ୍ତି ଯେ ଗଣତନ୍ତ୍ରର ମୃତ୍ୟୁ ହୋଇଗଲା। ରିପ୍। ଟ୍ୱିଟ୍ରେ ଲୋକସଭା ସଚିବାଳୟରୁ ଜାରି ହୋଇଥିବା ରାହୁଲଙ୍କ ବରଖାସ୍ତ ନୋଟିସ୍କୁ ଟ୍ୱିଟ୍ କରିଛନ୍ତି ମନୋଜ।
संसद की सदस्यता के अपहरण से राजनीतिक चुनौती ख़त्म नहीं हो जाती। सबसे बड़े आंदोलन संसद नहीं; सड़क पर लड़कर जीते गये हैं।
— Akhilesh Yadav (@yadavakhilesh) March 24, 2023
जिन महोदय ने मानहानि का दावा किया है दरअसल ये उन्हें अपने उन लोगों पर करना चाहिए जो अपने देश को धोखा देकर विदेश भाग गये, जिससे उनके नाम-मान को हानि पहुँची है।
ଅଖିଳେଶ ଯାଦବ- ସଂସଦର ସଦସ୍ୟତାର ଅପହରଣ କଲେ ରାଜନୈତିକ ଆହ୍ୱାନ ଶେଷ ହୁଏନି। ସବୁଠାରୁ ବଡ଼ ଆନ୍ଦୋଳନ ସଂସଦ ନୁହେଁ ସଡ଼କ ଉପରେ ଲଢ଼ି ଜିତାଯାଇପାରିବ।
The disqualification of Mr Rahul Gandhi and Mr Faizal a few months ago as MP’s of the Lok Sabha are against the basic tenets of the constitution, where democratic values are being curtailed. This is condemnable and against the very principles on which the constitution is based.
— Sharad Pawar (@PawarSpeaks) March 24, 2023
ଶରଦ ପାୱାର- ଗଣତନ୍ତ୍ରର ମୂଲ୍ୟବୋଧନ ହ୍ରାସ ପାଇଛି। ଏହା ସମ୍ବିଧାନର ସିଦ୍ଧାନ୍ତ ବିରୋଧରେ ଯାଇଛି। ଏହି ନିନ୍ଦନୀୟ ଘଟଣା। ଗଣତନ୍ତ୍ରୀକ ବ୍ୟବସ୍ଥାକୁ ସୁରକ୍ଷା ଦେବା ପାଇଁ ଆମ ସମସ୍ତଙ୍କୁ ଏକାଠି ହେବାକୁ ପଡିବ।
ଉଦ୍ଧବ ଠାକ୍ରେ- ଚୋରକୁ ଚୋର କରିବା ଏ ଦେଶର ଏକ ଅପରାଧ। ଏକଛତ୍ରବାଦ ଶାସନର ପତ୍ତନ ଆରମ୍ଭ ହେଲା। ଚୋର ଦେଶକୁ ଲୁଟୁଛନ୍ତି। ହେଲେ ରାହୁଲ ଗାନ୍ଧୀଙ୍କୁ ସଜା ମିଳୁଛି। ଗଣତନ୍ତ୍ର ସିଧାସଳଖ ହତ୍ୟା। ସବୁ ସରକାରୀ ସିଷ୍ଟମ ଚାପରେ ରହିଛି। ଏକଛତ୍ରବାଦ ଶାସନର ପତ୍ତନ ଆରମ୍ଭ ହେଲା।
It is clearly evident Amrit Kaal in New India applies only to leaders & members of BJP. Whereas for the entire Opposition & citizens of this country, it is Apaat Kaal.
— Hemant Soren (@HemantSorenJMM) March 24, 2023
ହେମନ୍ତ ସୋରେନ(ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ)- ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବାରୁ ଜଣାପଡ଼ିଲା ଯେ ରାଜନୈତିକ ମତଭେଦ କ୍ଷମତାରେ ଥିବା ସରକାର ପାଇଁ ପ୍ରତିଶୋଧର ଲଢେଇ ହେଇଯାଉଛି। ଆଜିର ଅମୃତକାଳରେ ସରକାର ସମସ୍ତ ବୁଦ୍ଧି ପ୍ରୟୋଗ କରି ବିରୋଧୀ ନେତାଙ୍କୁ ଏକତରଫା ଭାବେ ଟାର୍ଗେଟ୍ କରୁଛି।