ପ୍ରିୟଙ୍କା ପରେ ଆଉଜଣେ ଅଭିନେତ୍ରୀ ମଧ୍ୟ ବିଦେଶରେ ଖୋଜିସାରିଛନ୍ତି ଜୀବନସାଥୀ , ନିକଟରେ ହୋଇପାରେ ବାହାଘର । ଆସନ୍ତୁ କିଏ ଜାଣିବା …..

Published By : Prameya-News7 Bureau | December 10, 2018 IST

ମୁମ୍ଵାଇ;୧୦/୧୨- ବଲିଓଡ଼ରେ ଏବେ ବିବାହର ମାହୋଲ ଜମିଛି । ଜଣେ ପରେଜଣେ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଯାଉଛନ୍ତି । ନିଲଟରେ ନିକ ଜୋନସ –ପ୍ରିୟଙ୍କା ,ଦୀପ-ରଣବୀରପରେ ଆଉ ଏକ ଚର୍ଚ୍ଚିତ ବାହାଘର ସଂପନ୍ନ ହେବାକୁ ଯାଉଛି । ତାହା ହେଉଛି ମୁକେଶ ଅମ୍ଵାନୀଙ୍କ ଝିଅଇଶା ଅମ୍ଵାନୀ ବାହାଘର । ହେଲେ ଏହା ପରେ ଆଉଜଣେ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ବିଦେଶରେ ନିଜପାଇଁଦେଖିସାରିଛନ୍ତି ଜୀବନସାଥୀ ।

{"id":62652,"width":597,"height":336}

ସେ କିଏ ହେଉଛନ୍ତି…… ଜାଣିବେ ?

ଆପଣଙ୍କର ମନେଥିବ ଆର୍ନ୍ତଜାତୀୟ ପୁରସ୍କାର ପାଇଥିବା ସିନେମା ସ୍ଲମଡ଼ଗ୍ । ମନେ ପଡ଼ିଲା ତ ???

 ସେ ହେଉଛନ୍ତି ଏହାର ଲିଡ଼ରୋଲରେ ଥିବା ଅଭିନେତ୍ରୀ  ଫ୍ରିଡ଼ା ପ୍ରିଣ୍ଟୋ । ସେ ଅନେକଦିନ ହେବ ଭଲପାଉଥିଲେ । ଯାହା ଜଣାଯାଉଛି ୨୦୧୯ ଆରମ୍ଭରୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।

{"id":62653,"width":588,"height":441}

ସେ ଏ ବାବାଦରେ କିଛି କନର୍ଫମ କରିନାହାଁନ୍ତ । ତାଙ୍କ ନିକଟରେ ନିଜର ଅଭିନୀତ କିଛି ସିନେମାର ପ୍ରମୋସନ କରିବାର ଅଛି ।ନିଜର ବୟଫ୍ରେଣ୍ଡ ସହ କଥାହେବା ପରେ ବିବାହର  ତାରିଖ ଘୋଷଣା କରିବେ ବୋଲି କହିଛନ୍ତି ।ଆଗାମୀ ସିନେମା ମୋଗଲୀ ପାଇଁ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି ବୋଲି ଏ ବାବଦରେ କିଛି ନିଷ୍ପତ୍ତି ନେଇପାରୁନାହାଁନ୍ତି ବୋଲି କହିଚନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.