ଶୁଖିନି ପିଆଜ ଲୁହ , ଏବେ ବଢ଼ିଲା ଖାଇବା ତେଲର ଦାମ୍

Published By : Prameya-News7 Bureau | December 22, 2019 IST

ନୂଆଦିଲ୍ଲୀ ୨୨/୧୨: ପିଆଜ ଏବଂ ରସୁଣ ସହ ଖାଇବା ତେଲ ମଧ୍ୟ ମହଙ୍ଗା ହୋଇଗଲାଣି। ଆମଦାନୀ ମହଙ୍ଗା ହେବା ଦ୍ବାରା ଖାଇବା ତେଲର ଦାମରେ ମଧ୍ୟ ବୃଦ୍ଧି ଘଟିଛି। ଆଗାମୀ ଦିନରେ ଉପଭୋକ୍ତାଙ୍କୁ ଏଥିପାଇଁ ପକେଟରୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ। ଏବେ ଖାଇବା ତେଲ ଶସ୍ତା ହେବାର ସମ୍ଭାବନା ଦେଖାଯାଉନାହିଁ।

{"id":201069,"width":589,"height":404,"sizeSlug":"large"}

ପାମ୍ ତେଲ ଦାମରେ ଗତ ଦୁଇମାସରେ ୩୫ପ୍ରତିଶତ ବୃଦ୍ଧି ଘଟିଛି। ବଜାରରେ ପାମ୍ ତେଲର ଦାମ୍ ପାଖାପାଖି ପ୍ରତି କିଲୋ ୨୦ଟଙ୍କା ବଢ଼ିଛି। ପାମ୍ ତେଲର ଦାମ୍ ବଢ଼ିବା ଫଳରେ ଅନ୍ୟ ଖାଇବା ତେଲର ଦାମ୍ ମଧ୍ୟ ବୃଦ୍ଧି ପାଇଛି।

{"id":201070,"sizeSlug":"large"}

ଗତ ଦୁଇମାସରୁ ସବୁ ପ୍ରକାରର ଖାଇବା ତେଲର ଦାମକୁ ପାମ୍ ତେଲରୁ ସହଯୋଗ ମିଳୁଛି। ମାଲେସିଆ ଏବଂ ଇଣ୍ଡୋନେସିଆରୁ ବାରମ୍ବାର ପାମ୍ ତେଲର ଆମଦାନୀ ମହଙ୍ଗା ହେବା ଫଳରେ ଖାଇବା ତେଲର ମୂଲ୍ୟ ଭବିଷ୍ୟତରେ ବଢ଼ିପାରେ।

{"id":201071,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.