ଲୁଟ୍ ଘଟଣାକୁ ପୁରିଲା ବର୍ଷେ, ଥାନାରୁ ବ୍ୟାଙ୍କ ଦୌଡି ନୟାନ୍ତ ହେଲେଣି ଦିବ୍ୟାଙ୍ଗ

Published By : Prameya-News7 Bureau | December 28, 2020 IST

ଭଦ୍ରକ ୨୮।୧୨: ବ୍ୟାଙ୍କରେ ଟଙ୍କା ଜମା କରିବା ପାଇଁ ଯାଇ ବ୍ୟାଙ୍କ ପରିସରରେ ଫର୍ମ ପୂରଣ କରୁଥିଲେ । ଅଚାନକ ଦୁର୍ବୁତ୍ତ ମାନେ ଆସି ବ୍ୟାଙ୍କ ପରିସରରୁ ଦେଢ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ଲୁଟ ପରେ ବାଇକ ଛାଡି ପଳାଇଥିଲେ ଦୁର୍ବୁତ୍ତ । ତେବେ ଏହି ଲୁଟ ଘଟଣାକୁ ବର୍ଷେ ପୂରିଯାଇଥିଲେ ମଧ୍ୟ ପୋଲିସ କୌଣସି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ଅନ୍ୟପଟେ ବ୍ୟାଙ୍କ ପରିସରରୁ ଲୁଟ ହୋଇଥିବା  ଟଙ୍କାକୁ ଫେରିବା ଆଶାରେ ଦଉଡି ଦଉଡି ନୟାନ୍ତ ହୋଇଗଲେଣି ଦିବ୍ୟାଙ୍ଗ ।

{"id":383801,"sizeSlug":"large","linkDestination":"none"}

ଖବର ଅନୁଯାୟୀ,  ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ମଞ୍ଜୁରିରୋଡର ଶଙ୍କର୍ଷଣ  ପଣ୍ଡା ୨୭ ଡିସେମ୍ବର ୨୦୧୯ରେ ବ୍ୟାଙ୍କ ଟଙ୍କା ଜମା କରିବାକୁ ଯାଇଥିଲେ। ଦିନ ପ୍ରାୟ ୧୧ଟା ସମୟରେ ଆଲ୍ଲାହବାଦ ବ୍ୟାଙ୍କର ମଞ୍ଜୁରିରୋଡ଼ ଶାଖାରେ ଟଙ୍କା ଜମା କରିବାପାଇଁ ଯାଇଥିଲେ । ତେବେ ବ୍ୟାଙ୍କ ପରିସରରେ ଦିଆଯାଇଥିବା ଫର୍ମ ପୂରଣ କରୁଥିବା ବେଳେ କେତେଜଣ ଲୁଟେରା ଆସିଥିଲେ , ଏବଂ ଟଙ୍କା ଭର୍ତ୍ତି ବ୍ୟାଗ୍‌ ନେଇ ଚମ୍ପଟ ମାରିଥିଲେ ।

{"id":383802,"sizeSlug":"large","linkDestination":"none"}

ଶଙ୍କର୍ଷଣ ଦିବ୍ୟାଙ୍କ ହୋଇଥିବା ଲୁଟେରାଙ୍କୁ କାବୁ କରିବାରେ ଅସମର୍ଥ ହୋଇଥିଲେ । ପରେ ଏନେଇ ଭଣ୍ଡାରୀପୋଖରୀ ଥାନାରେ ଏତଲା ଦେଇଥିଲେ ଶଙ୍କର୍ଷଣଙ୍କ ପତ୍ନୀ । ଘଟଣାକୁ ବର୍ଷେ ପୁରିଯାଇଛି । କିନ୍ତୁ ଲୁଟେରାଙ୍କୁ ପୋଲିସ ଧରିପାରିନାହିଁ ।  ଇତିମଧ୍ୟରେ ଥାନାର ୨ଜଣ ଥାନାଅଧିକାରୀଙ୍କ ବଦଳି ହୋଇସାରିଲାଣି । ସେପଟେ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ନେଇ କୌଣସି ସ୍ପଷ୍ଟ ଉତ୍ତର ଦେଉନଥିବା ଅଭିଯୋଗ ଆଣିଛନ୍ତି ଅଭିଯୋଗକାରୀ ।  ହରାଇଥିବା ଟଙ୍କା ପାଇବା ଆଶାରେ ପୋଲିସ ଓ ବ୍ୟାଙ୍କର ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଦୌଡି ଦୌଡି ନୟାନ୍ତ ହେଲେଣି ଉଭୟ ଦିବ୍ୟାଙ୍ଗ ଓ ତାଙ୍କ ସ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.