ନ୍ୟୁଜିଲାଣ୍ଡ ପରେ ଏବେ ଭାରତୀୟ ଦଳର ବାଂଲାଦେଶ ଗସ୍ତ, ପଡିଆକୁ ଫେରିବେ ବିରାଟ କୋହଲି ଏବଂ ରୋହିତ ଶର୍ମା
1/12/2022 at 9:55 AM

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପରେ ଏବେ ବାଂଲାଦେଶ ଗସ୍ତରେ ଯିବ ଭାରତୀୟ ଦଳ। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଦଳ ଜିତିଥିବା ବେଳେ ଦିନିକିଆ ସିରିଜ୍ରେ ପରାସ୍ତ ହୋଇଛି। ଏବେ ବାଂଲାଦେଶ ଗସ୍ତରେ ଦଳ ଦିନିକିଆ ଏବଂ ଟେଷ୍ଟ ସିରିଜ୍ ଖେଳିବ। ଏ ନେଇ ଭାରତୀୟ ଦଳ ଘୋଷଣା ହୋଇ ସାରିଛି।
ନ୍ୟୁଜିଲାଣ୍ଡ ଗସ୍ତରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ନେତୃତ୍ଵ ନେଇଥିବା ବେଳେ ଶିଖର ଧାଓ୍ଵନ ଦିନିକିଆ ସିରିଜରେ ଅଧିନାୟକ ଦାୟିତ୍ଵରେ ରହିଥିଲେ। ଏହି ଗସ୍ତରେ ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା। ଏବେ ବରିଷ୍ଠ ଖେଳାଳି ବାଂଲାଦେଶ ବିପକ୍ଷ ସିରିଜ୍ରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ।
ଭାରତ ଏବଂ ବାଂଲାଦେଶ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଦୁଇ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳାଯିବ। ଦିନିକିଆ ସିରିଜ୍ରୁ ଦଳ ନିଜର ଗସ୍ତ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ ଡିସେମ୍ବର ୪ରେ ଖେଳାଯିବ। ଦ୍ଵିତୀୟ ଦିନିକିଆ ଡିସେମ୍ବର ୭ ଏବଂ ତୃତୀୟ ମ୍ୟାଚ୍ ଡିସେମ୍ବର ୧୦ରେ ଖେଳାଯିବ। ଏହାପରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ପ୍ରଥମ ଟେଷ୍ଟ ଡିସେମ୍ବର ୧୪ ଏବଂ ଦ୍ଵିତୀୟ ଟେଷ୍ଟ ଡିସେମ୍ବର ୨୨ରୁ ଆରମ୍ଭ ହେବ।
ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶିଖର ଧାଓ୍ଵନ, ବିରାଟ କୋହଲି, ରଜତ ପାଟିଦାର, ଶ୍ରେୟସ ଆୟର, ରାହୁଲ ତ୍ରିପାଠୀ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଇଶାନ କିଷନ(ଓ୍ଵିକେଟ୍ କିପର), ଶାହବାଜ ଅହମ୍ମଦ, ଅକ୍ଷର ପଟେଲ୍, ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଦୀପକ ଚହର ଏବଂ କୁଲଦୀପ ସେନ।
ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), କେଏଲ ରାହୁଲ(ଉପ ଅଧିନାୟକ), ଶୁଭମାନ ଗିଲ୍, ଚେତେଶ୍ଵର ପୂଜାରା, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୁଲଦୀପ ଯାଦବ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ।
ଭାରତର ବାଂଲାଦେଶ ଗସ୍ତ
ଡିସେମ୍ବର ୪, ପ୍ରଥମ ଦିନିକିଆ(ଢାକା)- ୧୨ଟା ୩୦
ଡିସେମ୍ବର ୭, ଦ୍ଵିତୀୟ ଦିନିକିଆ(ଢାକା)- ୧୨ଟା ୩୦
ଡିସେମ୍ବର ୧୦, ତୃତୀୟ ଦିନିକିଆ(ଢାକା)- ୧୨ଟା ୩୦
ଡିସେମ୍ବର ୧୪ରୁ ୧୮, ପ୍ରଥମ ଟେଷ୍ଟ(ଚଟଗାଓଁ)
ଡିସେମ୍ବର ୨୨ରୁ ୨୬, ଦ୍ଵିତୀୟ ଟେଷ୍ଟ(ଢାକା)