ବଢ଼ୁଛି କ୍ୟାବିନେଟ୍ ପାହ୍ୟା ଦାବି: ଏନ୍‌ସିପି ପରେ ଅସନ୍ତୋଷ ପ୍ରକାଶ କଲା ଶିବସେନା

Published By : Prameya-News7 Bureau | June 10, 2024 IST

indiatoday

ନୂଆଦିଲ୍ଲୀ: ମୋଦୀଙ୍କ ନୂଆ ସରକାରରେ ବିଭିନ୍ନ ସହଯୋଗୀ ଦଳକୁ ମିଳିଥିବା ମନ୍ତ୍ରୀ ପଦକୁ ନେଇ ଅସନ୍ତୋଷ ଲାଗି ରହିଛି। ଅଜିତ ପାୱାରଙ୍କ ଏନ୍‌ସିପି ପରେ ଏବେ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟ ଅସନ୍ତୋଷ ପ୍ରକାଶ କରିଛି। ଦଳକୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ ଦାୟିତ୍ୱ ମିଳିଥିବାରୁ ଶିବସେନା ଅସନ୍ତୋଷ ପ୍ରକାଶ କରିଛି। ଦଳ ନୂଆ ସରକାର ଠାରୁ କ୍ୟାବିନେଟ୍‌ ମନ୍ତ୍ରୀ ଆଶା କରୁଥିଲା ବୋଲି ଶିବସେନା କହିଛି। ଗତକାଲି ଅଜିତ ପାୱାର ମଧ୍ୟ ମନ୍ତ୍ରୀ ପଦକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। 

ଏକନାଥ ଶିବସେନା ପାର୍ଟି ଚିପ୍‌ ହ୍ୱିପ ଶ୍ରୀରଙ୍ଗ ବର୍ଣ୍ଣେ କହିଛନ୍ତି “ଆମେ କ୍ୟାବିନେଟ୍‌ ପାହ୍ୟା ଆଶା କରୁଥିଲୁ। ଚିରାଗ ପାସୱାନଙ୍କର ୫ ସାଂସଦ, ଜିତନ ରାମ ମାଝୀଙ୍କର ଜଣେ ସାଂସଦ ଓ ଜେଡିଏସ୍ ଦୁଇ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି। ଏହା ସତ୍ତ୍ୱେବି ସେମାନଙ୍କୁ ଗୋଟିଏ ଲେଖାଏ କ୍ୟାବିନେଟ୍‌ ପାହ୍ୟା ମିଳିଛି। ଆମ ପାଖରେ ୭ ଲୋକସଭା ଆସନ ଥିବା ସତ୍ତ୍ୱେ ବି କାହିଁକି ଶିବସେନାକୁ ସ୍ୱାଧୀନ ଦାୟିତ୍ୱ ସହ ରାଷ୍ଟ୍ରପାହ୍ୟା ମିଳିଲା? ଶିବସେନା ବିଜେପିର ପୁରୁଣା ସହଯୋଗୀ। ଏଥିପାଇଁ ଅନ୍ତତଃପକ୍ଷ ଶିବସେନାକୁ କ୍ୟାବିନେଟ୍ ପାହ୍ୟା ମିଳିବ କଥା।”


ଏହା ପୂର୍ବରୁ ଅଜିତ ପାୱାରଙ୍କ ଏନ୍‌ସିପି ମଧ୍ୟ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ପ୍ରତ୍ୟାକ୍ଷାନ କରିଥିଲେ। ଏହା ପଦଅବନତି ବୋଲି ଏନ୍‌ସିପି କହିଥିଲା। ଆମେ ବିଜେପିକୁ କହିବାକୁ ଚାହୁଁଛି ଯେ ପଛେ ଆମ କିଛିଦିନ ଅପେକ୍ଷା କରିବୁ ହେଲେ ଆମକୁ କ୍ୟାବିନେଟ୍ ପାହ୍ୟା ଦରକାର ବୋଲି ଅଜିତ ପାୱାରଙ୍କ ଏନ୍‌ସିପି କହିଥିଲା।   

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.