ସ୍ତ୍ରୀର ବେକ କାଟି ହତ୍ୟା କରିବା ପରେ ନିଜ ବେକ କାଟିଲା ସ୍ବାମୀ : ଗୁରୁତର

Published By : Prameya-News7 Bureau | April 28, 2019 IST

ବାଲେଶ୍ବର ୨୮/୪: ଗର୍ଭବତୀ ସ୍ତ୍ରୀର ବେକ କାଟି ହତ୍ୟା କରିବା ପରେ ସ୍ବାମୀ ନିଜ ବେକ କାଟି ଗୁରୁତର ହୋଇଛି। ସୋର ମ୍ୟୁନିସିପାଲଟି ପାର ମହଲାର ସେକ ମଣ୍ଟୁ ଗତ ରାତିରେ ନିଜ ସ୍ତ୍ରୀ ବେବି ଖାତୁନର ବେକକୁ ଛୁରୀରେ କାଟି ନିଜେ ଘର ଠାରୁ ଏକ କିଲୋମିଟର ଦୂର ଅଙ୍ଗ ବଜାର ଏକ ଧର୍ମପୀଠରେ ନିଜର ବେକକୁ ଏକ ଛୁରୀରେ କାଟିବା ଦୃଶ୍ୟ ସାଧାରଣ ଜନତାକୁ ସ୍ତବ୍ଧ କରି ଦେଇଥିଲା।

{"id":108248,"width":593,"height":326}

ସୋର ଥାନା ଆଇଆଇସି କ୍ଷମାସାଗର ପଣ୍ଡା ଅକ୍ଳାନ୍ତ ପରିଶ୍ରମ କରି ସେକ ମଣ୍ଟୁକୁ ଗୁରୁତର ଅବସ୍ଥାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଛି।ସ୍ତ୍ରୀକୁ ହତ୍ୟା କରି ଛୁରୀରେ ବେକ କାଟି ଆତ୍ମହତ୍ୟା କରୁଥିବା ଯୁବକକୁ ସାହସର ସହିତ ସୋର ଥାନା ଆଇଆଇସି କ୍ଷମାସାଗର ପଣ୍ଡା  ଉଦ୍ଧାର କରିଲେ। ଉଦ୍ଧାର ବେଳେ ଯୁବକ ଆଇଆଇସିଙ୍କୁ ବାରମ୍ବାର ଆକ୍ରମଣ କରିବା ପାଇଁ ଯୁବକ ଚେଷ୍ଟା କରିଥିଲା। ମୃତ ବେବି ଖାତୁନଙ୍କ ପରିବାର ପକ୍ଷରୁ ହତ୍ୟାର କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ବେବି ଖାତୁନ ୫ମାସର ଗର୍ଭବତୀ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.