ଜୟପୁରରେ ସ୍ତ୍ରୀକୁ ଆକ୍ରମଣ ପରେ ସ୍ବାମୀର ଆତ୍ମହତ୍ୟା ଉଦ୍ୟମ
11/09/2018 at 11:22 AM

କୋରାପୁଟ ୧୧/୯:କୋରାପୁଟ ଜିଲ୍ଲାର ଜୟପୁରର ଜୟନଗର ଅଞ୍ଚଳରେ ସ୍ତ୍ରୀକୁ ଆକ୍ରମଣ ପରେ ସ୍ବାମୀ ଆତ୍ମହତ୍ୟା ଉଦ୍ୟମ କରିଛି। ଘରୋଇ କଳହରୁ ଗଣ୍ଡଗୋଳ ଯୋଗୁଁ ଏହା ଘଟିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ସ୍ତ୍ରୀ ଜୟନ୍ତୀ ମହାରାଣାଙ୍କୁ କୋରାପୁଟକୁ ସ୍ଥାନାନ୍ତର କରାଯାଇଛି। ସ୍ବାମୀ ଶାନ୍ତନୁ ମହାରଣାଙ୍କୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଘରୋଇ କଳହ ଯୋଗୁଁ ସେ ସ୍ତ୍ରୀଙ୍କୁ ଛୁରୀ ଭୁଷି ହତ୍ୟା ଉଦ୍ୟମ କରିଛନ୍ତି। ଏହାପରେ ସ୍ବାମୀ ଶାନ୍ତନୁ ମହାରଣା ନିଜ ହାତ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ପରେ ଟାଉନ ଥାନାରେ ଆସି ସେ ଆତ୍ମସମର୍ପଣ କରିଛନ୍ତି।