ମଧ୍ୟ ପ୍ରଦେଶର ଦୁଃଖ ନଯାଉଣୁ କଂଗ୍ରେସର ଚିନ୍ତା ବଢାଇଲା ଗୁଜରାଟ୍ ରାଜନୀତି, ଫାଇଦାରେ ବିଜେପି

Published By : Prameya-News7 Bureau | March 15, 2020 IST

ଗାନ୍ଧିନଗର ୧୫/୦୩ : ମଧ୍ୟ ପ୍ରଦେଶରେ କଂଗ୍ରେସ ରାଜନୈତିକ ସଙ୍କଟରୁ ଉଦ୍ଧାର ହୋଇନଥିବା ବେଳେ ଦଳ ଗୁଜରାଟରେ ଆଭ୍ୟନ୍ତରୀଣ କନ୍ଦଳର ଶିକାର ହୋଇଛି। ଏହା ମଧ୍ୟରେ ଗୁଜୁରାଟରେ ୪ଟି ରାଜ୍ୟସଭା ଆସନ ପାଇଁ ମାର୍ଚ୍ଚ ୨୬ ତାରିଖରେ ନିର୍ବାଚନ ହେବାକୁ ଅଛି | ନିର୍ବାଚନକୁ ବର୍ତ୍ତମାନ ସବୁଠାରୁ ଅଧିକ ଚିନ୍ତାରେ ରହିଛି କଂଗ୍ରେସ। ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ମନ୍ତ୍ରିମଣ୍ଡଳର ମନ୍ତ୍ରୀ କୁଁରଜି ବାବଲୀୟା କହିଛନ୍ତି ଯେ, କଂଗ୍ରେସର ଦୁଇଜଣ ବିଧାୟକ ଇସ୍ତଫା ଦେଇ ଦେଇଛନ୍ତି | ଅନ୍ୟ ୩ ଜଣ ବିଧାୟକଙ୍କ ମୋବାଇଲ ଫୋନ ବନ୍ଦ ରହିଛି | ଏହି ୫ ଜଣ ବିଧାୟକ ବିଜେପିରେ ସାମିଲ ହେବା ନେଇ ଆଶଙ୍କା କରାଯାଉଛି |

ଘୋଡା ବେପାର ଡରରେ କଂଗ୍ରେସର ୧୪ଜଣ ବିଧାୟକଙ୍କୁ ଜୟପୁର ପଠାଇ ଦିଆଯାଇଛି | ଆହୁରି ୩୬ ଜଣ ବିଧାୟକଙ୍କୁ ରାଜସ୍ଥାନ ପଠାଇ ଦିଆଯାଇପାରେ ବୋଲି ଆଶଙ୍କା କରାଯାଉଛି | ସମସ୍ତ ବିଧାୟକଙ୍କୁ ଜୟପୁରର ଏକ ରିସୋର୍ଟକୁ ପଠାଇ ଦିଆଯାଇଛି | ବିଧାୟକଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି | ନିଜ ପରିବାର ସଦସ୍ୟ କିମ୍ବା ବନ୍ଧୁବାନ୍ଧବଙ୍କୁ ସାକ୍ଷାତ କରିବାକୁ ମଧ୍ୟ ବାରଣ କରାଯାଇଛି | ରାଜସ୍ଥାନର ଅଶୋକ ଗେହଲଟ ସରକାରଙ୍କୁ କଂଗ୍ରେସ ହାଇକମାଣ୍ଡ ସବୁଠାରୁ ସୁରକ୍ଷିତ ବୋଲି ବିଶ୍ୱାସ ରଖିଛନ୍ତି |

{"id":238852,"sizeSlug":"large"}

ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲ ଶୁକ୍ରବାର ଦିନ ଅଭିଯୋଗ କରିଥିଲେ ଯେ, କଂଗ୍ରେସ ପଟିଦାର ପ୍ରାର୍ଥୀକୁ ଟିକେଟ ଦେଇନାହିଁ | ଦଳରେ ନେତାମାନଙ୍କ ମଧ୍ୟରେ କନ୍ଦଳ ଚାଲିଛି ଯାହାର ଫାଇଦା ବିଜେପି ଉଠେଇବ ବୋଲି ସେ କହିଛନ୍ତି | ବିଜେପି ୩ଟି ଯାକ ଆସନ ହାତେଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି | ସେପଟେ କଂଗ୍ରେସ ନେତା ଭରତ ସିଂହ ସୋଲାଙ୍କି କହିଛନ୍ତି ଯେ, ରାଜ୍ୟସଭା ନିର୍ବାଚନରେ ବିଜେପି ମୁହଁମାଡି ପଡିବ |  

୨୦୧୭ ମସିହାରେ ଗୁଜୁରାଟରେ ୩ଟି ଆସନର ରାଜ୍ୟସଭା ନିର୍ବାଚନ ସମୟରେ ମଧ୍ୟ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା | ଅହମଦ ପଟେଲଙ୍କୁ ଜିତାଇବା ପାଇଁ କଂଗ୍ରେସ ନିଜ ବିଧାୟକଙ୍କୁ କର୍ଣ୍ଣାଟକକୁ ପଠାଇ ଦେଇଥିଲା | ଆଉ କିଛି ବିଧାୟକ କ୍ରସ ଭୋଟିଂ ମଧ୍ୟ କରିଥିଲେ | ଫଳାଫଳ ହେଇଥିଲା ଅହମଦ ପଟେଲ ଜିତିଯାଇଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.