ପାର୍ଲରରେ ମେକଅପ୍ ପରେ ମାକୁ ଚିହ୍ନିଲାନି ପୁଅ, ସୋସିଆଲ ମିଡିଆରେ Video ଭାଇରାଲ

Published By : Prameya-News7 Bureau | June 07, 2023 IST

ନୂଆଦିଲ୍ଲୀ ୭।୬: ଇଣ୍ଟରନେଟ୍‌ରେ ଏମିତି ସବୁ ଭିଡିଓ ଦେଖିବାକୁ ମିଳୁଛି ହୁଏତ ଆପଣ ଆଗରୁ କେବେ ଦେଖିଥିବେ। ଅନେକଥର ଭଡିଓ ନଦେଖି ଘଟଣା ଉପରେ ଭରସା ମଧ୍ୟ କରି ହୁଏନି। ହେଲେ ଲୋକେ ଯେବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭିଡିଓ ଦେଖନ୍ତି ପ୍ରତିକ୍ରିୟା ନ ଦେଇ ରହିପାରନ୍ତିନି। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ପପୁଲାର ହୋଇଛି। ଯେଉଁଥିରେ ମା ପାର୍ଲରରେ ମେକଅପ୍ ନେବା ପରେ ତା ପିଲା ବି ତାକୁ ଚିହ୍ନି ପାରୁନଥିବା ଦେଖାଯାଉଛି।

ଶୁଖିବାରେ ଲାଗିଛି ଦୁନିଆର ସବୁଠୁ ଅଧିକ ବର୍ଷା ହେଉଥିବା ସ୍ଥାନ, ମାସିନରାମରେ କମୁଛି ପାଣି; ବିଦ୍ୟୁତ୍ ଉତ୍ପାଦନ ପ୍ରଭାବିତ

ଏହି ଭିଡିଓଟି କେଉଁଠିକାର ତାହା ଜଣା ପଡି ନାହିଁ। ତେବେ ପୁଅକୁ ନେଇ ପାର୍ଲର ଯାଇଥିବା ମହିଳା ମେକଅପ୍‌ ନେଇ ସାରିବା ପରେ ତାଙ୍କ ପୁଅ ତାଙ୍କୁ ଚିହ୍ନି ପାରୁନଥିବା ଓ ତୁମେ ମୋ ମା ନୁହଁ କହୁଥିବା ଦେଖାଯାଉଛି। ଏଥିରେ ମା ତାକୁ ଯେତେ ବୁଝାଇବାକୁ ଚେଷ୍ଟା କଲେ ମଧ୍ୟ ସେ ବୁଝୁନଥିବା ଦେଖାଯାଉଛି। ଛୋଟ ପିଲାଟିର ପ୍ରତିକ୍ରିୟାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି। ଏଣୁ ସୋସିଆଲ ମିଡିଆରେ ହୋଇଥିବା ପୋଷ୍ଟରେ ବ୍ୟୁଟି ପାର୍ଲରମାନଙ୍କୁ ଏପରି ମେକଅପ ଦେବାକୁ ଅନୁରୋଧ କରାଯାଇଛି ଯେଉଁଥିରେ ଅନୁନ୍ୟ ପିଲା ନିଜ ମାକୁ ଚିହ୍ନିପାରୁ ବୋଲି କୁହାଯାଇଛି।

wp:html /wp:html

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରୁଥିବା ଏକ ପିଲା ଅଚାନକ ନିଜ ମାକୁ ଖୋଜୁଛି। ତା ମା ତା ନିକଟରେ ଥିଲେ ବି ସେ ତାଙ୍କୁ ଚିହ୍ନି ପାରୁ ନାହିଁ ଓ ତୁମେ ମୋ ମା ନୁହେଁ ବୋଲି କହୁଛି। ମାକୁ ଚିହ୍ନିବାକୁ ପିଲା ମନା କରି ଦେଉଛି ଓ ପିଲାଟି ନିଜ ମାକୁ ଖୋଜୁଛି। ପିଲାଟିକୁ ବାରମ୍ବାର ବୁଝାଇବାକୁ ଉଦ୍ୟମ କରାଯାଉଛି ତୁମ ମା ମେକଅପ୍ କରିଛନ୍ତି ତେବେ ପିଲାଟି ବୁଝିବାକୁ ନାରାଜ। ଏଥିରେ ମା ପିଲାକୁ କୋଳକୁ ଉଠାଇ ତାକୁ ଭରସା ଦେବାକୁ ଉଦ୍ୟମ କରୁଥିଲେ ବି ପିଲା ନିଜ ମାକୁ ଚିହ୍ନି ପାରୁ ନାହିଁ। ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି।

ରାଜନୈତିକ ତିକ୍ତତାକୁ ମିଠା କରିବ ଫଳ,  ପିଏମ ମୋଦୀଙ୍କୁ ଆମ୍ବ ପଠାଇଲେ ମୁଖ୍ୟମନ୍ତ୍ରୀ ମମତା

ଏହି ଭିଡିଓକୁ ଟ୍ୱିଟରରେ ‘ହସନା ଜରୁରି ହୈ’ ଆକାଉଣ୍ଟରୁ ସେୟାର କରାଯାଇଛି। ଯାହାକୁ ଲୋକେ ଦେଖିବାମାତ୍ରେ ପ୍ରତିକ୍ରିୟା ରଖୁଛନ୍ତି। ଭିଡିଓକୁ ୩ ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିଛି ଓ କ୍ଲିପ୍ ଦେଖିବା ପରେ ନିଜର ମତାମତ କମେଣ୍ଟ ବକ୍ସରେ ଦେଉଛନ୍ତି। ଲୋକେ ଏହାକୁ ମଜାଦାର ଭିଡିଓ ବୋଲି କହୁଥିବା ବେଳେ ଛୋଟ ଛୁଆ ଅଚାନକ ମାକୁ ଚିହ୍ନିବ କେମିତି ବୋଲି ମଧ୍ୟ ପ୍ରଶ୍ନ କରୁଛନ୍ତି। ତେବେ ଏଥିରେ ବ୍ୟୁଟି ପାର୍ଲରମାନଙ୍କୁ ଅନ୍ତତଃ ଏପରି ମେକଅପ କରନ୍ତୁ ଯେପରି ମାମାନଙ୍କୁ ସେମାନଙ୍କ ପିଲା ଚିହ୍ନି ପାରିବେ ବୋଲି ଉଲ୍ଲେଖ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.