ସରିଲା ବହୁ ଚର୍ଚ୍ଚିତ ଜଟଣୀ ଫ୍ଲାଏ ଓଭର ବ୍ରିଜର କାମ, ଘୋଷଣା କଲେ ବିଧାୟକ ସୁର ରାଉତରାୟ 

Published By : Prameya-News7 Bureau | July 11, 2023 IST

ଜଟଣୀ: ଦୀର୍ଘ ୫୦ ବର୍ଷର ଦାବି ପୂରଣ ହେଲା। ଶେଷ ହେଲା ଜଟଣୀର ମୁଖ୍ୟ ସମସ୍ୟା ଏବଂ ନିର୍ମାଣ ହେଲା ରେଳବାଇ ଫ୍ଲାଏ ଓଭର ବ୍ରିଜ। ଆଜି ଜଟଣୀ ବିଧାୟକ ସୁର ରାଉତରାୟ ଜଟଣୀ ସୀତାରାମ ଛକ ଠାରେ ଦୀପ ଲଗାଇ ନଡ଼ିଆ ଭାଙ୍ଗିକି ଫ୍ଲାଏ ଓଭରର କାମ ସରିଥିବା ଗଣମାଧ୍ୟମରେ କହିଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- ଜଟଣୀ ଫ୍ଲାଏ ଓଭର ବିବାଦ: ମନ୍ଥର କାମକୁ ନେଇ ବର୍ଷିଲେ ବିଧାୟକ ସୁର ରାଉତରାୟ

/wp:heading

ଆସନ୍ତା ଅଗଷ୍ଟ ୧୫ ତାରିଖରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସଭାପତିତ୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ପୌରାଧ୍ୟକ୍ଷ ଅନନ୍ତ ବେହେରା ଉପସ୍ଥିତିତରେ ପ୍ଲାଏ ଓଭରର ଉଦଘାଟନ ହେବ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି l ଦୀର୍ଘ ୫୦ ବର୍ଷ ଦାବି ପୂରଣ ହେବାକୁ ଯାଉଥିବା ଏଇ ବ୍ରିଜ ଶ୍ରେୟ ବିଭିନ୍ନ ରାଜନୀତିକ ଦଳ ନେଉଥିବା ବେଳେ, ବିଧାୟକ କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ଚେଷ୍ଟା ସହ ଜଟଣୀ ନାଗରିକ କମିଟିର ତରଫରୁ ହୋଇଥିବା ଆନ୍ଦୋଳନ ପାଇଁ ଆଜି ଏଇ ବ୍ରିଜ ତ୍ୱରାନ୍ୱିତ ହୋଇଛି ବୋଲି ବିଧାୟକ କହିଛନ୍ତି l

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.