ବାରମ୍ୱାର ଅଭିଯୋଗ ପରେ ବି ଶୁଣୁନି ପ୍ରଶାସନ; ଧାନ ମଣ୍ଡି ଖେଲିବାକୁ ରାସ୍ତାରୋକ୍ କଲା କୃଷକ ସଂହ
12/12/2022 at 6:12 PM

ବୌଦ୍ଧ ୧୨/୧୨: ଧାନ ମଣ୍ଡି ପାଇଁ ୪୧ ନଂ ରାଜ୍ୟ ରାଜପଥକୁ ଅବରୋଧ ସହ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ପାଳନ କଲେ କୃଷକ ସଂହ। ପଞ୍ଚାୟତରେ ମଣ୍ଡି ନଥିବାରୁ କୃଷକମାନେ ୩୦ ରୁ ୪୦ କିମି ରାସ୍ତା ପାର୍କରି ସେମାନେ ଧାନ ବିକ୍ରି କରୁଛନ୍ତି। ଫଳରେ ଚାଷୀମାନେ ଅଧିକ ଖର୍ଚ୍ଚାନ୍ତ ହେବା ସହ ବହୁ ଅସୁବିଧାର ସାମ୍ନା କରୁଛନ୍ତି। ଏହି ସମସ୍ୟା ପାଇଁ ସେମାନେ ଜିଲ୍ଲାପାଳଙ୍କୁ ବାରମ୍ୱାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏପରି ଘଟଣା ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଖଲିଆପାଲି ପଞ୍ଚାୟତରେ ଦେଖିବାକୁ ମିଳିଛି।

ସୂଚନାଥାଉକି, ପୂର୍ବରୁ ଖଲିଆପାଲି ପଞ୍ଚାୟତରେ ସରକାରି ମଣ୍ଡିରେ ଧାନ କିଣା ହୋଇଥିଲା । ହେଲେ ଚଳିତ ବର୍ଷ ଏହାକୁ ପ୍ରଶାସନ ବନ୍ଦ କରିଦେଇଛି। ଏହାଦ୍ୱାରା ୧୫ଟି ଗାଁର ଚାଷୀମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି। ଖବର ଅନୁସାରେ, ସୋମବାର ସକାଳୁ ଶହ ଶହ ଚାଷୀ ଶୋଭାଯାତ୍ରାରେ ବାହାରି ବର୍ଦିପଦରରେ ଧାନ ମଣ୍ଡି ଖୋଲିବା ଦାବି କରି ରାସ୍ତାରୋକ କରିଛନ୍ତି। କଣ୍ଟାମାଳ-ମନମୁଣ୍ଡା ରାସ୍ତାର ବର୍ଦ୍ଦିପଦର ଛକରେ ଚାଷୀମାନେ ବନ୍ଦ ପାଳନ କରିଛନ୍ତି। ଘଟଣା ସ୍ଥଳରେ କଣ୍ଟାମାଳ ପୋଲିସ୍ ଓ ତହସିଲଦାର ସହ ବୁଝାସୁଝା କଲେ ମଧ୍ୟ ଚାଷୀମାନେ ଦାବିରେ ଅଟଳ ରହିଛନ୍ତି। ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀ ଆସି ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ କହିଛନ୍ତି। ସେପଟେ ରାସ୍ତାରୋକ ପାଇଁ ଉଭୟ ପଟେ ଗମନାଗମନ ଠପ୍ ହୋଇଛି।