ଫଟୋଶୁଟ୍ କରି ପଲକ ତିଓ୍ବାରୀଙ୍କ ମେସେଜ୍,ମୁଁ ଆସୁଛି : ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ,ସ୍ମଲ୍ ସ୍କ୍ରିନ୍ ନା ବିଗ୍ ସ୍କ୍ରିନ୍
3/03/2020 at 11:55 AM

ମୁମ୍ବାଇ ୩/୩: ବଲିଉଡ ଅଭିନେତ୍ରୀ କିୟାରା ଆଡଭାନି କିଛି ଦିନ ତଳେ କ୍ୟାଲେଣ୍ଡର ଶୁଟ କରି ଚର୍ଚ୍ଚାରେ ଥିଲେ। ଏବେ ଏପରି ଏକ ଫଟୋ ଶୁଟ୍ ଟିଭି ଅଭିନେତ୍ରୀ ଶ୍ବେତା ତିଓ୍ବାରୀଙ୍କ ଝିଅ ପଲକ କରିଛନ୍ତି।

ପଲକ ମଧ୍ୟ କିୟାରାଙ୍କ ଭଳି ଲୁକରେ ନଜର ଆସିଛନ୍ତି। ପଲକ ମଧ୍ୟ ପତ୍ର ପଛପଟେ ଛିଡ଼ା ହୋଇ ପୋଜ ଦେଇଛନ୍ତି।

ପଲକ ତିଓ୍ବାରୀ ଏବେ ସ୍କ୍ରିନ୍ ଡେବ୍ୟୁ କରି ନାହାନ୍ତି କିନ୍ତୁ ଦର୍ଶକ ତାଙ୍କୁ ଖୁବ୍ ଶୀଘ୍ର ଟିଭି କିମ୍ବା ସିଲଭର ସ୍କ୍ରିନରେ ଦେଖିବାକୁ ଚାହୁଁଛନ୍ତି।

କିୟାରା ଆଡଭାନିଙ୍କ ଏହି ଫଟୋ ଜଣାଶୁଣା ସେଲିବ୍ରିଟି ଫଟୋଗ୍ରାଫର ଡବ୍ବୁ ରତନାନିଙ୍କ କ୍ୟାଲେଣ୍ଡରର। କିୟାରାଙ୍କ ଏହି ଲୁକ୍ ଖୁବ୍ ଭାଇରାଲ୍ ହୋଇଛି।

ପଲକ ଏବଂ ଶ୍ବେତା ତିଓ୍ବାରୀଙ୍କ ମଧ୍ୟରେ ଅତ୍ୟନ୍ତ ଭଲ ବଣ୍ଡିଙ୍ଗ୍ ଦେଖିବାକୁ ମିଳିଥାଏ। ଶ୍ବେତା ମଧ୍ୟ ଅନେକ ସାକ୍ଷାତକାରରେ କହି ସାରିଛନ୍ତି ଯେ ପଲକ ତାଙ୍କର ସବୁବେଳେ କେୟାର କରିଥାଆନ୍ତି।

ନିଜ ସ୍ବାମୀଙ୍କ ସହ ଝଗଡ଼ା ପରେ ଶ୍ବେତା ତିଓ୍ବାରୀ କହିଥିଲେ ଯେ ସେ ପୁଣି ଥରେ ପ୍ରେମରେ ଅଛନ୍ତି କିନ୍ତୁ ଏବେ ସେ ତାଙ୍କ ପିଲାମାନଙ୍କ ପ୍ରେମରେ ଅଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ ଯେ ଏବେ ତାଙ୍କ ପ୍ରାଥମିକତା ପୁଅ ରିୟାଂଶ ଏବଂ ଝିଅ ପଲକ ଏବଂ ସେ ତାଙ୍କର ମୂଲ୍ୟବାନ ସମୟ ତାଙ୍କ ପିଲାଙ୍କୁ ଦେବାକୁ ଚାହୁଁଛନ୍ତି।

ଶ୍ବେତା ୧୯୯୮ମସିହାରେ ରାଜା ଚୌଧୁରୀଙ୍କୁ ବିବାହ କରିଥିଲେ। ପଲକ ତିଓ୍ବାରୀ,ଶ୍ବେତା ଏବଂ ରାଜାଙ୍କ ଝିଅ। କିନ୍ତୁ ଦୁହେଁ ୨୦୧୩ମସିହାରେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ।
