ସ୍ୱାଧିନତାର ଅମୃତ ମହୋତ୍ସବ; ତିରଙ୍ଗା ପତାକା ଉତ୍ତୋଳନ କଲେ ଫାରୁକ ଅବଦୁଲ୍ଲା, ହର ଘର ତିରଙ୍ଗା ଅଭିଯାନକୁ ନେଇ ଚିଡୁଥିଲେ

Published By : Prameya-News7 Bureau | August 15, 2022 IST

ଶ୍ରୀନଗର: କିଛିଦିନ ତଳେ କେନ୍ଦ୍ର ସରକାରଙ୍କର ‘ହର ଘର ତିରଙ୍ଗା’ ଅଭିଯାନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଜାମ୍ମୁ-କାଶ୍ମୀର ନ୍ୟାସ୍‌ନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଆଜି ୬ ତମ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ କରିଛନ୍ତି। ଜାତୀୟ ସଂଗୀତ ଗାନ ସହ ପତାକା ଉତ୍ତୋଳନ କରି ଉପସ୍ଥିତତ ଜାବନ ଓ ଅଫିସରମାନଙ୍କ ସହ ହାତ ମିଳାଇଛନ୍ତି।

ଜୁଲାଇ ୬ ତାରିଖରେ ଯେତେବେଳେ ତାଙ୍କୁ କେନ୍ଦ୍ର ସରକାରଙ୍କର ଘରେ ଘରେ ତିରଙ୍ଗା ଅଭିଯାନ ବିଷୟରେ ପ୍ରଶ୍ନ କରାଯାଇଥିଲା। ସେତେବେଳେ ଫାରୁକ ଅବଦୁଲ୍ଲା ଚିଡ଼ିଚିଡ଼ା ଗଳାରେ କହିଥିଲେ “ଆପଣ ନିଜ ଘରେ ରଖନ୍ତୁ” ଏହାପରେ କାର ନେଇ ସେଠାରୁ ଚାଲିଯାଇଥିଲେ।  ଆଉ ଆଜି ସ୍ୱାଧୀନତା ଦିବସ ଅବସରରେ ସେ ତିରଙ୍ଗା ଉତ୍ତୋଳନ କରିବା ଜାତୀୟ ଧ୍ୱଜକୁ ସମ୍ମାନ ଜଣାଇଛନ୍ତି।  

wp:html /wp:html

ଗତ ସପ୍ତାହରେ କୋଭିଡ୍ ପଜିଟିଭ୍ ହୋଇଥିଲେ ଫାରୁକ ଅବଦୁଲ୍ଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ଅଫିସର ମାନଙ୍କ ସହ ସୁରକ୍ଷାକର୍ମୀ ମୁତୟନ ଥିଲେ। ପତାକା ଉତ୍ତୋଳନ ଅବସରରେ ଫାରୁକ କହିଥିଲେ ଯେ ସ୍ୱାଧୀନତା ମିଳିବା ପରେ ଦେଶ ଏବେ ଅନେକ ପ୍ରଗତି କରିଛି। ତେବେ ତଥାପି କିଛି ଚ୍ୟାଲେଞ୍ଜ ରହିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.