ଆଜି ଛାଡଖାଇ : କାର୍ତ୍ତିକ ମାସ ପରେ ଏବେ ଆମିଷ ମାର୍କେଟ ମୁହାଁ ଲୋକେ

Published By : Prameya-News7 Bureau | November 13, 2019 IST

ଭୁବନେଶ୍ବର ୧୩/୧୧: ସରିଛି କାର୍ତ୍ତିକ ମାସ । ଆଉ ଆଜି ଛାଡ ଖାଇ । ପବିତ୍ର କାର୍ତ୍ତିକ ପାଇଁ  ମାଛ, ମାଂସ, ଅଣ୍ଡାକୁ  ଥୁକୁଲ ପକାଇ ଦେଇଥିଲେ ଲୋକେ । ମାସେ ହେଲାଣି ପାଟିରେ ଟିକିଏ ଆମିଷ ପାଣି ବାଜିନି। କିନ୍ତୁ ଏଥର ଛାଡଖାଇ ବୁଧବାର ପଡୁଥିବାରୁ ଲୋକେ ଭାରି ଖୁସ୍ ।

{"id":183217}

ଆଜି ସକାଳୁ ଆମିଷ ବଜାରରେ ଭିଡ ଦେଖିବାକୁ ମିଳିଲାଣି । ସକାଳୁ ସକାଳୁ କିଏ ମାଛ, ମାଂସ ଧରି ଘରକୁ ବୋହିଲେଣି ଲୋକେ । ତେବେ ଚାହିଦାକୁ ନଜରରରେ ରଖି ବେପାରୀ ବି ପୁର ପ୍ରସ୍ତୁତ ରହିଛନ୍ତି । ମଟନ, ମାଛ, ସବୁର  ଭାଉ ବଢ଼ିଥିବାରୁ ଦାମ୍ ବି ଚଢ଼ା ହେବ ।

{"id":183218}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.