କପିଲ୍ ଦେବଙ୍କ ପରେ ଏହି ଘାତକ ବୋଲରଙ୍କୁ ପଛରେ ପକାଇଲେ ଅଶ୍ଵିନ, ହାସଲ କଲେ ଖାସ୍ ଉପଲବ୍ଧି

Published By : Prameya-News7 Bureau | March 14, 2022 IST

ବେଙ୍ଗାଲୁରୁ ୧୪।୦୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ରେ ରେକର୍ଡ କରିଛନ୍ତି ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ଵିନ। ସବୁଠୁ  ଅଧିକ ଟେଷ୍ଟ ଓ୍ଵିକେଟ୍ ନେବା ମାମଲାରେ ସେ ଦକ୍ଷିଣ ଆଫ୍ରିକାର ତାରକା ଦ୍ରୁତ ବୋଲର ଡେଲ୍ ଷ୍ଟେନଙ୍କୁ ପଛରେ ପକାଇଛନ୍ତି। ଷ୍ଟେନ ଟେଷ୍ଟ କ୍ରିକେଟ୍‌ରେ ୪୩୯ ଓ୍ଵିକେଟ୍ ହାସଲ କରିଥିଲେ। ଏବେ ଅଶ୍ଵିନ ତାଙ୍କୁ ଅତିକ୍ରମ କରିଛନ୍ତି।

ଟେଷ୍ଟ କ୍ରିକେଟ୍‌ରେ ସବୁଠୁ ଅଧିକ ଓ୍ଵିକେଟ୍ ନେବା ମାମଲାରେ ଏବେ ସାତ ଜଣ ବୋଲର ଅଶ୍ଵିନଙ୍କଠୁ ଆଗରେ ରହିଛନ୍ତି। ସେଥିରୁ କେବଳ ଦୁଇ ଜଣ କ୍ରିକେଟ୍‌ର ବର୍ତ୍ତମାନ ଖେଳ ଜାରି ରଖିଛନ୍ତି। ସେ ଦୁଇ ବୋଲର ହେଉଛନ୍ତି ଇଂଲଣ୍ଡର ଜେମ୍ସ ଆଣ୍ଡରସନ ଏବଂ ଷ୍ଟୁଆର୍ଟ ବ୍ରଡ। ପିଙ୍କ ବଲ୍ ଟେଷ୍ଟର ତୃତୀୟ ଦିନରେ ଧନଞ୍ଜୟ ଡି ସିଲଭାଙ୍କୁ ଆଉଟ୍ କରି ଅଶ୍ଵିନ ୪୪୦ମ ଓ୍ଵିକେଟ୍ ହାସଲ କରିଛନ୍ତି।

ଷ୍ଟେସନ ଦକ୍ଷିଣ ଆଫ୍ରିକା ପକ୍ଷରୁ ୯୩ଟି ଟେଷ୍ଟରେ ୪୩୯ ଓ୍ଵିକେଟ୍ ହାସଲ କରିଥିବା ବେଳେ ଅଶ୍ଵିନ ୮୬ତମ ଟେଷ୍ଟରେ ତାଙ୍କୁ ଅତିକ୍ରମ କରିଛନ୍ତି। ଅଶ୍ଵିନ ଏହି ସିରିଜରେ ୪୩୫ ଓ୍ଵିକେଟ୍ ନେଇ ଭାରତର ପୂର୍ବତନ ଅଧିନାୟକ କପିଲ ଦେବଙ୍କୁ ପଛରେ ପକାଇଥିଲେ। ଏହି ସିରିଜ୍ ପୂର୍ବରୁ ଅଶ୍ଵିନ ଟେଷ୍ଟରେ ୪୩୦ ଓ୍ଵିକେଟ୍ ହାସଲ କରିଥିଲେ।

ଟେଷ୍ଟ  କ୍ରିକେଟ୍‌ରେ ସବୁଠୁ ଅଧିକ ଓ୍ଵିକେଟ୍

୧ - ମୁଥୟା ମୁରଲୀଧରଣ- ୧୩୩ ଟେଷ୍ଟ, ୮୦୦ ଓ୍ଵିକେଟ୍

୨ - ସେନ ଓ୍ଵାର୍ଣ୍ଣ- ୧୪୫ ଟେଷ୍ଟ, ୭୦୮ ଓ୍ଵିକେଟ୍

୩ - ଜେମ୍ସ ଆଣ୍ଡରସନ- ୧୬୯ ଟେଷ୍ଟ, ୬୪୦ ଓ୍ଵିକେଟ୍

୪ - ଅନିଲ କୁମ୍ବଲେ- ୧୩୨ ଟେଷ୍ଟ, ୬୧୯ ଓ୍ଵିକେଟ୍

୫ - ଗ୍ଲେନ ମ୍ୟାଗ୍ରାଥ- ୧୨୪ ଟେଷ୍ଟ, ୫୬୩ ଓ୍ଵିକେଟ୍

୬ - ଷ୍ଟୁଆର୍ଟ ବ୍ରଡ- ୧୫୨ ଟେଷ୍ଟ, ୫୩୭ ଓ୍ଵିକେଟ୍

୭ - କର୍ଟନୀ ଓ୍ଵାଲ୍ସ- ୧୩୨ ଟେଷ୍ଟ, ୫୧୯ ଓ୍ଵିକେଟ୍

୮ - ରବିଚନ୍ଦ୍ରନ ଅଶ୍ଵିନ- ୮୬ ଟେଷ୍ଟ, ୪୪୦ ଓ୍ଵିକେଟ୍

୯ - ଡେଲ ଷ୍ଟେନ- ୯୩ ମ୍ୟାଚ୍, ୪୩୯ ଓ୍ଵିକେଟ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.