oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ମାତ୍ର ୬ ଦିନ ବିଜେପିରେ ରହିଲେ, ପୁଣି କଂଗ୍ରେସକୁ ଫେରି ଆସିଲେ ବିଧାୟକ ବଲଓ୍ଵିନ୍ଦର ଲଡ୍ଡି

3/01/2022 at 5:52 PM

ଚଣ୍ଡିଗଡ ୦୩।୦୧: ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଅଦଳ ବଦଳ ପର୍ବ ଆରମ୍ଭ ହୋଇ ଯାଇଛି। ମାତ୍ର ଛଅ ଦିନ ତଳେ ବିଜେପିରେ ଯୋଗ ଦେଇଥିବା ପଞ୍ଜାବ କଂଗ୍ରେସର ବିଧାୟକ ବଲଓ୍ଵିନ୍ଦର ସିଂହ ଲଡ୍ଡି ପଦ୍ମ ଛାଡି ପୁଣି କଂଗ୍ରେସକୁ ଫେରି ଆସିଛନ୍ତି। ଏଥିରେ ବିଜେପିକୁ ଝଟକା  ଲାଗିଛି। ରବିବାର ରାତିରେ ପଞ୍ଜାବ ଏଆଇସିସି ପ୍ରଭାରୀ ହରିଶ ଚୌଧୁରୀ ଏବଂ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହଙ୍କ ଉପସ୍ଥିତିରେ ସେ ପୁନର୍ବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସୋମବାର ଖୋଦ୍ ଲଡ୍ଡି ଏହାର ସୂଚନା ଦେଇଛନ୍ତି।

ଲଡ୍ଡି ହରଗୋବିନ୍ଦପୁର ବିଧାନସଭାରୁ ନିର୍ବାଚିତ ହୋଇଛନ୍ତି।  ଡିସେମ୍ବର ୨୮ରେ ନୂଆଦିଲ୍ଲୀରେ ସେ ଏବଂ କାଦିଆନର ବିଧାୟକ ଫତେହଜଙ୍ଗ ସିଂହ ବାଜଓ୍ଵା କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ଵତଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଥିଲେ। ଶେଖାଓ୍ଵତ ପଞ୍ଜାବର ବିଜେପି ପ୍ରଭାରୀ। ତେବେ ଏହି ଛଅ ଦିନରେ ବିଜେପିରେ ତାଙ୍କ ମନ ଭରିବା ପରେ ପୁଣି କଂଗ୍ରେସକୁ ଫେରି ଆସିଛନ୍ତି।

କୁହାଯାଏ ବାଜଓ୍ଵା ଓ ଲଡ୍ଡି କଂଗ୍ରେସର ପୂର୍ବତନ ନେତା ଅମରିନ୍ଦର ସିଂହଙ୍କ ଘନିଷ୍ଠ ସହଯୋଗୀ। ଏହି ଦୁଇ ନେତା ଅମରିନ୍ଦର ସିଂହଙ୍କ ନୂତନ ଦଳ ପଞ୍ଜାବ ଲୋକ କଂଗ୍ରେସ ପରିବର୍ତ୍ତେ ବିଜେପିର ସଦସ୍ୟତା ଗ୍ରହଣ କରିଥିଲେ। ପଞ୍ଜାବ ନିର୍ବାଚନ ପାଇଁ କ୍ୟାପଟେନ୍ ବିଜେପି ସହିତ ମେଣ୍ଟ ଘୋଷଣା କରିଛନ୍ତି। ଏବେ  ଲଡ୍ଡି ଗୋଟିଏ ସପ୍ତାହ ଭିତରେ ବିଜେପିକୁ ଝଟକା ଦେଇଛନ୍ତି ଏବଂ କଂଗ୍ରେସକୁ ଫେରି ଆସିଛନ୍ତି।

   Related Posts