ଜେକେ ରାଉଲିଂଙ୍କ ପରେ ପ୍ରଖ୍ୟାତ ଲେଖିକା ତସଲୀମା ନସରୀନଙ୍କୁ ହତ୍ୟା ଧମକ: ନେକ୍ସ ଟାର୍ଗେଟ୍‌ ତୁମେ

Published By : Prameya-News7 Bureau | August 14, 2022 IST

ନୂଆଦିଲ୍ଲୀ: ପ୍ରଖ୍ୟାତ ଔପନ୍ୟାସିକ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନିନ୍ଦା କରି ଆତଙ୍କବାଦୀ ଟାର୍ଗେଟ୍‌ରେ ଦୁଇ ବିଶିଷ୍ଠ ଲେଖିକା। ହେରିପୋର୍ଟର ଲେଖିକା ଜେକେ ରାଉଲିଙ୍ଗକୁ ହତ୍ୟା ଧମକ ମିଳିଥିବା ବେଳେ ଏବେ ବାଂଲାଦେଶୀ ଲେଖିକା ତସଲୀମା ନସରିନଙ୍କୁ ବି ହତ୍ୟା ଧମକ ମିଳୁଛି। ସଲମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ବିରୋଧ କରିବାରୁ ତସଲୀମାଙ୍କୁ ଟ୍ୱିଟରରେ ଏକାଧିକ ହତ୍ୟା ଧମକ ମିଳିଛି।

ତେବେ ତସଲୀମା ମଧ୍ୟ ହତ୍ୟା ଧମକ ଦେଉଥିବା ଆତଙ୍କବାଦୀମାନଙ୍କୁ କଡ଼ା ଉତ୍ତର ଦେଉଛନ୍ତି। ଆମେରିକା ରାଷ୍ଟ୍ରପତି କିମ୍ବା ଇସ୍ରାଏଲ୍ ପିଏମ୍‌ଙ୍କୁ ଆତଙ୍କବାଦୀ ଉପରେ ବୋମା ଫିଙ୍ଗୁଛନ୍ତି ତାଙ୍କର କିଛି କରିପାରିବନି ହେଲେ ନିରୀହ ଲେଖକ ଲେଖିକାଙ୍କୁ ହତ୍ୟା କରୁଛ ବୋଲି ତସଲୀମା ସେମାନଙ୍କୁ ଉତ୍ତର ଦେଇ ଲେଖିଛନ୍ତି।

ସୂଚନା ଥାଉକି ଏହା ପୂର୍ବରୁ ହେରି ପୋର୍ଟର ଲେଖିକା ରାଉଲିଂ ରୁଶଦିଙ୍କ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣକୁ ନିନ୍ଦା କରିଥିଲେ। ସେ କହିଥିଲେ ଯେ ଘଟଣା ଜାଣି ତାଙ୍କୁ ବହୁତ ଦୁଃଖ ହେଲା। ତେବେ ପ୍ରାର୍ଥନା କରୁଛି ଯେ ଔପନ୍ୟାସିକ ଶୀଘ୍ରୁ ସୁସ୍ଥ ହୋଇଯାଆନ୍ତୁ। ରାଉଲିଙ୍କର ଏହି ଟ୍ୱିଟ୍‌ରେ ଜବାବ ଦେଇ ଜଣେ ୟୁଜର ଲେଖିଛନ୍ତି ‘ଚିନ୍ତା କର ନାହିଁ ପରବର୍ତ୍ତୀ ଶିକାର ଆପଣ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.