ଜାମ୍ମୁ କାଶ୍ମୀର ପରେ ଏବେ ଲଦାଖ ନେତାଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସରକାର, ବିଭିନ୍ନ ଦଳଙ୍କୁ ଆମନ୍ତ୍ରଣ

Published By : Prameya-News7 Bureau | June 27, 2021 IST

ନୂଆଦିଲ୍ଲୀ ୧୬/ ୦୬ : ଜାମ୍ମୁ କାଶ୍ମୀର ପରେ ଏବେ ଲଦାଖର ନେତାମାନଙ୍କ ସହିତ ଆଲୋଚନା କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷର ସମସ୍ତ ଦଳର ନେତାମାନଙ୍କ ନିକଟକୁ ନିମନ୍ତ୍ରଣ ପତ୍ର ପଠାଯାଇଥିବା ସୂଚନା ମିଳିଛି । ଜୁଲାଇ ୧ ତାରିଖରେ ଲଦାଖର ସମସ୍ତ ଦଳର ନେତାମାନଙ୍କ ସହିତ ଆଲୋଚନା ହେବ । ଏହା ପୂର୍ବରୁ ଜୁନ ୨୪ ତାରିଖରେ ଜାମ୍ମୁ କଶ୍ମୀରର ବିଭିନ୍ନ ନେତାମାନଙ୍କ ସହିତ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଲଦାଖର କାର୍ଗିଲ ଡେମୋକ୍ରେଟିକ୍ ଆଲିଆନ୍ସ, ବୈଠକ ପାଇଁ ଆମନ୍ତ୍ରଣ ପତ୍ର ମିଳିଥିବା ନେଇ ସୂଚନା ଦେଇଛି । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଲେହ ଏପେକ୍ସ ବଡୀକୁ ମଧ୍ୟ ଆମନ୍ତ୍ରିତ କରାଯାଇଛି । ୨୦୧୯ ଅଗଷ୍ଟ ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଐତିହାସିକ ପଦକ୍ଷେପ ସ୍ବରୂପ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହା ସହିତ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଥିଲା । ତେବେ ଏହି ୨ ସ୍ଥାନରେ ଧାରା ୩୭୦ ଉଠାଯିବା ପରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି କେନ୍ଦ୍ର ସରକାର । ବୈଠକ ପୂର୍ବରୁ କାରଗିଲ ଡେମୋକ୍ରାଟିକ ଆଲିଆନ୍ସ ଦାବି କରିଛି ଯେ, ଲଦାଖରେ ଧାରା ୩୭୦ ଏବଂ ୩୫ –ଏ ପୂନର୍ବାର ଲାଗୁ କରାଯାଉ । ଏହା ସହିତ ଲଦାଖକୁ ପୂର୍ଣ୍ଣ ରାଜ୍ୟ କ୍ଷମତା ଦିଆଯାଉ ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.