Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଚୀନକୁ କଡା ଜବାବ, ଜାମ୍ମୁ କାଶ୍ମୀର ସହ ଲଦାଖରେ ବି ଜି-୨୦ର ଆୟୋଜନ କରିବ ଭାରତ

6/07/2022 at 5:29 PM

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ସହ ଲଦ୍ଦାଖରେ ବି ହୋଇପାରେ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ । ୨୦୨୩ ମସିହାରେ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରିବ ଭାରତ । ପ୍ରଥମ ଥର ପାଇଁ ଏହାର ଆୟୋଜନ କରିବାକୁ ଯାଉଛି ଭାରତ । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ବେଳକୁ ଇଣ୍ଡୋନେସିଆ ପରେ ଭାରତ ଜି-୨୦ ଅଧ୍ୟକ୍ଷତା କରିବ ।

ଜାମ୍ମୁ କାଶ୍ମୀରରେ ଜି-୨୦ ବୈଠକ ଆୟୋଜନକୁ ଚୀନ ଏବଂ ପାକିସ୍ତାନ ବିରୋଧ କରୁଥିବା ବେଳେ ଏବେ ଲଦଖରେ ମଧ୍ୟ ଏହାର ଆୟୋଜନ କରିବାକୁ ଭାରତ ଯୋଜନା କରୁଛି । ୨୦୧୯ରେ ଧାରା ୩୭୦ ଉଚ୍ଛେଦ ହେବା ପରେ କେନ୍ଦ୍ର ଶାସିତ ପ୍ରଦେଶରେ ଆୟୋଜନ ହେବାକୁ ଏହା ହେଉଛି ସବୁଠୁ ବଡ଼ ଅନ୍ତର୍ଜାତୀୟ ସମ୍ମଳନୀ । ଲ୍ଲେଖଯୋଗ୍ୟ ଯେ, ଆସନ୍ତା ଡିସେମ୍ୱର ୩୧ରୁ ଭାରତ ଜି-୨୦ର ଅଧ୍ୟକ୍ଷତା କରିବ।

ତେବେ ଏହାରି ଭିତରେ ମିଳିଥିବା ସୂଚନା ଅନୁସାରେ ଭରତ ସରକାର ଲଦଖରେ ମଧ୍ୟ ଏହାର ଆୟୋଜନ କରିବାକୁ ସ୍ଥିର କରିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏନେଇ ଲଦାଖ ଉପରାଜ୍ୟପାଳ ଆର କେ ମାଥୁରଙ୍କୁ ଏକ ଚିଠି ଲେଖିଛି । ଏଥିରେ ମନ୍ତ୍ରଣାଳୟ ସହ ସମନ୍ୱୟ ରଖିବା ପାଇଁ ବରିଷ୍ଠ ଆଇପିଏସ ଏବଂ ଆଇଏଏସ ଅଧିକାରୀଙ୍କୁ ଚୟନ କରିବା ପାଇଁ କୁହାଯାଇଛି । ଏମଇଏର ନିର୍ଦ୍ଦେଶ ପରେ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ଏକ ଟିମ ମଧ୍ୟ ଗଠନ କରାଯାଇଛି ।  

ଏହା ପୂର୍ବରୁ ଜାମ୍ମୁ କାଶ୍ମୀର ପାଇଁ ଉଚ୍ଚସ୍ତରୀୟ ପାଞ୍ଚ ଜଣିଆ କମିଟି ଗଠନ କରାଯାଇଥିଲା । ଜୁନ ୨୩ରେ କେନ୍ଦ୍ର ଶାସିତ ପ୍ରଦେଶର ପକ୍ଷରୁ ଏହି କମିଟି ଗଠନ କରାଯାଇଥିଲା । ଜୁନ ୪ରେ ବୈଦିଶିକ ମନ୍ତ୍ରଣାଳୟର ଏକ ବିଜ୍ଞପ୍ତିର ଜାବବରେ ଏହି କମିଟି ଗଠନ କରାଯାଇଥିଲା ।

ଜି-୨୦ ଗ୍ରୁପରେ ୟୁରୋପୀୟନ ୟୁନିୟନ ସହ ୧୯ ରାଷ୍ଟ୍ର ସାମିଲ ଅଛନ୍ତି । ଜି-୨୦ ସଦସ୍ୟ ରାଷ୍ଟ୍ର ବିଶ୍ୱ ଜିଡିପିର ୮୦ ପ୍ରତିଶତ ଯୋଗଦାନ କରନ୍ତି । ସେହିପରି ବାଣିଜ୍ୟରେ ୭୫ ପ୍ରତିଶତ ଏବଂ ବିଶ୍ୱ ଜନସଂଖ୍ୟାରେ ୬୦ ଯୋଗଦାନ ରହିଛି । ୧୯୯୯ ମସିହାରୁ ଭାରତ ଏହାର ସଦସ୍ୟ ରହିଛି।

   Related Posts