scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଅନୁଧ୍ୟାନ କଲେ ଦକ୍ଷିଣାଞ୍ଚଳ ଆଇଜି, ଫିରିଙ୍ଗିଆ ଥାନା ପୋଡି ଓ ପୋଲିସକୁ ଆକ୍ରମଣ ଘଟଣାରେ ୧୫ ଜଣ ଅଟକ

5/08/2023 at 11:18 PM

ଫୁଲବାଣୀ: ଫିରିଙ୍ଗିଆ ଥାନା ପୋଡି ଓ ପୋଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଓ କନ୍ଧମାଳ ଏସପି ଶୁଭେନ୍ଦୁ ପାତ୍ର  ଫିରିଙ୍ଗିଆ ଥାନାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ପୋଲିସ ଉପରେ ଆକ୍ରମଣ ଓ ଥାନା ପୋଡିଘଟଣାର ତଦନ୍ତ କରାଯାଇ  ସଂପୃକ୍ତ ଥିବା ଲୋକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଆଇଜି ଭୋଇ। ସେହିପରି ଥାନା ଆଇଆଇସି ଓ ଅନ୍ୟ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଗଞ୍ଜେଇ ଚୋରା କାରବାର ସଂପୃକ୍ତି ଥିବା ନେଇ ଲୋକେ କରିଥିବା ଅଭିଯୋଗର ମଧ୍ୟ ତଦନ୍ତ ହେବ ବୋଲି ଭୋଇ କହିଥିଲେ । ଏହି ମାମଲାରେ ବର୍ତ୍ତମାନ ସୁଧା ୧୫ ଜଣ ଅଟକ ଅଛନ୍ତି । ଆଇନ ଶୁଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରୀ ହୋଇଥିବା ବେଳେ ୧୦ ପ୍ଲାଟୁନ ପୋଲିସ ମୃତୟନ କରାଯାଇଛି ।  ରାତିଯାଏ ନିଆ ଲିଭା କାର୍ଯ୍ୟ ଜାରି ରହିଛି ।

Also read- ଥାନାରେ ପଶି ଆକ୍ରମଣ, ଫୁଲବାଣୀ ଏସଡିପିଓଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଲେ ଉତ୍ତ୍ୟକ୍ତ ଲୋକ

ସୂଚନାଯୋଗ୍ୟ ଯେ, ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ସହଯୋଗ କରିବା ଓ ଫିରିଙ୍ଗିଆ ଥାନା ଅଧିକାରୀ ସମେତ ଅନ୍ୟ ପୋଲିସ କର୍ମଚାରୀ ଙ୍କ ସଂପୃକ୍ତି ଥିବା ଅଭି ଯୋଗ କରି ଶତାଧିକ  ଉତ୍ୟକ୍ତ ଲୋକେ ଶନିବାର ଅପରାହ୍ନରେ ଫିରିଙ୍ଗିଆ ଥାନା  ଜାଳିଦେବା ସହ ପୋଲିସ ଉପରକୁ ପଥର ମାଡ କରିଥିଲେ। ଥାନାର କମ୍ପୁଟର ସମେତ କାଗଜପତ୍ର ,ଆସବାବପତ୍ର, ଗାଡି ଆଦି ସପୁର୍ଣ୍ଣ ଜଳି ଯାଇଛି ।ପୋଲିସ ଉତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ବ୍ଲାଙ୍କ ଫାଇରିଙ୍ଗ କରୁଥିଲା । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ରହିଛି ।

ଗତ କାଲି ବିଳମ୍ବିତ   ରାତିରେ ଏକ  ବୋଲେରୋ ଗାଡ଼ି ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମାସିରି ପଡ଼l ଛକ ନିକଟରେ ସ୍ଥାନୀୟ ଗ୍ରାମ ବାସୀ  ଗଞ୍ଜେଇ ସହ ଗାଡ଼ି କୁ ଧରିଥିଲେ l ଗଞ୍ଜେଇ   ଚୋରା ଚାଲାଣ ହେଉଥିବା ଗାଡ଼ିଟି କୁଆଡେ ଫିରିଙ୍ଗିଆ ଥାନାର ବୋଲି ଜଣା ପଡ଼ିଥିଲା l ଏହି ଘଟଣା ପରେ ଫିରିଙ୍ଗିଆ ସ୍ଥାନୀୟ ଲୋକ ଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା l  ଗଞ୍ଜେଇ ମାଫିଆ ଙ୍କ ସହ ଫିରିଙ୍ଗିଆ ଥାନା  ର  କିଛି ପୋଲିସ କର୍ମଚାରୀ ଙ୍କ ସଂପୃକ୍ତି ରହିଛି ବୋଲି ଲୋକେ  ସନ୍ଦେହ କରି ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହକଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବୀ କରିଥିଲେl ।

   Related Posts