‘ମୋଦୀଙ୍କୁ କଟ୍ଟର ଦେଶଭକ୍ତ ଓ ରାଷ୍ଟ୍ରବାଦୀ ଭାବୁଥିଲେ ପ୍ରଣବ ମୁଖାର୍ଜୀ’, ଶର୍ମିଷ୍ଠାଙ୍କ ପୁସ୍ତକରୁ ଖୁଲାସା

Published By : Prameya-News7 Bureau | December 06, 2023 IST

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ କଂଗ୍ରେସ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବ୍ୟକ୍ତିଗତ ଓ ରାଜନୀତିକ ସମାଲୋଚନା କରୁଛନ୍ତି । କିନ୍ତୁ କଂଗ୍ରେସର ସବୁଠୁ ବୁଦ୍ଧିମାନ ଓ ସମ୍ମାନିତ ନେତାଙ୍କ ମଧ୍ୟରେ ସାମିଲ ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦୃଷ୍ଟିକୋଣ ପିଏମ୍ ମୋଦୀଙ୍କ ପାଇଁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେ କେବଳ ମୋଦୀଙ୍କ ଶାସନ କାଳରେ ପ୍ରଭାବିତ ନଥିଲେ ବରଂ ଆରଏସ୍‌ଏସ୍ କାର୍ଯ୍ୟକର୍ତ୍ତା ରୂପେ ସେ ତାଙ୍କୁ କଟ୍ଟର ଦେଶଭକ୍ତ ଓ ରାଷ୍ଟ୍ରବାଦୀ ଭାବୁଥିଲେ ।

ଏହା କେବଳ ପିଏମ୍ ମୋଦୀ ନୁହେଁ ବରଂ ଆରଏସ୍‌ଏସ୍‌ ପ୍ରତି ବି ପ୍ରଣବ ମୁଖାର୍ଜୀଙ୍କ ବିଚାରକୁ ଇଙ୍ଗିତ କରୁଛି । କଂଗ୍ରେସ ଶାସନକାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳିଥିବା ଓ ୨୦୧୨-୧୭ ଯାଏ ଦେଶର ରାଷ୍ଟ୍ରପତି ଥିବା ପ୍ରଣବ ମୁଖାର୍ଜୀଙ୍କ ଜୀବନ ସହ ଜଡିତ ଅନେକ ଅକୁହା ରାଜନୀତିକ ଦିଗ ଓ ବିଚାର ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀଙ୍କ ପୁସ୍ତକରେ ସାମନାକୁ ଆସିଛି ।

'ଇନ୍ ପ୍ରଣବ, ମାଇ ଫାଦର: ଏ ଡଟର ରିମେମ୍ୱର୍ସ' ଶୀର୍ଷକରେ ଲେଖାଯାଇଥିବା ଏହି ପୁସ୍ତକରେ ଶର୍ମିଷ୍ଠା ଉଲ୍ଲେଖ କରିଛନ୍ତି ଯେ ବାବା (ପ୍ରଣବ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବିଚାର ଉଲ୍ଲେଖ କରିଛନ୍ତି । ତାଙ୍କ ବିଚାରରେ- ଇନ୍ଧିରା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦୀ ଏକମାତ୍ର ଏପରି ପ୍ରଧାନମନ୍ତ୍ରୀ, ଯିଏ ଜନତାଙ୍କୁ ଶୀଘ୍ର ଓ ସଠିକ୍ ଭାବେ ବୁଝିବାର କ୍ଷମତା ରଖନ୍ତି ।

ପୂର୍ବତନ ରାଷ୍ଟ୍ରପତି ୨୦୧୪ ଅକ୍ଟୋବର ୨୩ରେ ନିଜ ଡାଏରୀ ଲେଖିଛନ୍ତି, ସିୟାଚିନରେ ଯବାନ ଓ ଶ୍ରୀନଗରରେ ବନ୍ୟା ପରେ ପ୍ରଭାବିତଙ୍କ ସହ ଦୀପାବଳି ପାଇଁ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିଷ୍ପତ୍ତି ଓ ରାଜନୀତି ଜ୍ଞାନକୁ ଦର୍ଶାଉଛି । ଏପରି ରାଜନୀତିକ ବୁଦ୍ଧିମତା ଇନ୍ଧିରା ଗାନ୍ଧୀଙ୍କ ବ୍ୟତୀତ ଅନ୍ୟ କୌଣସି ନେତାଙ୍କ ଠାରେ ଦେଖିବାକୁ ମିଳି ନଥିଲା ।

ଶର୍ମିଷ୍ଠା ନିଜ ପୁସ୍ତକରେ ଉଲ୍ଲେଖ କହିଛନ୍ତି ଯେ ତାଙ୍କ ବାପା ନିଜ ଡାଏରୀରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପିଏମ୍ ମୋଜୀଙ୍କ ସହ ତାଙ୍କର ଅଲଗା ଅଲଗା ବିଷୟରେ ଚର୍ଚ୍ଚା ହୋଇଛି । ମୋଦୀ ତାଙ୍କ ବିଚାରକୁ ଅନେକ ଗୁରୁତ୍ୱ ଦେଉଥିଲେ ଓ ପ୍ରଣବ ତାଙ୍କୁ ସବୁବେଳେ ସହଯୋଗ ପାଇଁ ଆଶ୍ୱସନା ଦେଉଥିଲେ ।

ପଢନ୍ତୁ: ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନକୁ ନେଇ ଏମିତି କହିଥିଲେ ପ୍ରଣବ ମୁଖାର୍ଜୀ, ଖୁଲାସା କଲେ ଝିଅ ଶର୍ମିଷ୍ଠା

ପ୍ରଣବଙ୍କ ବିଚାରରେ ପିଏମ୍ ମୋଦୀଙ୍କ ବିଚାରରେ ବହୁତ ସ୍ପଷ୍ଟତା ଥିଲା ଓ ଶାସନକଳାକୁ ନେଇ ମଧ୍ୟ ଦୃଷ୍ଟିକୋଣ ପୂରା ପରିପକ୍ୱ ଥିଲା । ସେ ନିଜକୁ ସର୍ବଜ୍ଞ ଭାବିବା ପରିବର୍ତ୍ତେ ସବୁବେଳେ କିଛି ଶିଖିବା ପାଇଁ ପ୍ରୟାସ କରନ୍ତି । ଏହାସହ ପ୍ରବଣ ନିଜ ଡାଏରୀ ସ୍ପଷ୍ଟ ଲେଖିଛନ୍ତି –ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟକର୍ତ୍ତା ରୂପେ ନରେନ୍ଦ୍ର ମୋଦୀ କଟ୍ଟର ଦେଶଭକ୍ତ ଓ ରାଷ୍ଟ୍ରବାଦୀ ଅଟନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.