ଟି-ବ୍ରିଜ ଅଘଟଣ ପରେ ସିଂହନାଥ ପୀଠରେ ମକର ମେଳା ବନ୍ଦ
14/01/2023 at 8:53 PM

କଟକ: ମକର ସଂକ୍ରାନ୍ତି ଉପଲକ୍ଷେ ଟି ବ୍ରିଜରେ ଦଳାଚକଟା ଅଘଟଣ ପାଇଁ ସିଂହନାଥ ପୀଠରେ ମକର ମେଳା ବନ୍ଦ କରାଯାଇଛି। ଦଳାଚକଟା ହୋଇଥିବା ସ୍ଥାନରେ ୧୪୪ ଧାରା ଜାରି ହୋଇଛି ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିରେ ଆହତ ହୋଇଥିବା ଦୁଇ ଶିଶୁ ଏବେ ଏସସିବି ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ସେପଟେ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି କଟକ ଜିଲ୍ଲାପାଳ ଓ ମେୟର ଆହତମାନଙ୍କୁ ଭେଟିବା ସହିତ ସେମାନହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ଅଘଟଣରେ ମୃତ ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।ଏହା ସହିତ ମୃତକ ପରିବାରଙ୍କ ପ୍ରତି ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏଥିରେ ଆହତଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023