ଫୋନିର ମାସେ ପରେ ମଧ୍ୟ କ୍ଷତିଗ୍ରସ୍ତଙ୍କ ଥଇଥାନ ନେଇ ଲାଗିରହିଛି ଅନିଶ୍ଚିତତା : ୧୮ରେ ଖେ।ଲିବ ସ୍କୁଲ, କେମିତି ଆରମ୍ଭ ହେବ ପିଲାଙ୍କ ପାଠପଢା ତାକୁ ନେଇ ଉଠିଛି ପ୍ରଶ୍ନ
4/06/2019 at 7:09 PM

ଫେ।ନିକୁ ମାସେ ପୁରିଲାଣି । କିନ୍ତୁ ଏଯାଏ ବାତ୍ୟା କ୍ଷତିଗ୍ରସ୍ତଙ୍କ ଥଇଥାନ ନେଇ ଅନିଶ୍ଚିତତା ଲାଗିରହିଛି । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଉଚିତ୍ ସମୟରେ ସ୍କୁଲ ଖୋଲିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠୁଛି । ଅନେକ ସ୍ଥାନରେ ସ୍କୁଲ ଘର ଭାଙ୍ଗିରୁଜି ଯାଇଥିବା ବେଳେ କିଛି ସ୍ଥାନରେ ବାତ୍ୟା କ୍ଷତିଗ୍ରସ୍ତ ସ୍କୁଲରେ ଆଶ୍ରୟ ନେଇଛନ୍ତି । ୧୮ରେ ସ୍କୁଲ ଖେ।ଲିବା ପରେ କେଉଁଠି ମୁଣ୍ଡ ଗୁଞ୍ଜିବେ ବିପନ୍ନ । କେମିତି ଆରମ୍ଭ ହେବ ପିଲାଙ୍କ ପାଠପଢା । ତାକୁ ନେଇ ଉଠିଛି ପ୍ରଶ୍ନ ।

ଫେ।ନିରେ ୧୪ ଜିଲ୍ଲା ର ସ୍କୁଲଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି । ୭୧୦୫ ଟି ପ୍ରାଇମେରୀ ସ୍କୁଲ ଭାଙ୍ଗିରୁଜି ଯାଇଥିବାବେଳେ କେତେ ହାଇସ୍କୁଲରେ କ୍ଷୟକ୍ଷତି ଘଟିଛି ତାର ଆକଳନ ଜିଲ୍ଲା ସ୍ତରରେ ହୋଇପାରିନି। ଏପରିକି ସ୍କୁଲ ଓ ଗଣଶିକ୍ଷା ବିଭାଗ ପାଖରେ ମଧ୍ୟ ଏପର୍ଯନ୍ତ ହାଇସ୍କୁଲ ଗୁଡିକର କ୍ଷୟକ୍ଷତିର କୌଣସି ରିପୋର୍ଟ ଜିଲ୍ଲାପାଳଙ୍କ ସ୍ତରରୁ ହସ୍ତଗତ ହୋଇନି ବୋଲି ବିଭାଗ ତରଫରୁ କୁହାଯାଇଛି ।

କିନ୍ତୁ ପ୍ରଶ୍ନ ଉଠୁଛି ଆଉ ଦିନ କେଇଟା ପରେ ଜୁନ ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ରେ ପାଠପଢା ଆରମ୍ଭ ହେବ । ଏସବୁ ସ୍କୁଲରେ ପାଠପଢ଼ା କେମିତି ହେବ? ଫୋନିର ମାସେ ପରେ ଯେଉଁଠି ସ୍କୁଲଗୁଡ଼ିକର କ୍ଷୟକ୍ଷତି ରିପୋର୍ଚ ଆସିପାରିନି, ସେଠାରେ ମରାମତି ହେବ କେବେ ଏବଂ ପିଲାମାନଙ୍କ ପାଠପଢା କେମିତି ହେବ? ଆଉ ଦିନ କେଇଟା ପରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । ତେଣୁ ସ୍ଥିତି ଆହୁରି ସଙ୍ଗୀନ ହୋଇଯିବ ।

ଫନିକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିବାକୁ ଯୋଜନା କଲେଣି । ଆଗାମୀ ବିଧାନସଭାରେ ଫନି କ୍ଷତିଗ୍ରସ୍ତଙ୍କ ଦୁର୍ଦ୍ଦଶାକୁ ମୁଖ୍ୟ ପ୍ରସଙ୍ଗ କରିବ ବୋଲି ବିଜେପି କହିଛି । ତେଣେ ଆଜି ଫନି କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ରାଜ୍ୟ ସରକାର । ଫୋନରେ କୃଷିକ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତିର ଆକଳ ପାଇଁ ୟୁନିସେଫ ନେତୃତ୍ବରେ ୭୦ଟି ଏନଜିଓଙ୍କୁ ଦାୟିତ୍ବ ଦିଆଯାଇଛି । ଏନଜିଓ ଗୁଡ଼ିକ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି । ସେପଟେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ କହୁଛନ୍ତି ଯେ ୧୯ ତାରିଖ ସୁଦ୍ଧା ମରାମତି ସରି ସବୁ ସ୍କିଲରେ ପାଠପଢା ଆରମ୍ଭ ହେବ ।

ଗୋଟିଏ ପଟେ ଭଙ୍ଗା ସ୍କୁଲର ମରାମତି ହୋଇନାହିଁ ଅନ୍ୟପଟେ କିଛି ସ୍କୁଲରେ କ୍ଷତିଗ୍ରସ୍ତ ଏବେବି ଆଶ୍ରୟ ନେଇଛନ୍ତି । ତେଣୁ ସ୍କୁଲ ଗୁଡ଼ିକରେ ପାଠପଢ଼ା ପରିବଶ ସୃଷ୍ଟି କରିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି । କାରଣ ସ୍କୁଲ ଖୋଲିବାକୁ ଆଉ ହାତରେ ମାତ୍ର ୧୫ ଦିନ ।

ମେ ୩ରେ ଓଡିଶାରେ ହିଟ୍ କରିଥିଲା ପ୍ରଳୟଙ୍କାରୀ ବାତ୍ୟା ଫେ।ନି । ପୁରୀ, ଖେ।ର୍ଦ୍ଧା, ଜଗତସିଂପୁରରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏସ୍ ଆର ସି ଙ୍କ ସୁଚନା ଅନୁଯାୟୀ ୧୬ କୋଟି ୫୫ଲକ୍ଷ ୫ହଜାର୫୦୭ ଲୋକ ବାତ୍ୟା ରେ କ୍ଷତିଗ୍ରସ୍ତ ହୋଇଥିଲେ । ୫ଲକ୍ଷ୮ହଜାର୪୬୭ଶହ ଲେ।କଙ୍କ ଘର ଭାଗୀଂ ବେଘର ହେ।ଇଯାଇଥିଲେ ।୪୦ ରୁ ଅଧିକ ଜୀବନ ହାନୀ ଘଟିଥିଲା । ୟା ଭିତରେ ଫେ।ନିକୁ ମାସେ ପୁରିଲାଣି ।

କିନ୍ତୁ କ୍ଷତିଗ୍ରସ୍ତଙ୍କୁ ଏଯାଏ ଥଇଥାନ କରିପାରିନି ପ୍ରଶାସନ । ଯାହାର ଚିତ୍ର ଆମେ ଆପଣଙ୍କୁ ଦେଖାଇ ସାରିଛୁ । କେଉଁଠି ମଣିଷ-ପଶୁ ଗେ।ଟିଏ ଛାତ ତଳେ ତ କେଉଁଠି ଉଜୁଡା ଘର ସଜାଡିବାକୁ ଚେଷ୍ଟା କରୁଛନ୍ତି ଲେ।କ ।