ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ଗଛରେ ପିଟି ହୋଇ ଜଳିଗଲା ଭ୍ଯାନ୍‌, ୪ ଆହତ

10/12/2020 at 4:11 PM

ନୟାଗଡ଼ ୧୦/୧୨: ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ଗଛରେ ପିଟି ହୋଇ ଜଳିଗଲା ପଲ୍ଯୁସନ୍ ଯାଞ୍ଚ ଭ୍ଯାନ । ଭ୍ଯାନରେ ଥିବା ଦୁଇଜଣଙ୍କ ସହିତ ୪ ବାଇକ୍ ଆରୋହୀ ଆହତ । ୪ଜଣଙ୍କୁ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।

ନୟାଗଡ ଜିଲ୍ଲା ଫତେଗଡ ଥାନା ମାଣିବନ୍ଧ ନିକଟରେ ଏହି ଦୁର୍ଘଟଣା ଘଟିଛି । ଓ ଆର୍ 02 ବି ଏସ୍ 1820 ନମ୍ବର୍ ଥିବା ପଲ୍ଯୁସନ୍ ଯାଞ୍ଚ ଭ୍ଯାନ ଖଣ୍ଡପଡାରୁ ଭାପୁର ଯାଉଥିବାବେଳେ ଜାମୁସାହି ନିକଟରେ ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା । ଏଥିରେ ୪ଜଣ ବାଇକ୍ ଆରୋହୀ ଆହତ ହୋଇଥିଲେ । ପରେ ଦୃତ ଗତିରେ ଯାଇ ଭ୍ଯାନ୍‌ଟି ମାନପୁର ନିକଟରେ ଏକ ଗଛରେ ପିଟି ହୋଇ ଜଳି ଯାଇଥିଲା ।

ଭ୍ଯାନ ଭିତରେ ଥିବା ଧଳାପଥର ଗାଁର ସୋମନାଥ ସାହୁ ଏବଂ ଜଣେ ୧୪ବର୍ଷର ନାବାଳକ ଦିପ୍ତିରଞନ ସାହୁ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ଭାପୁର ଡାକ୍ତରଖାନା ଏବଂ ପରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି । ଆହତ ୪ଜଣ ବାଇକ ଆରୋହୀଙ୍କ ମଧ୍ଯରେ ଜଣେ ମହିଳା ଏବଂ ଦୁଇଜଣ ପୁରୁଷ ଅଛନ୍ତି ।

   Related Posts