ବର୍ଗରରୁ ଗାଏବ ହେଲା ଟମାଟୋ, ଅର୍ଡର ନେବାକୁ ମନା କଲା ରେଷ୍ଟୁରାଣ୍ଟ
7/07/2023 at 5:31 PM

ନୂଆଦିଲ୍ଲୀ, ୦୭/୦୭: ଦେଶରେ ମୌସୁମୀ ଆରମ୍ଭ ହେବା ସହ ପନିପରିବା ଦାମ୍ ମଧ୍ୟ ବେଶ୍ ବଢ଼ିଛି। ବିଶେଷ କରି ଟମାଟୋର ଦାମ୍ ସବୁଠୁ ଅଧିକ ରହିଛି। ଦେଶର ଅନେକ ସ୍ଥାନରେ ଟମାଟୋ କେଜି ପ୍ରତି ୧୫୦ ଟଙ୍କାରେ ବିକ୍ରି ହେଉଛି। ଯାହାର ପ୍ରଭାବ କେବଳ ସାଧାରଣ ଲୋକଙ୍କ ଉପରେ ପଡ଼ିଛି ତାହା ନୁହେଁ ବରଂ ରେଷ୍ଟୁରାଣ୍ଟ ଉପରେ ମଧ୍ୟ ପଡ଼ିଛି। ଏମିତିରେ ଲୋକପ୍ରିୟ ବର୍ଗର ଆଉଟଲେଟ ମେକଡୋନାଲ୍ଢସ ଏକ ବଡ଼ ଘୋଷଣା କରିଛି। ରେଷ୍ଟୁରାଣ୍ଟ ଏହାର ବର୍ଗେର ଟମାଟୋ ଦେବାକୁ ମନା କରିଛି।
ମେକଡନାଲ୍ଡସ କହିଛି ଯେ, ‘‘ପାଣିପାଗ ବଦଳିବା କାରଣରୁ ଉତ୍ତମ ଗୁଣବତ୍ତାର ଟମାଟୋ ବଜାରରୁ ମିଳିପାରୁନାହିଁ। ଏଥିପାଇଁ କିଛି ଆଉଟଲେଟରେ ଖାଦ୍ୟରେ ଟମାଟୋ ମିଳୁନାହିଁ। ଏହି ଏକ ଅସ୍ଥାୟୀ ସ୍ଥିତି। ଏଥିପାଇଁ ଟମାଟୋର ବ୍ୟବହାର କରିବା ବନ୍ଦ କରିଦିଆଯାଇଛି। କମ୍ପାନି କହିଛି ଟମାଟୋର ଦାମ୍ ଅଧିକ ଥିବାରୁ ଉତ୍ତର ଏବଂ ପୂର୍ବ ଭାରତରେ କିଛି ରେଷ୍ଟୁରାଣ୍ଟରେ ଟମାଟୋକୁ ମେନୁରୁ ହଟାଯାଇଛି।’’
ଆହୁରି ପଢ଼ନ୍ତୁ: ପେଟ୍ରୋଲଠୁ ବି ଟମାଟୋ ମହଙ୍ଗା, ଜାଣନ୍ତୁ କେଉଁ ସବୁ ସହରରେ କେତେ ରହିଛି ଦାମ୍…
ସୂଚନାଥାଉକି, ଚଳିତ ବର୍ଷ ଦେଶରେ ମୌସୁମୀ ବିଳମ୍ବିତ ହୋଇଛି। କିନ୍ତୁ ପରେ ହଠାତ୍ ମୌସୁମୀର ପ୍ରଭାବ ବଢ଼ିଥିଲା। ଏହାର ପ୍ରଭାବରେ ଫସଲ ଉପରେ ପଡ଼ିଥିଲା ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଥିଲା। ଦେଶରେ ଅନେକ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ଟମାଟୋ ଯୋଗାଣ ବେଶ୍ କମ୍ ହୋଇଛି। ଏହି ସବୁ କାରଣରୁ ଟମାଟୋ ଦାମ୍ ଆକାଶଛୁଆଁ ହୋଇଛି। ଅବଶ୍ୟ ସରକାରଙ୍କ ଏହି ସ୍ଥିତି ଅସ୍ଥାୟୀ। ଯେତେବେଳେ ସ୍ଥିତି ନିୟନ୍ତ୍ରଣକୁ ଆସିଯିବ ଟମାଟୋର ଦାମ୍ ପୁଣି ଥରେ ପୁରୁଣା ସ୍ତରକୁ ଖସିଆସିବ।