ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

‘ହର ହର ସମ୍ଭୁ’ ପରେ ନବରାତ୍ର ଉପଲକ୍ଷେ ମୁକ୍ତିଲାଭ କଲା ଅଭିଲିପ୍ସା ପଣ୍ଡାଙ୍କ ନୂଆ ଭଜନ ଅର୍ଗଳା ସ୍ତୋତ୍ରମ୍

27/09/2022 at 9:37 PM

ବଡ଼ବିଲ୍‌ ୨୭/୦୯: ଅଭିଲିପ୍ସା ପଣ୍ଡାଙ୍କ ‘ହର ହର ସମ୍ଭୁର’ ଅପାର ସଫଳତା ପରେ ନବରାତ୍ର ଅବସରରେ ତାଙ୍କର ଆଉ ୨ଟି ନୂଆ ଗୀତ ରିଲିଜ୍ ହୋଇଛି, ଯାହା ସୋସିଆଲ ମିଡିଆରେ ବେଶ୍ ଟ୍ରେଣ୍ଡ କରୁଛି। ମା’ ଦୁର୍ଗାଙ୍କୁ ସମର୍ପିତ ‘ନବ ଦୂର୍ଗେ ନମଃ ନମଃ’, ଭଜନକୁ ଲୋକେ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ‘ଭକ୍ତି ଦର୍ଶନ’ ନାମକ ୟୁଟ୍ୟୁବ୍ ଚାନେଲରେ ରବିବାର ଗୀତଟି ରିଲିଜ ହେବା ପରେ ୧ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଭଜନଟିକୁ ବାଲ୍ ସନ୍ଦୀପ କୁମାର ଲେଖିଥିବା ବେଳେ, ଅଭିଲିପ୍ସାଙ୍କ ଦମଦାର କଣ୍ଠର ଯାଦୁକୁ ଦେଶ ବିଦେଶରେ ପସନ୍ଦ କରାଯାଉଛି।

ସେହିପରି ମଙ୍ଗଳବାର ଆଉ ଏକ ସଂସ୍କୃତ ଭଜନ ‘ଅର୍ଗଳା ସ୍ତୋତ୍ରମ୍’ ଅଭିଲିପ୍ସାଙ୍କ ୟୁ ଟ୍ୟୁବ ଚାନେଲ ରକଷ୍ଟାର ଅଭିଲିପ୍ସା ପଣ୍ଡାରେ ରିଲିଜ୍ ହୋଇଛି। କେନ୍ଦୁଝର ବଡବିଲର ଝିଅ ଅଭିଲିପ୍ସା ପଣ୍ଡା ଏହା ମଧ୍ୟରେ ଅନେକ ଗୀତରେ କଣ୍ଠଦାନ କରିସାରିଲେଣି। ଆଗାମୀ ଦିନରେ ସେ ଆହୁରି ସୁନ୍ଦର ଭଜନ ଶ୍ରୋତା ମାନଙ୍କୁ ଭେଟି ଦେବା ସହିତ ବଲିଉଡରେ ଜଗତରେ ଗୀତ ଗାଇବାକୁ ଇଚ୍ଛା ରଖିଛନ୍ତି। ଦୁର୍ଗାପୂଜା ଅବସରରେ ସେ ତାଙ୍କ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

   Related Posts