suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ଦୁବାଇ ଫେରନ୍ତା ଫେଡେଏକ୍ସ ବିମାନରେ ପକ୍ଷୀମାଡ଼ ହେବା ପରେ ଦିଲ୍ଲୀ ବିମାନବନ୍ଦରରେ ଏମାର୍ଜେନ୍ସି ଘୋଷଣା
  • ||
  • ଭାରତ ଯୋଡ଼ୋ ଯାତ୍ରାରେ RSSରୁ ଏକ ବିଂଶ ଶତାବ୍ଦୀର କୌରବ ବୋଲି କହିଥିବାରୁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଏକ ମାନହାନୀ ମାମଲା ରୁଜୁ, ଏପ୍ରିଲ ୧୨ରେ ଶୁଣାଣି
  • ||
  • ହାଇଦ୍ରାବାଦରେ ରାମନବମୀ ରାଲିରେ ବିବାଦୀୟ ବୟାନ ଅଭିଯୋଗରେ ନିଲମ୍ବିତ ବିଜେପି ବିଧାୟକ ଟି.ରାଜା ସିଂହଙ୍କ ବିରୋଧରେ ମାମଲା ରୁଜୁ
  • ||
  • ସମ୍ବଲପୁର : ବିଶାଳଖିଣ୍ଡା କେନାଲରେ ଗାଡି ଓଲଟି ୭ଜଣଙ୍କ ମୃତ୍ୟୁ : ଘଟଣାସ୍ଥଳରେ ଏକ୍ସପର୍ଟ ଟିମ୍‌ର ତଦନ୍ତ
  • ||
  • ଭୁବନେଶ୍ବର : ପ୍ଲାଷ୍ଟିକ୍ ବ୍ୟବହାର ନେଇ ୟୁନିଟ୍ ୧ ମାର୍କେଟ୍‌ରେ ବିଏମ୍‌ସି ଚଢଉ, ୩ଟି ହୋଲସେଲ୍ ଦୋକାନ ସିଲ୍
  • ||
  • ଟାଙ୍ଗୀ : ଟ୍ୟୁସନ୍ କରିବାକୁ ଯାଇ ୪ ମାସର ଗର୍ଭବତୀ ୧୨ ବର୍ଷର ନାବାଳିକା ! ଅଭିଯୁକ୍ତ ଅଟକ
  • ||
  • ବାଙ୍କୀ : ପଶ୍ଚିମା ଝଡ ପ୍ରଭାବ : ଭୁଶୁଡ଼ିଲା ବାଙ୍କୀ ସ୍ଵୟଂ ଶାସିତ ମହାବିଦ୍ୟାଳୟର ନବନିର୍ମିତ ଦର୍ଶକ ଗ୍ୟାଲେରୀ
  • ||
  • ଭୁବନେଶ୍ବର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆକୁ ଗଡିବ
  • ||
  • ଭୁବନେଶ୍ବର : ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
  • ||

ଜର୍ମାନ ଓ ଆମେରିକା ପରେ ଏବେ ୟୁକ୍ରେନ ଯୁଦ୍ଧକୁ ସିଧା ପ୍ରବେଶ କରିବ ଫ୍ରାନ୍ସ

27/01/2023 at 4:42 PM

ପ୍ୟାରିସ୍ ୨୭।୧: ଋଷିଆ-ୟୁକ୍ରେନ ଯୁଦ୍ଧ ଲଗାତାର ବିଶ୍ୱ ଲାଗି ବିପଦର କାରଣ ପାଲଟିଛି। ଆମେରିକା ଓ ଜର୍ମାନୀ ପରେ ଏବେ ଯୁଦ୍ଧକୁ ସିଧା ଏଣ୍ଟ୍ରି କରିଛି ଫ୍ରାନ୍ସ।  ୟୁକ୍ରେନକୁ ଫାଇଟର ଜେଟ୍ ଯୋଗାଇ ଦେବାକୁ ଫ୍ରାନ୍ସ ରାଜି ହୋଇଛି। ଏଥିରେ ଋଷିଆର ରୋଷ ଏବେ ପଞ୍ଚମରେ ପହଞ୍ଚିଛି। ପୂର୍ବରୁ ଜର୍ମାନ ଓ ଆମେରିକା ୟୁକ୍ରେନକୁ ଲେପର୍ଡ-୨ ଓ ଆବ୍ରାମ ଟ୍ୟାଙ୍କ ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ଯାହା ଏବେ ତୃତୀୟ ବିଶ୍ୱଯୁଦ୍ଧ ଆଶଙ୍କାକୁ ଦୃଢ କରିଛି।

ୟୁକ୍ରେନକୁ ସମର୍ଥନ କରୁଥିବା ଦେଶଙ୍କୁ ଧ୍ୱଂସ କରିଦେବ ବୋଲି ଋଷିଆ ପ୍ରଥମରୁ ଧମକ୍ ଦେଇ ଆସୁଛି। ତେବେ ଋଷିଆର ଏହି ଧମକ୍‌କୁ ବେଖାତିର କରି ଆମେରିକା, ଜର୍ମାନ ଓ ଫ୍ରାନ୍ସ ଅକାତରେ ୟୁକ୍ରେନକୁ ସହାୟତା ଲାଗି ଓହ୍ଲାଇ ଆସିଛନ୍ତି। ଏଣୁ ଏବେ ପରମାଣୁ ଯୁଦ୍ଧଭୟ ଘନେଇଛି। ଫ୍ରାନ୍ସ ରକ୍ଷା ସମିତି ଅଧ୍ୟକ୍ଷ ଥମାସ ଗ୍ୟାସିଲୋଡ ୟୁକ୍ରେନର ଯୁଦ୍ଧବିମାନ ଆବଶ୍ୟକତା ଫ୍ରାନ୍ସ ପୂରଣ କରିପାରିବ ବୋଲି କହିଛନ୍ତି। ଏଥିରେ କିଭ ପ୍ରତିରକ୍ଷାମନ୍ତ୍ରୀଙ୍କ ପରାମର୍ଶଦାତା କହିଛନ୍ତି ଯେ କେବଳ ପରମାଣୁ ଅସ୍ତ୍ରକୁ ବାଦ ଦେଲେ ପ୍ରାୟ ସମସ୍ତ ଯୁଦ୍ଧାସ୍ତ୍ର ଏବେ ଆମକୁ ମିଳିଯିବ ।

  • ଲଗାତାର ବିଶ୍ୱ ଲାଗି ବିପଦର କାରଣ ପାଲଟିଛି ଋଷିଆ-ୟୁକ୍ରେନ ଯୁଦ୍ଧ
  • ଆମେରିକା ଓ ଜର୍ମାନୀ ପରେ ଏବେ ଯୁଦ୍ଧକୁ ସିଧା ଏଣ୍ଟ୍ରି କରିଛି ଫ୍ରାନ୍ସ
  • -ପରମାଣୁ ଅସ୍ତ୍ରକୁ ବାଦ ଦେଲେ ପ୍ରାୟ ଯୁଦ୍ଧାସ୍ତ୍ର  ମିଳିଯିବ ୟୁକ୍ରେନକୁ, କହିଛନ୍ତି ପ୍ରତିରକ୍ଷା ପରାମର୍ଶଦାତା

ୟୁକ୍ରେନ ଆକାଶର ରକ୍ଷା ଲାଗି ଯୁଦ୍ଧବିମାନ ନିମନ୍ତେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କିଙ୍କ ନିବେଦନରେ ଫ୍ରାନ୍ସ ସହମତ ହୋଇଯାଇଥିବା ପ୍ରତିରକ୍ଷା ସମିତି ଅଧ୍ୟକ୍ଷ କହିଛନ୍ତି। ଫ୍ରାନ୍ସର ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ବସନ୍ତ ଋତୁ ପୂର୍ବରୁ ଆକ୍ରମଣ ଲାଗି ୟୁକ୍ରେନକୁ ବ୍ରିଟେନ ଟ୍ୟାଙ୍କ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଜର୍ମାନ ନିର୍ମିତ ଲିଓପାର୍ଡ-୨ ଟ୍ୟାଙ୍କ ମଧ୍ୟ ସପ୍ତାହକ ଭିତରେ ୟୁକ୍ରେନ ପହଞ୍ଚିଯିବ ବୋଲି କୁହାଯାଇଛି।

ୟୁକ୍ରେନକୁ ପାଶ୍ଚାତ୍ୟ ସୈନ୍ୟ ସହାୟତାରେ ଆଗାମୀ ପଦକ୍ଷେପ ଯୁଦ୍ଧବିମାନର ହେବ। ପୂର୍ବ ଇୟୁରୋପୀୟ ଦେଶମାନେ ଏବେ ଏହି ପ୍ରସଙ୍ଗରେ ଚିନ୍ତା କରୁଛନ୍ତି। ଏଥିରେ ଫ୍ରାନ୍ସ ତାଙ୍କର କିଛି ପୁରୁଣା ପିଢୀର ବିମାନ ଡସାଲ୍ଟ ମିରାଜ ୟୁକ୍ରେନକୁ ଦେଇପାରେ। ତେବେ ଫ୍ରାନ୍ସ ଏହା ମଧ୍ୟ ଜାଣିଛି ଯେ ୟୁକ୍ରେନକୁ ଗୋଟିଏ ଯୁଦ୍ଧବିମାନ ଦେବା ଲାଗି ଅନୁନ୍ୟ ୧୦ ଜଣ ସୈନିକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବାକୁ ହେବ। ତେବେ ପ୍ରଶିକ୍ଷଣ ପ୍ରଦାନରେ ଥିବା ଜଟିଳତା ବାବଦେ ପ୍ୟାରିସ୍ ଅବଗତ ଅଛି।

ଆମେରିକା ଓ ଜର୍ମାନ ପକ୍ଷରୁ ଆବ୍ରାମ ଓ ଲିଓପାର୍ଡ ଟ୍ୟାଙ୍କ ମିଳୁଥିବାର ଭୋଲଦେମୀର ଜେଲଂସ୍କି ଆଶ୍ୱସ୍ତ ହେବା ପରେ ଏବେ ପାଶ୍ଚାତ୍ୟ ଦେଶମାନଙ୍କୁ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଓ ଯୁଦ୍ଧବିମାନ ଲାଗି ନିବେଦନ କରିଛନ୍ତି। ଜେଲଂସ୍କିଙ୍କ ଏହି ନିବେଦନ ଏପରି ଏକ ସମୟରେ ମିଳିଛି ଯେତେବେଳେ ଋଷିଆ ଡ୍ରୋନ ଓ କ୍ଷେପଣାସ୍ତ୍ର ମାଡରେ ୟୁକ୍ରେନରେ ୧୧ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ତେବେ ଋଷିଆ ପକ୍ଷରୁ ଆକ୍ରମଣ ପୂର୍ବରୁ ୟୁକ୍ରେନକୁ ଘାତକ ଅସ୍ତ୍ରଶସ୍ତ୍ର ଦେବା ବିପଦଜନକ ମନେ ହେଉଥିବା। ତେବେ ଯୁଦ୍ଧ ଯେତିକି ବଢିବାରେ ଲାଗିଛି ପାଶ୍ଚାତ୍ୟ ଦେଶମାନେ ୟୁକ୍ରେନକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି। ଏଣୁ ୟୁକ୍ରେନ ଏବେ ପାଶ୍ଚାତ୍ୟ ଦେଶମାନଙ୍କଠାରୁ କେବଳ ଆଣବିକ ଅସ୍ତ୍ରଶସ୍ତ୍ରକୁ ଛାଡି ବାକି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ପାଇଯିବ ବୋଲି ଆଶ୍ୱସ୍ତ ଅଛି।

   Related Posts