AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପରେ ଶୁଭେନ୍ଦୁ ଅଧିକରୀଙ୍କୁ ନେଇ ଅଙ୍କକଷା, ଦଳ ଛାଡି ନାହାନ୍ତି କୁଆଡେ ଯିବେ କହୁନାହାନ୍ତି, ଭୋଟରଙ୍କ ଉପରେ ଛାଡିଲେ ନିଷ୍ପତ୍ତି

30/11/2020 at 7:50 PM

କୋଲକାତା ୩୦।୧୧:  ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରୁ ଶୁଭେନ୍ଦୁ ଅଧିକାରୀଙ୍କ ଇସ୍ତଫା ପରେ ଆରମ୍ଭ ହୋଇଥିବା ରାଜନୀତି ଅଙ୍କକଷାରେ ପୂର୍ଣ୍ଣଚ୍ଛେଦ ପଡିଛି। ସେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଏପର୍ଯ୍ୟନ୍ତ କୌଣସି ଘୋଷଣା କରୁନାହାନ୍ତି। ପ୍ରଥମ ଜନସମାବେଶ କରିଛନ୍ତି ଶୁଭେନ୍ଦୁ ହେଲେ ସଭାମଞ୍ଚକୁ ରାଜନୈତିକ ମଞ୍ଚ କରିନାହାନ୍ତି। ତାଙ୍କ ରାଜନୈତିକ ଜୀବନର ଚୂଡାନ୍ତ ନିଷ୍ପତ୍ତି ନିର୍ବାଚନ ମଣ୍ଡଳିର ଜନତାଙ୍କ ଉପରେ ବୋଲି ଶୁଭେନ୍ଦୁ କହିଛନ୍ତି।

ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପରେ ଶୁଭେନ୍ଦୁ ତାଙ୍କର ପ୍ରଥମ ରାଜନୈତିକ ସମାବେଶକୁ ସମ୍ବୋଧିତ କରିଛନ୍ତି। ହେଲେ ଏଥିରେ ସେ ତାଙ୍କର ପରବର୍ତ୍ତି କାର୍ଯ୍ୟପନ୍ଥା ନେଇ କୌଣସି ଘୋଷଣା କରିନାହାନ୍ତି। କାର୍ଯ୍ୟକ୍ରମରେ ସେ ତାଙ୍କ ଗୃହ ଜିଲ୍ଲା ପୂର୍ବ ମେଦିନପୁରର ସ୍ୱାଧୀନତା ସଂଗ୍ରାମରେ ଯୋଗଦାନକୁ ମନେ ପକାଇଛନ୍ତି। ସେ ଏବେ ଜାତୀୟତାବାଦୀ କାର୍ଯ୍ୟକ୍ରମର ଆୟୋଜନ କରିବେ ଓ ବ୍ରିଟିଶ ଶାସନ ବିରୁଦ୍ଧରେ ତାମଲୁକ ଜନତାଙ୍କ ବଳିଦାନର ସ୍ମୃତିଚାରଣ କରିବେ ବୋଲି କହିଛନ୍ତି।

କାର୍ଯ୍ୟକ୍ରମରେ ସେ ସାଂପ୍ରତିକ ରାଜନୀତିକୁ ନେଇ ପଦଟିଏ ବି କହିନାହାନ୍ତି। ନା ସେ ତୃଣମୂଳ ବିପକ୍ଷରେ କହିଛନ୍ତି ନା ବିରୋଧୀ ବିଜେପି ଲାଗି ପଦଟିଏ ବି କହିଛନ୍ତି। କେବଳ ନିଜ ନିର୍ବାଚନ ମଣ୍ଡଳୀ ଓ ତାର ଐତିହ୍ୟ ନେଇ ସାରଗର୍ଭକ ଭାଷଣ ଦେଇଛନ୍ତି। ଏଣୁ ରାଜ୍ୟ ଗଣମାଧ୍ୟମରେ ଶୁଭେନ୍ଦୁଙ୍କ ପରବର୍ତ୍ତି ରାଜନୈତିକ ଜୀବନକୁ ଆରମ୍ଭ ହୋଇଥିବା ଆଲୋଚନା ଓ ପର୍ଯ୍ୟାଲୋଚନାରେ ବିରାମ ଲାଗିଛି।

କାର୍ଯ୍ୟକ୍ରମରେ ଡିସେମ୍ବରରୁ ଆଗାମୀ  ଅଗଷ୍ଟମାସ ପର୍ଯ୍ୟନ୍ତ ଏଭଳି ଅନେକ ଆୟୋଜନ ହେବ ବୋଲି ସେ କହିଛନ୍ତି। ଏଭଳି କାର୍ଯ୍ୟକ୍ରମର ତାଙ୍କ ଇସ୍ତଫା ସହ କୌଣସି ନେଣଦେଣ ନଥିବା ଓ ଏହି ସବୁ କାର୍ଯ୍ୟକ୍ରମର ପ୍ରସ୍ତୁତି ଦୀର୍ଘ ସମୟରୁ ଚାଲିଥିବାର ସେ କହିଛନ୍ତି। ଯେହେତୁ ସଙ୍ଗଠନର ଏହା ରାଷ୍ଟ୍ରବାଦୀ କାର୍ଯ୍ୟକ୍ରମ ଏଣୁ ଏଥିରେ ରାଜନୀତିର କୌଣସି ସ୍ଥାନ ନାହିଁ ବୋଲି ସେ କହିଛନ୍ତି। ସେହପରି ଦଳୀୟ ରାଜନୀତି ଓ ନିର୍ବାଚନ ପ୍ରସଙ୍ଗର କଥା ହେଲେ ଏହାର ନିଷ୍ପତ୍ତି ସେ ଜନତାଙ୍କ ଉପରେ ଛାଡିଛନ୍ତି ବୋଲି ସୂଚିତ କରିଛନ୍ତି।

   Related Posts