ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜକୁ ଗୁଳିଚଳାଇ ଶିକ୍ଷକଙ୍କ ଆତ୍ମହତ୍ୟା ଉଦ୍ୟମ
24/05/2019 at 6:13 PM

ଏଲହାବାଦ ୨୪।୫: ଉତ୍ତରପ୍ରଦେଶ ଏଲହାବାଦ ଧୁମନଗଞ୍ଜ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ ଶିକ୍ଷକ ତାଙ୍କ ଦ୍ବିତୀୟ ପତ୍ନୀଙ୍କୁ ହତ୍ୟା କରିବା ପରେ ନିଜଉପରକୁ ଗୁଳିଚଳାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପଡୋସୀ ଓ ଧୂମନଗଞ୍ଜ ଥାନା ପୋଲିସ ଗୁରୁତର ଅବସ୍ଥାରେ ଶିକ୍ଷକଙ୍କୁ ଉଦ୍ଧାରକରି ସ୍ବରୁପରାଣୀ ନେହେରୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ଆତ୍ମହତ୍ୟା ଉଦ୍ୟମ କରିଥିବା ଶିକ୍ଷକଙ୍କୁ ପୋଲିସ ପ୍ରମୋଦ କୁମାର ବୋଲି ଚିହ୍ନଟ କରିଛି । ୪୭ ବର୍ଷ ବୟସ୍କ ପ୍ରମୋଦ ଧୁମନଗଞ୍ଜ କଲୋନୀରେ ପରିବାର ସହ ରହୁଛନ୍ତି । ତାଙ୍କର ପ୍ରଥମ ପତ୍ନୀଙ୍କ ପରଲୋକ ହେବା ପରେ ତାଙ୍କଘରେ ରାଖୀ ଯାଦବନାମ୍ନୀ ଜନୈକା ମହିଳା ରହୁଥିଲେ। ତବେ ସେ ପ୍ରମୋଦଙ୍କ ବିବାହ କରିଥିବା କହୁଥିଲେ।
ଶୁକ୍ରବାର ପୂର୍ବାହ୍ନରେ ଘରେ ପାରିବାରିକ କଳହ ହୋଇଥିଲା। ଏଥିରେ ଶିକ୍ଷକ ଉତକ୍ଷିପ୍ତ ହୋଇ ଘରେ ରଖିଥିବା ପିସ୍ତଲ ଆଣି ସମ୍ପୃକ୍ତ ମହିଳାଙ୍କ ଉପରକୁ ଗୁଳି ଚଳାଇବା ସହ ପ୍ରମୋଦ ନିଜକୁ ମଧ୍ୟ ଗୁଳି କରିଥିଲେ। ଏହା ଦେଖି ତାଙ୍କ ପୁଅ ଚିତ୍କାର କରିବାରୁ ପଡୋସୀ ଲୋକ ଦଉଡି ଆସିବା ବେଳେ ଘରେ ରକ୍ତର ସୁଅ ଛୁଟୁବା ଦେଖିଥିଲେ। ଲୋକେ ପୋଲିସକୁ ସୂଚନା ଦେବା ପରେ ଗୁରୁତର ଅବସ୍ଥାରେ ପ୍ରମୋଦଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାବା ସହ ମହିଳାଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।