ଚେନ୍ନାଇରେ ପୁଣି ବର୍ଷା ବିତ୍ପାତ, ମନେ ପଡ଼ୁଛି ୨୦୧୫ର ବିଭୀଷିକା

Published By : Prameya-News7 Bureau | December 04, 2023 IST

ନୂଆଦିଲ୍ଲୀ: ବଙ୍ଗୋପ ସାଗରରେ ସୃଷ୍ଟି ସାମୁଦ୍ରିକ ଝଡ଼ ମିଗଜୋମ ତାମିଲନାଡୁରେ ପ୍ରଭାବ ପକାଇବା ଆରମ୍ଭ କରିଛି । ରାଜ୍ୟର ରାଜଧାନୀ ଚେନ୍ନାଇର ରାସ୍ତା ଜଳମୟ ହୋଇଛି । ଚେନ୍ନାଇ ବିମାନ ବନ୍ଦରରୁ ସମସ୍ତ ଉଡାଣ ବନ୍ଦ ହୋଇଛି । ବାତ୍ୟା ମିଗଜୋମ ସ୍ଥଳଭାଗ ଛୁଇଁବା ପୂର୍ବରୁ ଚେନ୍ନାଇ ପୂରା ଅସ୍ତ-ବ୍ୟସ୍ତ ହୋଇଛି । ଚେନ୍ନାଇରୁ ଯେଉଁ ଭିଡିଓ ସାମନାକୁ ଆସୁଛି ତାହା ୨୦୧୫ ବନ୍ୟାର ଭୟାବହ ସ୍ଥିତିକୁ ମନରେ ଜୀବିତ କରାଉଛି । ସେତେବେଳେ ଅଲ୍ ନିନୋ ଯୋଗୁଁ ଭୀଷଣ ବର୍ଷା ହୋଇଥିଲା ଓ ଚେନ୍ନାଇ ସହର ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା । ସେତେବେଳେ ବି ଡିସେମ୍ୱର ୪ରେ ପ୍ରବଳ ବର୍ଷା ରେକର୍ଡ କରାଯାଇଥିଲା ।

wp:html /wp:html

ବାତ୍ୟା ମିଗଜୋମ ଯୋଗୁଁ ସହରରେ ବନ୍ୟା ସ୍ଥିତ ଉତ୍ପନ୍ନ ହୋଇଛି । ପାଣିପାଗ ବିଭାଗ ଅନୁସାରେ ବାତ୍ୟାର ଲ୍ୟାଣ୍ଡଫଲ୍ ସମୟରେ ଆହୁରି ଅଧିକ ବର୍ଷା ରେକର୍ଡ ହୋଇପାରେ । ଏପରିସ୍ଥିତିରେ ଆଗାମୀ କିଛି ଘଣ୍ଟା ଚେନ୍ନାଇ ପାଇଁ ଅଧିକ କଷ୍ଟଦାୟକ ହୋଇପାରେ । ବାତ୍ୟା ତାମିଲନାଡୁ କୂଳରେ ପହଞ୍ଚିବା ପରେ ଚେନ୍ନାଇର ସ୍ଥିତି କଣ ହେବ କେହି ଜାଣି ନାହାନ୍ତି । ସଭିଙ୍କ ମନରେ ଏହାକୁ ନେଇ ଭୟ ବି ରହିଛି । ତେବେ ବାତ୍ୟା କାରଣରୁ ହୋଇଥିବା ପ୍ରବଳ ବର୍ଷାରେ ସହର ଆଠ ବର୍ଷ ପୂର୍ବ ସ୍ଥିତିକୁ ଫେରିଛି ।

ପଢନ୍ତୁ: ସିଭିୟର ସାଇକ୍ଲୋନ୍‌ ‘ମିଗଜୋମ୍‌’ ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା, ଭାଙ୍ଗିଲା ୮୦ ବର୍ଷର ରେକର୍ଡ !

୨୦୧୫ରେ ଚେନ୍ନାଇରେ ଅଲ୍ ନିନୋ ଯୋଗୁଁ ସୃଷ୍ଟି ହୋଇଥିବା ବିପର୍ଯ୍ୟୟରେ ୪୦୦ ଜଣଙ୍କ ଜୀବନ ଯାଇଥିଲା । ବାତ୍ୟା ମିଗଜୋମ ସ୍ଥଳଭାଗ ନିକଟ ହେବା ସହ ବର୍ଷା ଆହୁରି ଅଧିକ ନେଇ ଅନୁମାନ କରାଯାଉଛି । ବିଭିନ୍ନ ରିପୋର୍ଟ ଅନୁସାରେ ଚେନ୍ନାଇରେ ସୋମବାର ରାତି ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ହୋଇଛି । ୨୦୦ରୁ ଅଧିକ ବିମାନ ସେବା ରଦ୍ଦ ହୋଇଛି । ଅନ୍ୟପଟେ ରିପୋର୍ଟ ଏହା ମଧ୍ୟ ଆସିଛି ଯେ ୮୦ ବର୍ଷରେ ଚେନ୍ନାଇରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.