ଭୂମିକମ୍ପ ପରେ ତୁର୍କୀରେ ଆଉ ଏକ ବିପଦ, ଗଲାଣି ପାଞ୍ଚ ଜଣକ ଜୀବନ, ଅନେକ ପ୍ରଭାବିତ

Published By : Prameya-News7 Bureau | March 16, 2023 IST

ନୂଆଦିଲ୍ଳୀ, ୧୬/୦୩: ତୁର୍କୀରେ ଗତ ଫେବ୍ରୁଆରୀରେ ହୋଇଥିବା ଭୟଙ୍କର ଭୂମିକମ୍ପ ସାରା ଦେଶକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଏହି ଭୂମିକମ୍ପରେ ହଜାର ହଜାର ଲୋକଙ୍କ ଜୀବନ ଯାଇଛି। ଏପର୍ଯ୍ୟନ୍ତ ଲୋକେ ଏଥିରେ ପ୍ରଭାବିତ ହେଉଛନ୍ତି। ଏହାରି ମଧ୍ୟରେ ତୁର୍କୀରେ ଏବେ ଆଉ ଏକ ସଙ୍କଟ ଉପୁଜିଛି।

ପ୍ରକୃତରେ ଏବେ ତୁର୍କୀରେ ଦକ୍ଷିର ପ୍ରାନ୍ତରେ ଭୟଙ୍କର ବନ୍ୟାସ୍ଥିତି ଉପୁଜିଛି। ବନ୍ୟାଯୋଗୁଁ ଅନେକ ସହର ପ୍ରଭାବିତ ହୋଇଛି। ଏହି ସହରରେ ଜଳସ୍ତର ବେଶ୍ ବଢ଼ିଛି। ବନ୍ୟାରେ ଲୋକଙ୍କ ଘର, ଦୋକାନ ବୁଡ଼ିଯାଇଛି। ଏପର୍ଯ୍ୟନ୍ତ ୫ ଜଣକ ଜୀବନ ଯାଇଛି। ସେହିଭଳି ଅନେକ ନାଗରିକ ନିଖୋଜ୍ ହୋଇଛନ୍ତି।

ତୁର୍କୀର ଆଭ୍ୟନ୍ତରୀଣ ମାମଲା ମନ୍ତ୍ରୀ ସୁଲେମାନ ସୋୟଲୁ କହିଛନ୍ତି ସୈନ୍ଲିଉର୍ଫା ଏବଂ ଆଦିୟାମନ ପ୍ରାନ୍ତରେ ବନ୍ୟା ଆସିଛି। ଏହି ରାଜ୍ୟ ଭୂମିକମ୍ପରେ ପ୍ରଭାବିତ ହୋଇଥିବା ୧୧ ପ୍ରାନ୍ତ ରାଜ୍ୟରେ ମଧ୍ୟରେ ରହିଛନ୍ତି। ସୋୟଲୁ କହିଛନ୍ତି ଯେ ଦୁର୍ଭାଗ୍ୟରୁ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଅନେକଙ୍କ ସନ୍ଧାନ ଜାରି ରହିଛି।

ସୂଚନାଯୋଗ୍ୟ, ଫେବ୍ରୁଆରୀ ୬ ତାରିଖରେ ତୁର୍କୀ ଏବଂ ଏହାର ପଡ଼ୋଶୀ ଦେଶ ସିରିୟାରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା। ଯେଉଁଥିରେ ଉଭୟ ଦେଶର ଭୟଙ୍କର କ୍ଷତି ହୋଇଥିଲା। ସମୁଦାୟ ୫୫, ୭୦୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୮୦ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଅନେକ ଘର, କୋଠା ଏମିତିକି ଜାତୀୟ ସ୍ମାରକୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ହଜାର ହଜାର ଲୋକ ବେସାହାରା ହୋଇପଡ଼ିଥିଲେ। ତଥ୍ୟ ଅନୁଯାୟୀ, ପ୍ରାୟ ୫,୨୦ ଲକ୍ଷ ବିଲ୍ଡିଂ ନଷ୍ଟ ଧରାଶାୟୀ ହୋଇଛି।

ଏଥରେ ବଡ଼ ଆକାରରେ ଉଦ୍ଧାର କାର୍ଯ୍ୟ ହୋଇଥିଲା। ଭାରତ ମଧ୍ୟ ଏନଡିଆରଏଫ୍ ଟିମ୍ ପଠାଇବା ସହ ଖାଦ୍ୟ, ବସ୍ତ୍ର ଭଳି ଆନୁଷଙ୍ଗିକ ସାହାଯ୍ୟ ଅପରେସନ ଦୋସ୍ତ ମାଧ୍ୟମ​‌ରେ ଯୋଗାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.