ମୁମ୍ଵାଇ ୨୨।୧୦: ବଲିଉଡର ପ୍ରସିଦ୍ଧ ଗାୟକ ତଥା ରାପର ୟୋ ୟୋ ହନି ସିଂ। ନିକଟରେ ସେ ତାଙ୍କ ପର୍ସନାଲ ଲାଇଫ୍କୁ ନେଇ ଖୁବ୍ ଆଲୋଚନାରେ ଥିଲେ। ୨୦୧୧ରେ ଗର୍ଲଫ୍ରେଣ୍ଡ ଶାଲିନି ତଲବାରଙ୍କ ସହ ସିକ୍ରେଟ୍ ମ୍ୟାରେଜ୍ କରିଥିଲେ । ଚଳିତ ବର୍ଷ ଦୁହେଁ ଅଲଗା ହୋଇ ଯାଇଛନ୍ତି । ରିପୋର୍ଟ ଅନୁଯାୟୀ କୁହାଯାଉଛି କି ହନି ସିଂଙ୍କ ବିରୋଧରେ ତାଙ୍କ ପତ୍ନୀ ଶାଲିନୀ ଘରୋଇ ହିଂସାର ଅଭିଯୋଗ ଆଣିଥିଲେ । କୋର୍ଟ ମଞ୍ଜୁରୀ ଅନୁସାରେ ହନି ସିଂ ଏବଂ ଶାଲିନୀଙ୍କ ଛାଡପତ୍ର ହୋଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ଗାୟକ ପ୍ରସିଦ୍ଧ ମଡେଲ ତଥା ଅଭିନେତ୍ରୀ ଟିନା ଥଡାନୀଙ୍କୁ ଡେଟ କରୁଛନ୍ତି। ହେଲେ ଗାୟକ ଏପର୍ଯ୍ୟନ୍ତ ଏ ବିଷୟରେ କିଛି କହି ନାହାନ୍ତି ।
୧୮ ଅକ୍ଟୋବର ୨୦୨୨ରେ, ହନି ସିଂ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଥିଲେ । ଏହି ଫଟୋରେ ଝିଅଟିର ଫଟୋ ଦୃଶ୍ୟମାନ ହେଉ ନଥିଲା, କିନ୍ତୁ ହନି ସିଂ ତାଙ୍କ ହାତ ଧରିଥିଲେ । ଦୁଇ ହାତର କ୍ଲୋଜଅପ୍ ଫଟୋ ସେୟାର କରି ହନି କ୍ୟାପସନରେ ଲେଖିଛନ୍ତି, ଏହା ସବୁ ଆମ ବିଷୟରେ । ମୁଁ ଆଉ ତୁମେ!! ମୋ ଗୀତ ଟୁଗେଦର ଫରଏଭର ଏବେ ଆସିଛି!! ତୁମର ପ୍ରିୟ ଲୋକଙ୍କ ସହିତ ରିଲ୍ କର ।
ହନି ସିଂଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ପ୍ରଶଂସକ ଏବଂ ନେଟେନିଜେନ୍ସ ନିଶ୍ଚିତ ଯେ ରାପର ହନି ସିଂ ଟିନା ଥଡାନୀଙ୍କ ସହ ସମ୍ପର୍କକୁ ଆଗକୁ ବଢାଉଛନ୍ତି। ଜଣେ ୟୁଜର୍ସ ଦାବି କରିଛନ୍ତି ଯେ ହନି ସିଂ ଅଭିନେତ୍ରୀ ଟିନା ଥଡାନୀଙ୍କ ପ୍ରେମରେ । ତେବେ ହନି ସିଂ ପ୍ରକୃତରେ ଟିନାଙ୍କୁ ଡେଟ କରୁଛନ୍ତି କି ନାହିଁ, ଏହା ଖୁବ୍ ଶୀଘ୍ର ଜଣା ପଡିବ ।