୩ ମାସରେ ପୂରଣ ହେବ ଦାବି, ଆନ୍ଦୋଳନରୁ ହଟିଲେ ଡ୍ରାଇଭର ସଂଘ
17/03/2023 at 2:00 PM

ଚଣ୍ଡୀଖୋଲ ୧୭/୦୩ :୧୦ ଦଫା ଦାବି ନେଇ ରାଜ୍ୟ ଡ୍ରାଇଭର ମହା ସଂଘ ଡାକରାରେ ଷ୍ଟିଆରିଂ ଛାଡ ଆନ୍ଦୋଳନକୁ ଆଜି ପ୍ରତ୍ୟାହାର କରାଯାଇଛି । ଯାହାକୁ ନେଇ ଚଣ୍ଡିଖୋଲ ଛକ ଠାରେ ୧୦ଗୋଟି ବ୍ଲକ୍ର ହଜାର ହଜାର ଡ୍ରାଇଭର ମାନେ ମିଳିତ ଭାବେ କରିଥିବା ବୈଠକର ଯବନିକା ପଡିଛି ।
ପୋଲିସ ପ୍ରଶାସନ ପକ୍ଷରୁ ଚଣ୍ଡିଖୋଲ ଛକରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ, ଏସ୍ପି ଓ ଆଡ଼ିସିନାଲ ଏସ୍ପି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ପରେ ୧୬ ନମ୍ୱର୍ ଜାତୀୟ ରାଜ ପଥରେ କୌଣସି ଗାଡ଼ି ଗଡି ନଥିବାବେଳେ ବହୁ ଜରୁରିକାଳୀନ ଗାଡ଼ି ଗଡୁଥିବା ଦେଖିବାକୁ ମିଳିଛି ।
ଗୁରୁବାର ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ ବିଜ୍ଞପ୍ତିରେ ଜଣାଇଛି କି ଆଗାମୀ ୩ମାସ ମଧ୍ୟରେ ରାଜ୍ୟର ସମସ୍ତ ଡ୍ରାଇଭର ମାନଙ୍କ ସମସ୍ୟାକୁ ସମାଧାନ କରାଯାଇ ସ୍ଥିର କରାଗଲା ବୋଲି ଲିଖିତ ଜଣାଇବା ପରେ ଆନ୍ଦୋଳନକୁ ଆଜି ସ୍ଥଗିତ ରଖାଯାଇଛି ।ଅନ୍ୟପକ୍ଷରେ ଚାରି ଗୋଟି ଜିଲ୍ଲାର ଗମନା ଗମନ ତଥା ମୁଖ୍ୟ ବ୍ୟବସାୟିକ କେନ୍ଦ୍ର ୧୬ ନମ୍ୱର୍ ଜାତୀୟ ରାଜପଥ ଚଣ୍ଡିଖୋଲ ଠାରେ ଓଡିଶା ଡ୍ରାଇଭର ମହାସଂଘ ବଡଚଣା କ୍ଷେତ୍ର ପକ୍ଷରୁ ଶତାଧିକ ଡ୍ରାଇଭର ଭାଈ ମାନେ ହାତରେ ପ୍ଲା କାର୍ଡ ଧରିବା ସହିତ ନାରାବାଜି କରିଥିଲେ।