ସିଏସ୍‌କେ ଜିତିବା ପରେ ଡୁପ୍ଲେସିସ୍‌ ଏବଂ ତାହିରଙ୍କୁ ଅସମ୍ମାନ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍‌, ଏମିତି ଜବାବ ଦେଲେ ଡେଲ୍‌ ଷ୍ଟେନ୍‌

Published By : Prameya-News7 Bureau | October 16, 2021 IST

ନୂଆଦିଲ୍ଲୀ ୧୬/୧୦: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୧ ଫାଇନାଲ୍‌ରେ କୋଲକାତା ନାଇଟ ରାଇଡର୍ସ (କେକେଆର)କୁ ହରାଇ ଚେନ୍ନାଇ ସୁପରକିଙ୍ଗସ୍‌ (ସିଏସକେ) ବିଜୟୀ ହୋଇଛି। ଚତୁର୍ଥ ଥର ବିଜୟ ମୁକୁଟ ପିନ୍ଧିଛି ଧୋନୀ ବାହିନୀ। ଏହି ବିଜୟ ପରେ ବିଭିନ୍ନ କ୍ରିକେଟ ବୋର୍ଡ ସିଏସକେକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ଦକ୍ଷିଣ ଆଫ୍ରିକା କ୍ରିକେଟ ମଧ୍ୟ ସାମିଲ ଅଛି। କିନ୍ତୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ନିଜର ଶୁଭେଚ୍ଛା ଭରା ଟ୍ବିଟର ପୋଷ୍ଟରେ ନିଜର ବ୍ୟାଟ୍ସମ୍ୟାନ୍‌ ଫାଫ ଡୁପ୍ଲେସିସଙ୍କୁ ସାମିଲ କରିନାହିଁ। ଏହି ପୋଷ୍ଟ ଦେଖିବା ପରେ ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନ କଡ଼ା ଜବାବ ଦେଇଛନ୍ତି।

ସିଏସଏ ନିଜର ଅଧିକାରୀକ ଟ୍ବିଟର ଆକାଉଣ୍ଟରେ ସିଏସକେ ବିଜୟ ପାଇଁ ସ୍କ୍ବାଡ୍‌ରେ ସାମିଲ ଦ୍ରୁତ ବୋଲର ଲୁଙ୍ଗୀ ଏନଗିଡ଼ିଙ୍କୁ ଶୁଭେଚ୍ଛା ଜଣାଇଛି । କିନ୍ତୁ ଫାଇନାଲ୍‌ ମ୍ୟାଚ୍‌ରେ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ଡୁପ୍ଲେସିସ୍‌ ଏବଂ ସ୍ପିନ ବୋଲର ଇମ୍ରାନ ତାହିରଙ୍କୁ ନେଇ କୌଣସି ପୋଷ୍ଟ କରିନାହିଁ ।  ଏହି ଦୁଇ ଖେଳାଳି ଚେନ୍ନାଇ ପାଇଁ ଦୀର୍ଘ ଦିନ ହେଲା ଖେଳିଆସୁଛନ୍ତି । ଏହା ସହ ସେମାନଙ୍କୁ ଟି-୨୦ ବିଶ୍ବକପ୍‌ ପାଇଁ ମଧ୍ୟ ଟିମ୍‌ରେ ସାମିଲ କରାଯାଇନାହିଁ।

{"id":528169,"width":664,"height":740,"sizeSlug":"full","linkDestination":"none"}

ଏହି ପୋଷ୍ଟ ପରେ ଡୁପ୍ଲେସିସ୍‌ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ସତରେ ନା କଣ।’ ଅନ୍ୟପଟେ ଡେଲ ଷ୍ଟେନ୍‌ ଲେଖିଛନ୍ତି, ‘ଏହି ଆକାଉଣ୍ଟ କିଏ ଚଳାଉଛି। ମୁଁ ଯେତିକି ଜାଣିଛି ଫାଫ୍‌ ଏବଂ ତାହିର ଏବେ ଯାଏଁ ସନ୍ନ୍ୟାସ ନେଇନାହାନ୍ତି। କିନ୍ତୁ ସେମାନଙ୍କ ନାଁ କାହିଁକି ଉଲ୍ଲେଖ କରାଗଲା ନାହିଁ?’  ଫ୍ୟାନ୍ସ ଏବଂ ବରିଷ୍ଠ ଖେଳାଳିଙ୍କ ପ୍ରତିବାଦ ପରେ ସିଏସଏ ନିଜ ଟ୍ବିଟ୍‌ରେ କମେଣ୍ଟ ସେକ୍ସନକୁ ବ୍ଲକ୍‌ କରିଦେଇଛି ।

wp:html /wp:html

ତାପରେ ଷ୍ଟେନ୍‌ ମଧ୍ୟ ଏକ ଟ୍ବିଟ୍‌ କରିଛନ୍ତି।  ସେ ଲେଖିଛନ୍ତି, ‘ସିଏସଏ ଏବେ କମେଣ୍ଟ ସେକ୍ସନ ବ୍ଲକ୍‌ କରିଦେଇଛି। ଏଠାରେ କିଛି ପରାମର୍ଶ ଦେବାକୁ ଚାହିଁବି। ଠିକ୍‌ କାମ କରନ୍ତୁ। ପୋଷ୍ଟ ଡିଲିଟ କରିବା ସହ ସମସ୍ତ ଖେଳାଳିଙ୍କ ନାଁ ଉଲ୍ଲେଖ କରାଯାଉ। ନିଜେ ନିଜର ସମ୍ମାନ ରକ୍ଷା କରନ୍ତୁ।’  ଏହା ପରେ ପରେ ଉଭୟ ଟ୍ବିଟର ଏବଂ ଇନଷ୍ଟାଗ୍ରାମରୁ ସିଏସଏ ଏହି ପୋଷ୍ଟ ଡିଲିଟ କରିଦେଇଛି। କିନ୍ତୁ ଡୁପ୍ଲେସିସ୍‌ ଏବଂ ତାହିରଙ୍କୁ ନେଇ  ଅନ୍ୟ କୌଣସି ପୋଷ୍ଟ କରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.