ରିୟାଦ ୧।୧୨: ଆରବ ଦେଶରେ ଚାକିରୀ କରିବାକୁ ସ୍ୱପ୍ନ ଦେଖୁଥିବା ଲୋକଙ୍କ ଲାଗି ଏହି ଖବର ଜରୁରି । ଏଠାରେ କାମ କରୁଥିବା ଲୋକଙ୍କ ନିମନ୍ତେ ନିୟମ ବଦଳି ଯାଇଛି। ନୂଆ ନିୟମ ୨୦୨୪ରୁ ଲାଗୁ ହେବ। ସାଉଦୀ ଆରବ ସରକାରଙ୍କ ମାନବ ସମ୍ବଳ ଓ ସାମାଜିକ କଲ୍ୟାଣ ବିକାଶ ମନ୍ତ୍ରାଳୟ ଏହି ନୂଆ ନିୟମ ସମ୍ପର୍କରେ ସୂଚନା ଦେଇଛନ୍ତି। ନିୟମ ଅନୁସାରେ ଏବେ ୨୪ ବର୍ଷରୁ କମ୍ ବୟଷ୍କଙ୍କୁ ହାଉସ୍ ହେଲ୍ପର ଭାବେ ଚାକିରୀରେ ରଖା ଯାଇ ପାରିବନାହିଁ।
ଏପରି ନୂଆ ନିୟମ ଲାଗୁ କରିବାର ଉଦ୍ଦେଶ୍ୟ ଦେଶର ଜବ୍ ମାର୍କେଟ୍କୁ ନିୟନ୍ତ୍ରିତ କରିବା ବୋଲି କୁହାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସାଉଦୀ ଆରବ ସରକାର ମୋବାଇଲ ଆପ୍ ମାଧ୍ୟମରେ ବିଦେଶୀ କର୍ମଚାରୀଙ୍କୁ ଅନଲାଇନ ପୈଠ ନିୟମରେ ମଧ୍ୟ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁସାରେ ସାଉଦୀ ଆରବ ନାଗରିକ, ସେମାନଙ୍କ ବିଦେଶୀ ପତି ବା ପତ୍ନୀ ସାଉଦୀ ଆରବ ପ୍ରିମିୟମ ୱାର୍କ ପରମିଟ ଧାରୀଙ୍କୁ ଚାକିରୀରେ ରଖି ପାରିବେ। ତେବେ ନୂଆ ୱାର୍କ ଭିସା ନିୟମରେ ଭାରତୀୟଙ୍କ ନିମନ୍ତେ ସମସ୍ୟା ରହିବ।
{"id":877167,"width":840,"height":454,"sizeSlug":"full","linkDestination":"none"}ସାଉଦୀ ଆରବରେ ଏବେ ୨୬ ଲକ୍ଷ ଭାରତୀୟ କାର୍ଯ୍ୟ କରୁଛନ୍ତି। ନୂଆ ନିୟମ ଲାଗୁ ହେବା ପରେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକଙ୍କୁ ୨୦୨୪ରେ ଚାକିରୀ ମିଳିବ ନାହିଁ। ଫଳରେ ସେମାନଙ୍କୁ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିବ। ମିଡିଆ ରିପୋର୍ଟ ଅନୁସାରେ ସାଉଦୀ ଆରବରେ ଡ୍ରାଇଭର, ରୋଷେୟା, ଗାର୍ଡ, ମାଳି, ନର୍ସ, ଦର୍ଜୀ ଓ ଚାକରଙ୍କୁ ଭଲ ଦରମା ମିଳିଥାଏ। ଏଣୁ ଫାଷ୍ଟ ଲେବୁଲ ୱାର୍କ ଭିସା ପାଇବା ପାଇଁ ଆବେଦନକାରୀଙ୍କୁ ତାଙ୍କ ଆୟ ଦର୍ଶାଇବାକୁ ପଡିବ।
ଏଣୁ ବ୍ୟାଙ୍କ ଆକାଉଣ୍ଟରେ ଅନୁନ୍ୟ ୪୦ ହଜାର ସାଉଦୀ ରିୟଲ ଜମା ରହିଥିବା ଦରକାର। ସେହିପରି ଅନ୍ୟ ଭିସା ନିମନ୍ତେ ଅନୁନ୍ୟ ୭ ହଜାର ସାଉଦୀ ରିୟଲ ଅର୍ଜିତ କରିବାକୁ ପଡିବ। ସେହିପରି ତୃତୀୟ ଶ୍ରେଣୀ ଭିସା ପାଇବା ପାଇଁ ବ୍ୟାଙ୍କ ଆକାଉଣ୍ଟରେ ଅନୁନ୍ୟ ୨୫ ହଜାର ସାଉଦୀ ରିୟଲ ଜମା ଥିବା ଦରକାର। ସେହିପରି ୨୦୨୩ରେ ପ୍ରାଇଭେଟ କମ୍ପାନୀମାନଙ୍କରେ କାମ କରୁଥିବା ଲୋକଙ୍କ ନିମନ୍ତେ ନୂଆ ନିୟମ କରାଯାଇଛି। ଯେଉଁଥିରେ ୱାର୍କ ଭିସାକୁ ହ୍ରାସ କରି ୨ ବର୍ଷରୁ ୧ ବର୍ଷ କରି ଦିଆଯାଇଛି।
ଯୁଦ୍ଧବିରତି ପରେ ପୁଣି ଇସ୍ରାଏଲ-ହମାସ୍ ମଧ୍ୟରେ ଯୁଦ୍ଧ; ନେତାନ୍ୟାହୁ କହିଲେ ଟାର୍ଗେଟ୍ ଫିନିସ୍ ଟେରର୍