oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ସମ୍ପ୍ରସାରଣ ପରେ କେଁ : ମହାରାଷ୍ଟ୍ରରେ କ୍ୟାବିନେଟ୍ ବିସ୍ତାର ଉତ୍ସବରେ କାହିଁକି ନଥିଲେ ସଞ୍ଜୟ ରାଉତ ,ଇସ୍ତଫା ଦେବାକୁ ଏନସିପି ବିଧାୟକଙ୍କ ଘୋଷଣା

31/12/2019 at 12:02 PM

ମୁମ୍ବାଇ ୩୧/୧୨: ମହାରାଷ୍ଟ୍ରରେ କ୍ୟାବିନେଟ୍ ବିସ୍ତାର ପରେ ବିବାଦ ଥମିବାର ନାଁ ନେଉନାହିଁ। ଏଠାରେ କ୍ୟାବିନେଟ୍ ବିସ୍ତାର ସମୟରେ ଶିବସେନାର ସାଂସଦ ସଞ୍ଜୟ ରାଉତ ଉପସ୍ଥିତ ନଥିଲେ। ଏହା ଦ୍ବାରା ତାଙ୍କର କ୍ଷୋଭ ବିଷୟରେ ଜଣା ପଡ଼ିଥିଲା। କ୍ୟାବିନେଟ୍ ବିସ୍ତାରରେ ତାଙ୍କ ଭାଇ ସୁନୀଲ ରାଉତଙ୍କୁ ମଧ୍ୟ ସ୍ଥାନ ମିଳିନାହିଁ।  ଏଥିରେ ସୁନୀଲ ରାଉତ କହିଥିଲେ ଯେ ସେ ଜଣେ ସଚ୍ଚା ସୈନିକ।

ମହାରାଷ୍ଟ୍ରର ବିଡ ଜିଲ୍ଲାର ମଜଲଗାଁ ଆସନରୁ ରାଙ୍କାପା ବିଧାୟକ ପ୍ରକାଶ ସୋଲାଙ୍କି ସୋମବାର ରାତିରେ ଘୋଷଣା କରିଥିଲେ ଯେ ବିଧାନସଭା ସଦସ୍ୟରୁ ସେ ଇସ୍ତଫା ଦେବେ କାରଣ ସେ ରାଜନୀତି କରିବା ପାଇଁ ଅଯୋଗ୍ୟ ଅଟନ୍ତି। ଏହି ବୟାନରୁ ବୁଝାଯାଇପାରିବ ଯେ ସେ କ୍ୟାବିନେଟ୍ ବିସ୍ତାରରେ କେତେ ମାତ୍ରାରେ ଖୁସି।

ମନ୍ତ୍ରୀମଣ୍ଡଳ ବିସ୍ତାରରେ ଆମନ୍ତ୍ରିତ ନକରିଥିବାରୁ ସ୍ବାଭିମାନୀ ଶେତକରୀ ସଙ୍ଗଠନ ନେତା ରାଜୁ ଶେଟ୍ଟୀ କହିଥିଲେ ଯେ ଭାରତୀୟ ଜନତା ପାର୍ଟିକୁ ସତ୍ତାରୁ ଦୂରେଇ ରଖିବା ପାଇଁ ନିଃସ୍ବାର୍ଥ ଭାବେ ପ୍ରୟାସ କରୁଥିବା ସମସ୍ତ ସହଯୋଗୀଙ୍କୁ ଅଣଦେଖା କରାଯାଇଥିଲା।

ଚାରି ଥର ମଜଲଗାଁ ଆସନରୁ ନିର୍ବାଚିତ ହୋଇଥିବା ସୋଲାଙ୍କି ସୋମବାର ରାଜ୍ୟ ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ହଠାତ୍ ନିଆଯାଇଥିବା ନିଷ୍ପତ୍ତିକୁ ମାନିବାକୁ ରାଜି ହୋଇନାହାନ୍ତି। ସେ କହିଛନ୍ତି ଯେ କ୍ୟାବିନେଟ୍ ବିସ୍ତାର ଏହା ସାବ୍ୟସ୍ତ କରୁଛି ଯେ ସେ ବର୍ତ୍ତମାନ ରାଜନୀତିରେ ଅଯୋଗ୍ୟ ଅଟନ୍ତି।

   Related Posts