scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆରମ୍ଭ ହେବାକୁ ଯାଉଛି Amazonର ବଡ଼ ସେଲ୍, ଅଧାରୁ କମ୍ ଦାମରେ ଫ୍ରିଜ ଓ ଟିଭି! ଶସ୍ତାରେ ମିଳିବ ମୋବାଇଲ,ଫ୍ୟାସନ ଆଇଟମ

24/09/2023 at 5:36 PM

ନୂଆଦିଲ୍ଲୀ ୨୪।୯:  ଦେଶରେ ଆରମ୍ଭ ହେବାକୁ ଯଉଛି ଉତ୍ସବର ଋତୁ। ଏଇ ଖୁସିରେ ଇ-କମର୍ସ ପ୍ଲାଟ୍‌ଫର୍ମରେ ଏବେ ଆରମ୍ଭ ହୋଇଗଲାଣି ସେଲ୍‌। ଫ୍ଲିପ୍‌କାର୍ଟଙ୍କ ବିଗ୍ ବିଲିୟନ ଡେଜ୍ ସେଲ ପଛକୁ ଏବେ ଆମାଜନର ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲର ଘୋଷଣା ହୋଇଯାଇଛି। ଆମାଜନରେ ସେଲ ନିମନ୍ତେ ମାଇକ୍ରୋ ସାଇଟ୍ କରାଯାଇଛି, ଯେଉଁଥିରୁ ଜଣା ପଡୁଛି ଏହି ସେଲ କାଳରେ ଅନେକ ବମ୍ପର ଡିଲ ଓ ଡିସ୍କାଉଣ୍ଟର ଫାଇଦା ଦିଆଯିବ।

ଆମାଜନ ୱେବ୍‌ ସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁସାରେ ସେଲରେ କିଣାକିଣି ଲାଗି ଏସବିଆଇ କାର୍ଡର ବ୍ୟବହାର ହେଲେ ଆପଣଙ୍କୁ ୧୦ ପ୍ରତିଶତ ଡିସ୍କାଉଣ୍ଟ  ମିଳିବ। ସେଲ୍ ଡେଟ୍ ଏବେ ଜଣା ପଡି ନାହିଁ, ତେବେ ସବୁଥର ଭଳି ଏଥର ମଧ୍ୟ ପ୍ରାଇମ ମେମ୍ବରଙ୍କ ନିମନ୍ତେ ଦିନକ ପୂର୍ବରୁ ଆରମ୍ଭ ହେବ। ମାଇକ୍ରୋ ସାଇଟ୍‌ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ସେଲରେ ମୋବାଇଲ ଓ ଆସୋସେରିଜ ଉପରେ ୪୦ ପ୍ରତିଶତ ରିହାତି ମିଳିବ। ଏଠାରେ ଏକ୍ସଚେଞ୍ଜ ଅଫରରେ ୬୦ ହଜାର ଟଙ୍କା ପର୍ଯ୍ୟନ୍ତ ଡିସ୍କାଉଣ୍ଟ ମିଳିବ। ଏଠାରେ ମୋବାଇଲ ଆସୋସେରିଜର ପ୍ରାରମ୍ଭିକ ମୂଲ୍ୟ ୩୯ ଟଙ୍କା ରହିବ।

ସେଲରେ ଲ୍ୟାପଟପ, ସ୍ମାର୍ଟ ୱାଚ୍ ଓ ହେଡଫୋନ ଭଳି ଆଇଟମ ୭୫ ପ୍ରତିଶତ ରିହାତି ଦରରେ କିଣାଯାଇପାରିବ। ଜଣାପଡିଛି ଲ୍ୟାପଟପକୁ ୪୦ ହଜାର ଟଙ୍କା ରିହାତି ଦରରେ ଓ ସ୍ମାର୍ଟ ୱାଚ୍‌କୁ ୬୯୯ ଟଙ୍କାର ପ୍ରାରମ୍ଭିକ ଦରରେ ବିକ୍ରି କରାଯିବ। ସେହିପରି କିଚନ, ହୋମ ଓ ଆଉଟଡୋର ସାମଗ୍ରୀ ଉପରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିପାରେ। ସେହିପରି ଫର୍ଣ୍ଣିଚର ଓ ମ୍ୟାଟ୍ରେସ୍ ଉପରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ । ଏହାଛଡା ଟିଭି ଓ ଆପ୍ଲାଏନ୍ସ ଉପରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ଡିସ୍କାଉଣ୍ଟ ଦିଆଯିବ। ଏଠାରେ ଫ୍ରିଜ ଉପରେ ୧୭ ହଜାର ଟଙ୍କାର ଡିସ୍କାଉଣ୍ଟ  ଦିଆଯିବ।

ଏହା ଛଡା ଟିଭି ଉପରେ ଏକ୍ସଚେଞ୍ଜ ଅଫରରେ ୧୦ ହଜାର ଟଙ୍କା ଡିସ୍କାଉଣ୍ଟ ମିଳିପାରେ। ଏଠାରେ ୱାସିଂ ମେସିନ ୫୫ ପ୍ରତିଶତ ରିହାତିରେ ମିଳିବ। ଶେଷରେ ଆଲେକ୍ସା, ଫାୟାର ଟିଭି ଓ କିଣ୍ଡଲ ଉପରେ ୫୫ ପ୍ରତିଶତର ରିହାତି ମିଳିବ। ଏଠାରେ ଆଲେକ୍ସା ଡିଭାଇସକୁ ୫୫ ପ୍ରତିଶତ ରିହାତି ଓ ଫାୟାର ଟିଭିକୁ ୫୫ ପ୍ରତିଶତ ରିହାତିରେ ମିଳିଯିବ।

ଭାରତୀୟ ଗ୍ରାହକଙ୍କୁ ପସନ୍ଦ ଆସିଲାନି iPhone 15ର ମୂଲ୍ୟ, କହିଲେ- ଏହା କି’ ପ୍ରକାର ‘ମେଡ୍‌ ଇନ୍‌ ଇଣ୍ଡିଆ’ ?

   Related Posts