scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହେଲେ ମିଥୁନ୍‌ ଚକ୍ରବର୍ତ୍ତୀ, କହିଲେ କାହିଁକି PM କରିଥିଲେ ଗାଳି

13/02/2024 at 11:19 AM

ମୁମ୍ଵାଇ ୧୩।୦୨: ଖୁସି ଖବର! ବଲିଉଡର ଭେଟେରାନ ତଥା ଲୋକପ୍ରିୟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ।  ଶେଷରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଥିବାର ଦେଖି ତାଙ୍କୁ ଡିସଚାର୍ଜ କରାଯାଇଛି। ଏନେଇ ଅଭିନେତା ବିବୃତ୍ତିରେ କହିଛନ୍ତି ଯେ ସେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଭଲ ଏବଂ ସୁସ୍ଥ ଅଛନ୍ତି। ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଗାଳି କରିଥିଲେ।

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଗତ ଦୁଇ ଦିନ ଧରି କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୭୩ ବର୍ଷୀୟ ମିଥୁନଙ୍କର ହଠାତ୍ ଛାତିରେ ଯନ୍ତ୍ରଣା ହୋଇଥିଲା, ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ସେ ଷ୍ଟ୍ରୋକ୍‌ରେ ପୀଡିତ ହୋଇଥିବା ଜଣାପଡିଥିଲା। ସେବେଠାରୁ ଅଭିନେତା ଡାକ୍ତରଙ୍କ ତତ୍ତ୍ଵବଧାନରେ ଥିଲେ।

କିନ୍ତୁ ବର୍ତ୍ତମାନ ଅଭିନେତା ଡାକ୍ତରଖାନାରୁ ଡିସଚାର୍ଜ ହୋଇ ଘରକୁ ଆସିଛନ୍ତି।  ଡାକ୍ତରଖାନାରୁ ବାହାରିବା ପରେ ଅଭିନେତା କହିଥିଲେ ଯେ ପ୍ରକୃତରେ କୌଣସି ଅସୁବିଧା ନାହିଁ, ମୁଁ ସମ୍ପୂର୍ଣ୍ଣ ଭଲ ଅଛି। ମୋତେ କେବଳ ମୋର ଖାଇବା ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡିବ ।  ମୁଁ ଶୀଘ୍ର କାମ ଆରମ୍ଭ କରିପାରିବି, ବୋଧହୁଏ ଆସନ୍ତାକାଲି ଠାରୁ …। ଏହା ସହିତ ଅଭିନେତା କହିଥିଲେ ଯେ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କୁ ଫୋନ୍‌ କରି ଗାଳି ଦେଇଛନ୍ତି। ଅଭିନେତା କହିଛନ୍ତି- ମୋର ସ୍ଵାସ୍ଥ୍ୟ ବିଷୟରେ ପଚାରିବା ପାଇଁ ପିଏମ ମୋଦୀ ରବିବାର ମୋତେ ଫୋନ୍‌ କରିଥିଲେ । ଏବଂ ସ୍ଵାସ୍ଥ୍ୟକୁ ନେଇ ଗାଳି କରିଥିଲେ । ପରେ ଭଲ ସେ ବୁଝାଇଥିଲେ ।  

   Related Posts