Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାପ କାମୁଡିବା ପରେ ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ଯୁବକ

7/09/2023 at 11:27 PM

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନସିପାଲଟି ୧୧ ନମ୍ବର ୱାର୍ଡର ମୁସଲମାନସାହିର ଜଣେ ଯୁବକକୁ ସାପ କାମୁଡିବା ପରେ ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ଯୁବକ। ଏପରି ଘଟଣା ଦେଖି ତାଜୁବ ହୋଇଯାଇଥିଲେ ସ୍ଥାନୀୟବାସୀ। ଯୁବକ ଜଣକ ହେଲେ  ସେକ୍ ସହାଜାତ୍ ଅଲ୍ଲିଙ୍କ ପୁଅ ସାଜନ ଅଲ୍ଲି।

ବୁଧବାର ଉକ୍ତ ସାପଟି ସାଜନ ଘର ଭିତରେ ପଶିଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ। ବୁଧବାର ବହୁ ଚେଷ୍ଟା କରି ମଧ୍ୟ ସାପଟିକୁ ବାହାର କରିପାରିନଥିଲେ। ଆଜି ସାଜନ ଘରୁ ସାପ ବାହାର କରିବା ପାଇଁ ଘରର ସମସ୍ତ ଆସବାହପତ୍ର ବାହାର କରୁଥିବା ସମୟରେ ସାପଟିକୁ ନିଜ ଘର ଶୋଇବା ଖଟ ତଳେ ପାଇ  ସାପଟିକୁ ମାରିବା ପରିବର୍ତ୍ତେ ସାପଟିକୁ ଧରି ବାହାରକୁ ଛାଟିବାକୁ ଚେଷ୍ଟା କରୁଥିଲେ। ହେଲେ ସାପଟି କୌଶଳ କ୍ରମେ ସାଜନର ବାମ ହାତ ବୁଢା ଆଙ୍ଗୁଳିକୁ କାମୁଡି ଦେଇଥିଲେ। 

ଅଧିକ ପଢନ୍ତୁ- ଅଭାବନୀୟ ! ସାପ କାମୁଡାରେ ତିନି ମୃତ, ଆଖି ବୁଜିଲେ ବାପ-ଝିଅ

ସାଜନକୁ ସାପ କାମୁଡିବା  ପରେ ସାଜନ ସାପଟିକୁ ଛାଡିନଥିଲା। ସେ ଘରୁ ଏକ ପ୍ଲାଷ୍ଟିକ୍ ଡବା ଆଣି ସାପକୁ ଧରି ଉକ୍ତ ଡବା ଭିତରେ ପୁରାଇ ସାପ ସହିତ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ। ଏଠାରେ ଡାକ୍ତର ସାଜନକୁ ପ୍ରାଥମିକ ଚିକିତ୍ସା କରି ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

   Related Posts